ଚାରି ଲେନ୍ବିଶିଷ୍ଟ ହେବ ଭବାନୀପାଟଣା-ଖରିଆର ରୋଡ୍ : ନିର୍ମାଣ ହେବ ୫ଟି ମୁଖ୍ୟ ସେତୁ ସହ ୧୫ଟି ଛୋଟ ସେତୁ
ଭୁବନେଶ୍ୱର : ଭବାନୀପାଟଣାବାସୀଙ୍କ ଦୀର୍ଘଦିନର ଦାବି ସାକାର ରୂପ ନେବାକୁ ଯାଉଛି। ଭବାନୀପାଟଣାବାସୀଙ୍କ ଆବେଗକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ଭବାନୀପାଟଣା-ଖରିଆର ରାସ୍ତାକୁ ଦୁଇ ଲେନ୍ରୁ ଚାରି ଲେନ୍ ବିଶିଷ୍ଟ କରିବାକୁ ଯାଉଛି। ଏହି ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହେବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନୂତନ…


