ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ପୁରାତନ ଅତିଥି ଭବନରେ ୨୩ଟି ରୁମ୍‌ ଥିବାବେଳେ ଏବେ ସ୍ଥାନାଭାବର ସମସ୍ୟା ଦେଖାଦେଉଛି। ଏଥିପାଇଁ ୩ କୋଟି ୮ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟରେ ସମ୍ପ୍ରସାରିତ…

କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ ଚଳିତ ବର୍ଷ ମାଣ୍ଡିଆ ଦିବସ ୨୦୨୫ ପାଳନର ଥିମ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଦିବସ ପାଳନ କରୁଛି। ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଅଛି। ଏହି  ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୦ ଓ ୧୧ ରେ ଦୁଇଦିନ ଧରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ଯ ସମ୍ମିଳନୀ ଅନୁଷ୍ଠିତ…

ସେପ୍ଟେମ୍ବର ୨୦ ସୁଦ୍ଧା ସବୁ ରାସ୍ତାର ଖାଲଖମା ମରାମତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର-କଟକ ସମେତ ସବୁ ସହର ଏବଂ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଟ୍‌-୫ସ୍ଥିତ ନିର୍ମାଣ ସୌଧ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ…

ସେପ୍ଟେମ୍ବର ମାସରେ ମୋଟ୍  ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଯୋଗାଇ ଦିଆଯିବ

ଭୁବନେଶ୍ୱର: ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୃଙ୍ଖଳିତ ସାର ଯୋଗାଣର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ସେପ୍ଟେମ୍ବର ମାସରେ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଏହି ସମସ୍ତ ସାର ମାର୍କଫେଡ୍ ଜରିଆରେ ପାକ୍ସ/ଲ୍ୟାମ୍ପସ୍ ମାଧ୍ୟମରେ ଚାଷୀମାନଙ୍କୁ ମିଳିବ। ଶତ ପ୍ରତିଶତ ଅର୍ଥାତ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ମାର୍କଫେଡ୍…

ଓଡିଶା ଅର୍ବାନ ଏକାଡେମୀ ଦ୍ୱାରା ଆୟୋଜିତ ସହରାଞ୍ଚଳରେ ପାର୍କିଂ ନୀତି ଉପରେ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ଓଡ଼ିଶା ଅର୍ବାନ ଏକାଡେମୀ, ସହରାଞ୍ଚଳ ଓଡ଼ିଶାରେ ପାର୍କିଂ ନୀତି ଉପରେ ଏକ ପରାମର୍ଶଦାତା କର୍ମଶାଳା ଆୟୋଜନ କରିଥିଲା, ଯେଉଁଥିରେ ରାଜ୍ୟର ପ୍ରମୁଖ ଅଂଶୀଦାରମାନଙ୍କୁ ସହରାଞ୍ଚଳ ପାର୍କିଂର ବର୍ଦ୍ଧିତ ଚ୍ୟାଲେଞ୍ଜର ସ୍ଥାୟୀ ଏବଂ ବ୍ୟବହାରିକ ସମାଧାନ ଉପରେ ବିଚାର ବିମର୍ଶ କରିବା ପାଇଁ ଏକତ୍ର କରାଯାଇଥିଲା। ଗତ ଗୁରୁବାର ଅନୁଷ୍ଠିତ କର୍ମଶାଳାରେ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ, ମ୍ୟୁନିସିପାଲ କମିଶନର, ଟ୍ରାଫିକ୍ ଏବଂ ପରିବହନ…

ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୪ ତାରିଖ ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ବର୍ତ୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା ଅବସରରେ ରାଜ୍ୟପାଳ ଏପରି ଗୁରୁତ୍ୱ ଆରୋପ…

ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ କରିବାରେ କୃତ୍ରିମ ବୁଦ୍ଧିମତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି: ଉନ୍ନୟନ କମିଶନର

ଭୁବନେଶ୍ୱର: ରାଜ୍ୟ ସୂଚନା ବିଜ୍ଞାନକେନ୍ଦ୍ର, ଓଡିଶା ଦ୍ଵାରା ଏହାର ଭୁବନେଶ୍ଵରସ୍ଥିତ ମୁଖ୍ୟାଳୟରେ ଏକ କୃତ୍ରିମ ବୁଦ୍ଧିମତ୍ତା ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଓଡିଶା ସରକାରଙ୍କର ବିଭିନ୍ନ ବିଭାଗ ଏବଂ ସଂଗଠନରୁ ଶତାଧିକ ଅଧିକାରୀ ଯୋଗ ଦେଇଥିଲେ। କର୍ମଶାଳାକୁ ଓଡିଶା ରାଜ୍ୟ  ସରକାରଙ୍କ ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଦ୍ଘାଟନ କରି କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟ କେତେକ ଟେକ୍ନୋଲୋଜି…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏମ୍ଏମ୍ୱାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୨ ତାରିଖ ଦିନ କଟକ ଜିଲ୍ଲାର ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍ଫେଡ୍ ମେଗା ଡାଇରୀ ପ୍ଲାଂଟ ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି। ଦୁଗ୍ଧ ଚାଷୀମାନେ ସେମାନଙ୍କ ଉଦ୍ୟମକୁ ବ୍ୟାପକ କରିବା ନିମନ୍ତେ ବ୍ୟାଙ୍କ ଋଣର ଆବଶ୍ୟକତା ରହିଛି।…

ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ୱିତ ପରିଚାଳନା ଯୋଜନା ପ୍ରସ୍ତୁତ କର’

ଭୁବନେଶ୍ୱର: ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ, ଓଡ଼ିଶାର ଚତୁର୍ଥ ବୈଠକ ଲୋକସେବା ଭବନସ୍ଥିତ ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣର ଅଧ୍ୟକ୍ଷ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ୱିତ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ବନଖଣ୍ଡ ଅଧିକାରୀ ଓ…

ଜନଜାତି ଅଂଚଳର ବିକାଶ ପାଇଁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଗୋଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମ ବୈଠକଟି ଜନଜାତି ଅଂଚଳର ବିକାଶ ପାଇଁ ସମ୍ବିଧାନର ୨୭୫(୧) ଅନୁଚ୍ଛେଦ ଅନୁସାରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଅର୍ଥର ବିନିଯୋଗ ପାଇଁ ପ୍ରକଳ୍ପ…