ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ

ଭୁବନେଶ୍ୱର : ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ। ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ  ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତ ମାନଙ୍କୁ ଉପଦେଶ ଦେଇ କହିଛନ୍ତି।ଆଜିର…

ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ

ଭୁବନେଶ୍ୱର : ମୂଲ୍ୟବୋଧରେ ପରିଚାଳିତ ଏବଂ ଜ୍ଞାନ ଦ୍ୱାରା ସୂଚିତ ଉତ୍ତମ ପରିଚାଳନା ଜାତୀୟ ବିକାଶ ପଛରେ ଅନ୍ୟତମ ପ୍ରଭାବଶାଳୀ ଶକ୍ତି ଅଟେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି। ଗୁରୁବାର ଦିନ ସୋଆ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ର ବାର୍ଷିକ ମ୍ୟାନେଜମେଣ୍ଟ ସମ୍ମିଳନୀ ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ସମ୍ମିଳନୀରେ ଯୋଗଦେବା…

ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍  ଭିଭିପ୍ରସ୍ତର ସ୍ଥାପିତ

ଭୁବନେଶ୍ୱର/କଟକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ ଯେ  ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍‌ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।…

୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ

ଭୁବନେଶ୍ୱର: ଇଡ଼କୋ ପ୍ରଦର୍ଶନୀ ପଡିଆ ଠାରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ, ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର ଏକ ଅତ୍ୟନ୍ତ ଗର୍ବର…

ସାହାସ ଉତ୍ସବ: ଆମ ସ୍ୱର, ଆମ ଶକ୍ତି ଅଭିଯାନର ଉଦଯାପନୀ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ମାନବାଧିକାର ଦିବସ ଅବସରରେ ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ, ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ)ର ମିଳିତ ସହଯୋଗରେ ୧୬ ଦିନିଆ ରାଜ୍ୟସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ କାର୍ଯ୍ୟକଳାପ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରର ମେଫେୟାର କନଭେନସନରେ ‘ସାହସ ଉତ୍ସବ: ଆମ ସ୍ୱର ଆମ ଶକ୍ତି’ଶୀର୍ଷକ ଏହି କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକମାନଙ୍କର ସମ୍ମାନ, ସୁରକ୍ଷା ଏବଂ ପୁନର୍ବାସ ପାଇଁ ଓଡ଼ିଶା ସରକାରଙ୍କ…

ରାଜ୍ୟରେ ଫର୍ଟିଲାଇଜର ପ୍ଲାଣ୍ଟ ସ୍ଥାପନ ହେବ

ଭୁବନେଶ୍ୱର : ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ରାଜ୍ୟରେ ସାର ଉତ୍ପାଦନ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିବା ଏବଂ ଚାଷ ପ୍ରତି ଯୁବପିଢ଼ି ଅନୁଗାମୀ ହୋଇଥିବା କାରଣରୁ…

ସ୍ୱତନ୍ତ୍ର କମ୍ ଜିଆଇ ଯୁକ୍ତ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବରମୁଣ୍ଡାରେ ହେବାକୁ ଥିବା ସ୍ୱତନ୍ତ୍ର କମ୍ ଜିଆଇ ଯୁକ୍ତ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା ବିକାଶ ସମ୍ପର୍କରେ ଏକ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ଏବଂ ମିଶନ ଶକ୍ତି ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ।…

ଅଧିକାର ସୁରକ୍ଷିତ ହେଲେ ସମାଜ ସମୃଦ୍ଧ ହୁଏ: ରାଜ୍ୟପାଳ

ଭୁବନେଶ୍ୱର :  ଅଧିକାର ସୁରକ୍ଷିତ ହେଲେ ସାମାଜ ସୁଦୃଢ଼ ହୁଏ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି। ବୁଧବାର ଦିନ ଓଡ଼ିଶା ମାନବିକ ଅଧିକାର ଆୟୋଗ ଆନୁକୂଲ୍ୟରେ ସମ୍ବଲପୁରଠାରେ ଆୟୋଜିତ ବିଶ୍ଵ ମାନବାଧିକାର ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଲ ଏହା କହିବା ସହିତ ମାନବାଧିକାରକୁ ବଜାୟ ରଖିବା ପାଇଁ ସାମୂହିକ ପ୍ରତିବଦ୍ଧତା ପାଇଁ ଆହ୍ୱାନ ଜଣାଇଛନ୍ତି। ଏହି  ସମାରୋହରେ ଉଦବୋଧନ  ଦେଇ ଅଧିକାରଗୁଡ଼ିକ କେବଳ ଆଇନ ମାଧ୍ୟମରେ ନୁହେଁ…

ଓଡ଼ିଆ ଖେଳାଳୀ ତନଭି ପତ୍ରିଙ୍କୁ ଦ୍ବିମୁକୁଟ

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ ହୋଇଯାଇଛି l ଚୂଡାନ୍ତ ଦିବସରେ ଖେଳାଯାଇଥିବା ୧୫ ଓ ୧୭ ବର୍ଷରୁ କମ୍ ଉଭୟ ବିଭାଗରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ବିଜୟୀ ହୋଇ ଦ୍ବିମୁକୁଟ ଲାଭ କରିଛନ୍ତି। ୧୫ବର୍ଷ ରୁ କମ୍ ବୟସ ବର୍ଗର  ଫାଇନାଲରେ ତନଭି ତେଲେଙ୍ଗାନାର ଅବନୀ ବିକ୍ରମ ଗୋବିନ୍ଦଙ୍କୁ  21-9…

ପୁସ୍ତକଟିଏ କିଣି ଉପହାର ସ୍ୱରୂପରେ ପ୍ରଦାନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଓଡ଼ିଆ ଭାଷା ଭାରତବର୍ଷର ଅନ୍ୟତମ ପୁରାତନ ଭାଷା। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳୀ ଓ ଜଉଗଡର ପ୍ରାଚୀନ ଅଭିଲେଖ, ପୁରୁଣା ପୋଥି, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି। ଆମର ଏହି ପ୍ରାଚୀନ ଭାଷା ସାହିତ୍ୟକୁ ବିକାଶ ଓ ରୁଦ୍ଧିମନ୍ତ କରିବା ଦାୟିତ୍ୱ ଆମର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-…