୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ ଏବଂ ୨୭୧ଟି CNG ଷ୍ଟେସନ୍ ସ୍ଥାପନ ଲକ୍ଷ୍ୟ
ଭୁବନେଶ୍ୱର: ରାଜ୍ୟରେ ସ୍ୱଚ୍ଛ ଏବଂ ପରିବେଶବନ୍ଧବ ଜାଳେଣି ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ପାଇପ୍ ପ୍ରାକୃତିକ ଗ୍ୟାସ୍ ଏବଂ ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍ (CNG) ଭିତ୍ତିଭୂମିର ଦ୍ରୁତ ବିକାଶ ପାଇଁ ଓଡ଼ିଶା ସରକାର “ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନୀତି, ୨୦୨୬”କୁ ଅଧିସୂଚିତ କରିଛନ୍ତି। ଏହି ନୀତି ମାଧ୍ୟମରେ ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତିର ପ୍ରଚାର ସହିତ ‘ବିକଶିତ ଓଡ଼ିଶା’ଗଠନ ଲକ୍ଷ୍ୟକୁ ଅଧିକ ଗତି ମିଳିବ। ଏହି ନୀତିର କାର୍ଯ୍ୟାନ୍ୱୟନ ପାଇଁ ଗୃହ ନିର୍ମାଣ ଓ ନଗର…


