ସ୍ଵଚ୍ଛତା ଏକ ଅଭିଯାନ ନୁହେଁ, ଏହା ଆନ୍ଦୋଳନ : ମନ୍ତ୍ରୀ

ଭୁବନେଶ୍ୱର : ସ୍ୱଚ୍ଛତା ବିନା ସୁସ୍ଥ ପରିବେଶ, ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ଅସମ୍ଭବ। ସ୍ଵଚ୍ଛତା ଏକ ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ବୋଲି କହିଛନ୍ତି ମାନ୍ୟବର ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ। ସ୍ଥାନୀୟ ମାର୍କେଟ ବିଲ୍ଡିଂ ସ୍ଥିତ ରାଜ୍ୟ ସମବାୟ ବ୍ୟାଙ୍କଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।“ଏକ୍ ଦିନ, ଏକ୍ ଘଣ୍ଟା, ଏକ୍ ସାଥ୍”ସ୍ଲୋଗାନ ନେଇ ସମବାୟ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ‘ସ୍ୱଚ୍ଛତା…

ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାରେ ଭାଗନେବେ ୨୨ ଦେଶର କ୍ରୀଡ଼ାବିତ୍‌

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ-୨୦୨୫ (28th ITTF-ATTU Asian Table Tennis Team Championships 2025) ର ଆୟୋଜନ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌…

ମକା ବିପଣନକୁ ସୁଦୃଢ କରିବା ପାଇଁ ଦଶଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା”କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ  ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା…

ରେଳ ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ ଉପରେ ଗୁରୁତ୍ଵ

ଭୁବନେଶ୍ୱର : ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମୀକ୍ଷା ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଅନୁ ଗର୍ଗଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ , ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପି. ଫୁନକୁଲ, କମିଶନର  ରେଳ ସଂଯୋଜନା ତଥା ଯୁଗ୍ମ ସଚିବ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ…

ଢେଙ୍କାନାଳର ଅମୃତଭଣ୍ଡା ସହ ସାରୁ ସୁଦୂର ଆୟରଲ୍ୟାଣ୍ଡରେ ଉପଲବ୍ଧ ହେବ

ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି। ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଏବଂ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କଲିକତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ…

‘ରାଜ୍ୟର ଯୁବପିଢ଼ିଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର ନୂତନ ମାର୍ଗଦର୍ଶନ ଦେବ’

ଭୁବନେଶ୍ୱର : ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ବିଭାଗ ପକ୍ଷରୁ ଦେଶର ତିନୋଟି ପ୍ରମୁଖ ଅନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ଗତି ଫାଉଣ୍ଡେସନ, ଜଷ୍ଟ ଜବ୍‌ସ ନେଟ୍‌ୱାର୍କ ଏବଂ ଫୁଟ୍‌ୱୟାର ଡିଜାଇନ୍‌ ଡେଭଲପମେଣ୍ଟ ଇନ୍‌ଷଫିଚୁ୍ୟଟ୍‌, ଏପ୍‌ଡିଡିଆଇ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର…

ଓଡିଶାରେ ତଲାଶ୍ କାର୍ଯ୍ୟକାରୀ କରିବା ନେଇ ଶିକ୍ଷକଙ୍କ ପ୍ରଶିକ୍ଷଣ

ଭୁବନେଶ୍ବର : ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଏକ ପ୍ରଥମ ଡିଜିଟାଲ କାର୍ଯ୍ୟକ୍ରମ ତଲାଶ୍ (TALASH )- (Tribal Aptitude, Life Skills, and Self-Esteem Hub)ର ଶୁଭାରମ୍ଭ ହୋଇଛି। ଦି ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ୍ସ (NESTS) ୟୁନିସେଫ୍ ର ସହଯୋଗରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ଜାତୀୟ ଶିକ୍ଷା ନୀତି (NEP) 2020 ସହିତ ଜଡ଼ିତ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରା ଦେଶରେ 1.38…

ଏନ୍‌ଏସ୍‌ଏସ୍‌ ୫୬ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ୫୬ତମ ଜାତୀୟ ସେବା ଯୋଜନା (ଏନ୍ଏସ୍‌ଏସ୍‌) ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଏକ ସଶକ୍ତ ସମାଜ  ଗଠନ ଦିଗରେ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀମାନଙ୍କର ରହିଥିବା ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ “ଏକ ପେଡ଼ ମା’ କେ ନାମ- ୨.୦” କାର୍ଯ୍ୟକ୍ରମରେ…

ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

ଭୁବନେଶ୍ୱର : ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ। କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ଭାବେ ପାଳନ କରାଯାଏ। କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା ତଥା ତାଙ୍କ ଜୀବନରେ…

ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା: ମନ୍ତ୍ରୀ

ଭୁବନେଶ୍ୱର: “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି”ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆରମ୍ଭ ହୋଇଛି।  ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା। ଜଳବାୟୁ-ଅନୁକୂଳ ପ୍ରାଣି ଖାଦ୍ୟର ଉତ୍ପାଦନ ଏବଂ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚ-ଗୁଣମାନ ଖାଦ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।…