କନ୍ଧମାଳ ଜିଲ୍ଲାରେ ଆଉ ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ମାଲକାନଗିରି: ଆଦିବାସୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଓ ଆବାସିକ ଶିକ୍ଷା ବ୍ୟବସ୍ଥାର ସମ୍ପ୍ରସାରଣ ଦିଗରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଆଜି ମହାରାଷ୍ଟ୍ରର ଗଡ଼ଚିରୋଲିଠାରୁ ଭର୍ଚୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୭ଟି ଜିଲ୍ଲାରେ ନିର୍ମିତ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଉଦ୍‌ଘାଟନ କରିଛନ୍ତି। ଏଥିସହ କନ୍ଧମାଳ ଜିଲ୍ଲାରେ ଆଉ ୩ଟି ନୂତନ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଦ୍‌ଘାଟିତ ୧୩ଟି ବିଦ୍ୟାଳୟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ…

ଏସ୍‌ଏଚ୍‌ଜିଙ୍କୁ ୩୨୯ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା; ୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତୀକରଣ, ଉଦ୍ୟୋଗ ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩,୨୬,୩୬୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୪୭.୩୪ କୋଟି ଟଙ୍କାର ସୁଧ ଫେରସ୍ତ ସହାୟତା ପ୍ରଦାନ କରାଯାଇଛି। ଏଥିସହ ୨୭ଟି ଜିଲ୍ଲାର ୮,୯୨୭ଟି ସ୍ୱୟଂ…

ଓଡ଼ିଶାର ଚିଠା ସହରାଞ୍ଚଳ ପାର୍କିଂ ନୀତି-୨୦୨୬ ପ୍ରକାଶ: ଯାନବାହନ ଭିଡ଼ ହ୍ରାସ, ଫୁଟପାଥକୁ ଅବରୋଧମୁକ୍ତ ରଖିବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ ସହରାଞ୍ଚଳ ପାର୍କିଂ ନୀତି-୨୦୨୬ର ଚିଠା ପ୍ରକାଶ କରାଯାଇଛି। ଏହାକୁ ବିଭାଗର ଅଫିସିଆଲ୍ ୱେବସାଇଟ୍ https://urban.odisha.gov.in/en ରେ ପ୍ରକାଶ କରାଯାଇଛି। ସହରାଞ୍ଚଳରେ ଯାନବାହନ ଭିଡ଼ ହ୍ରାସ କରିବା, ଫୁଟପାଥକୁ ଅବରୋଧମୁକ୍ତ ରଖିବା ଏବଂ ରାସ୍ତାରେ ଯାତାୟାତକୁ ଅଧିକ ସୁଗମ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ। ଏହି ନୀତି ଅନୁଯାୟୀ, ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ…

ବାତ୍ୟା ‘ଅକଭାନ’ (AKVAN) ପାଇଁ ପ୍ରସ୍ତୁତି: ୮ଟି ଜିଲ୍ଲାରେ ୮୭ଟି ସମ୍ବେଦନଶୀଳ ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଦକ୍ଷିଣ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’୧୭ ନଭେମ୍ବର ୨୦୨୬ ସକାଳ ୮:୩୦ ସୁଦ୍ଧା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହି ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହା ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏକ ‘ଭୀଷଣ ବାତ୍ୟା’ (Severe Cyclonic Storm) ଏବଂ ୧୯ ନଭେମ୍ବର ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ…

DILRMP 3.0ର କାର୍ଯ୍ୟାନ୍ୱୟନ, NGDRS ଆପଣାଇବା ଓ ରାଜସ୍ୱ ପ୍ରଶାସନର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ଆଲୋଚନା

ଭୁବନେଶ୍ବର: ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ଭୂମି ସଂସାଧନ ବିଭାଗର ଯୁଗ୍ମ ସଚିବ ପି. ନରହରି ଓଡ଼ିଶାର ରାଜସ୍ୱ ବିଭାଗ ପରିଦର୍ଶନରେ ଆସି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ଣ୍ଣାଇଜେସନ୍ ପ୍ରୋଗ୍ରାମ୍ (DILRMP) ୩.୦ର ସଫଳ କାର୍ଯ୍ୟାନ୍ୱୟନ, ନ୍ୟାସନାଲ୍ ଜେନେରିକ୍ ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ୍…

ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି

ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗାଇଦେବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପକ୍କା ଘର କେବଳ…

୪୫ତମ IITF-2026 ଉଦ୍‌ଘାଟନ କଲେ ମୁଖ୍ୟ ଶାସନ ସଚିବ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ  ଅନୁଷ୍ଠିତ ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ର ହଲ୍-୩ରେ ଓଡ଼ିଶା ପାଭିଲିୟନ୍ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ମେଳାର ମୁଖ୍ୟ ବିଷୟବସ୍ତୁ ‘ବିକାଶ ଓ ବିରାସତ୍’ (ବିକାଶ ଏବଂ ଐତିହ୍ୟ) ସହ ସମତାଳ ରଖି, ଓଡ଼ିଶା ପାଭିଲିୟନ୍‌କୁ ‘ଯେଉଁଠାରେ ବିରାସତ୍ ବିକାଶକୁ ଅନୁପ୍ରାଣିତ କରେ’ (Where Virasat Inspires Vikas) ଶୀର୍ଷକରେ ଉପସ୍ଥାପନ କରାଯାଇଛି। ଏହା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କାରିଗରୀ,…

ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନଗୁଡ଼ିକର ଫଇସଲା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ ଏବଂ ଅନ୍ୟାନ୍ୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକରେ ଅନଲାଇନ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଗୃହ ନିର୍ମାଣ ଅନୁମତି ପାଇଁ ପଡ଼ିରହିଥିବା ଆବେଦନଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ସମସ୍ତ ବକେୟା ଆବେଦନର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫଇସଲା କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣିଶୁଣି କିମ୍ବା ଅଯଥାରେ…

୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ଦ୍ୱାରା ୫ଟି ଜିଲ୍ଲାର ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ହେବେ ଉପକୃତ

ଭୁବନେଶ୍ୱର: ରାଜ୍ୟର ଜଳ ସୁରକ୍ଷା ଓ ଜଳସମ୍ପଦର ସଂରକ୍ଷଣକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାତ୍ର ଏକ ମାସ ମଧ୍ୟରେ ୬୨୫.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ଆଇଏସ୍‌ଏସ୍‌) ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଛି। ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ଉପକୃତ ହେବେ।…

ସମର୍ପଣ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଓଡ଼ିଶା ଅର୍ଥ ସେବାର ନବନିଯୁକ୍ତ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୩ ବ୍ୟାଚ୍‌ର ଓଡ଼ିଶା ଅର୍ଥ ସେବା (Odisha Finance Service)ର ନବନିଯୁକ୍ତ ଅଧିକାରୀମାନଙ୍କୁ ସମ୍ବୋଧିତ କରି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ମହତ୍ତ୍ୱାକାଂକ୍ଷୀ ସଂକଳ୍ପ ସହ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଲୋକସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିଷ୍ଠାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତି ଓ ସୁଶାସନକୁ ଅଧିକ ସୁଦୃଢ଼ କରିବା ଦିଗରେ…