କ୍ରିକେଟ ମ୍ୟାଚ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ  ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି।  ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସପି,…

“ସୁରକ୍ଷା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା” ସମ୍ବନ୍ଧିତ ବୈଷୟିକ ପ୍ରଶିକ୍ଷଣ

ଭୁବନେଶ୍ଵର: ରାଜ୍ୟରେ କାରଖାନାମାନଙ୍କର ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସୁଥୁବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟରେ ତାଲିମ କାର୍ଯ୍ୟକ୍ରମମାନ ସଂଗଠିତ ହେଉଛି, ଯାହା ଦୁର୍ଘଟନା ପ୍ରତିରୋଧକୁ ସୁଦୃଢ଼ କରୁଛି। ଏହି କ୍ରମରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ଆନୁକୂଲ୍ୟରେ ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ନିରାପତ୍ତା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା”…

 ‘ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା’ ବିଷୟବସ୍ତୁ ଉପରେ ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ୨୦୨୫ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ ୨୦୨୫ ଡିସେମ୍ବର ୫, ୨୦୨୫ ରେ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଶ୍ବ ମୃତ୍ତିକା ଦିବସର ବିଶ୍ବସ୍ତରୀୟ ପାଳନକୁ ଚିହ୍ନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ବର୍ଷର ବିଷୟବସ୍ତୁ ଥିଲା “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା”। ମୃତ୍ତିକା ସ୍ବାସ୍ଥ୍ୟ କିପରି ସ‌ହରାଞ୍ଚଳରେ ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ପରିଷ୍କାର ବାୟୁ, ବିଶୁଦ୍ଧ ଜଳ ଏବଂ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ…

ଔଷଧୀୟ ଉଦ୍ଭିଦ ଉପରେ ଅନଲାଇନ୍ କୁଇଜ୍

ଭୁବନେଶ୍ୱର : ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡିଶା ଦ୍ୱାରା ଆସନ୍ତା ୧୦ରୁ ୧୬ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ–୩, ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆୟୋଜିତ ହେବାକୁ ଯାଉଛି। ସମଗ୍ର ରାଜ୍ୟରୁ ବନ ସୁରକ୍ଷା ସମିତି (VSS) ସଦସ୍ୟ, ବୈଦ୍ୟ, ଔଷଧୀୟ ଉଦ୍ଭିଦ ଚାଷୀ, ପ୍ରାଥମିକ ସଂଗ୍ରାହକ, ଗବେଷକ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ମେଳାରେ ଭାଗନେବେ। ଏହାକୁ ଦୃଷ୍ଟିରେ ରଖି ଏବଂ ଔଷଧୀୟ ଉଦ୍ଭିଦ ସମ୍ପର୍କରେ ସଚେତନତା ବୃଦ୍ଧି…

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ:  ଓଡିଶା ପୁରସ୍କୃତ

ଭୁବନେଶ୍ୱର : ଡିସେମ୍ବର 3 ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ରାଷ୍ଟ୍ରୀୟ ପୁରସ୍କାର ସମାରୋହ – 2025 ବର୍ଷ ଅନୁଷ୍ଠିତ ହୋଇଯାଇଛିI ଏହି ଉତ୍ସବରେ ରାଷ୍ଟ୍ରପତି ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରିଥିଲେI ଏହି କ୍ରମରେ ବ୍ରତତୀ ହରିଚନ୍ଦନ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଓଡିଶା; ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କ ମଧ୍ୟରେ ଭିନ୍ନକ୍ଷମ ଅଧିକାର ଅଧିନିୟମ 2016ର ପ୍ରଭାବୀ କ୍ରିୟାନ୍ୱୟନ ଏବଂ…

ନିଯୁକ୍ତି ଦାତା ଓ ଶିଳ୍ପାନୁଷ୍ଠାନମାନଙ୍କୁ ଭିନ୍ନକ୍ଷମଙ୍କ ପ୍ରତିଭାର ଉପଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି। ଭୁବନେଶ୍ୱର SOA ଅଡିଟୋରିଅମଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ ୧…

ଧନୁଯାତ୍ରା ପାଇଁ ନିର୍ମିତ ହେବ ସ୍ୱତନ୍ତ୍ର ୱେବସାଇଟ

ଭୁବନେଶ୍ୱର : ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁଆରୀ ୩, ୨୦୨୬ ରିଖ ପର୍ଯ୍ୟନ୍ତ ବରଗଡ଼ରେ ଧନୁଯାତ୍ରା ମହୋତ୍ସବର ଆୟୋଜନ କରାଯିବ। ଧନୁଯାତ୍ରା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ…

ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ଵରାନ୍ଵିତ କରାଯାଉଛି

ଭୁବନେଶ୍ୱର : ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ  ନିରନ୍ତର ଉଦ୍ୟମ କରିବା ସହିତ  ଚଢାଉ ଅଭିଯାନ ଜାରି ରଖିଛି।  ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ  ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷ ସମୂଳେ ଧ୍ଵଂସ କରିବାରେ ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପୀଢିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା…

ଓଡ଼ିଆ ପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.0 ୱେବସାଇଟ୍ ମାଧ୍ୟମରେ ନିଜର ସୃଜନଶୀଳତାକୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଛି ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.0 ।  ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟୋଗୀତା ବିଭାଗ ଏବଂ ୟୁନିସେଫ୍ ର ମିଳିତ ସହଯୋଗରେ ଉଚ୍ଚ ମାଧ୍ୟମିକ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ହାକାଥନ୍ ର ଆୟୋଜନ କରାଯିବ। ଏହିକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆଜି ଓଡ଼ିଆପ୍ରେନ୍ୟୁର…

ପିଜିଟି ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ବର : ଶେଷ ହୋଇଛି  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ।  ଏହି ପ୍ରଶିକ୍ଷଣରେ ୯୦ ଜଣ ପିଜିଟି ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଥିଲେI ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଯୋଗଦେଇ ପିଜିଟି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ…