ଦୁର୍ଗମ ଜିଲ୍ଲାକୁ ଯୋଗାଯୋଗ ଏବଂ ପରିବହନକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ଵର: ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ,  ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆସ୍ପିରେସନାଲ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଏକ ସଫଳ ମଡେଲ ସାବ୍ୟସ୍ତ ହୋଇଛି ବୋଲି କହିବା ସହିତ ଆଗାମୀ ଦିନ…

ମହିଳା ନେତୃତ୍ୱାଧୀନ ବୟନ ଉଦ୍ୟୋଗକୁ ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି। ମିଶନ ଶକ୍ତି ଭବନର ଅଡିଟରିୟମ ହଲରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଉପସ୍ଥିତିରେ ବୁଣାକାର ମା ଓ ଭଉଣୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି  ବିଭାଗ ସହ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଆୟୋଗ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ର(weavers’ service centre)ର ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି…

ଶିଳ୍ପାଞ୍ଚଳର ବ୍ୟାପକ ଉନ୍ନତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନରେ ଯାଇ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଓ ଉଦ୍ୟୋଗଗୁଡିକୁ ବୁଲି ଦେଖିବା ସହ ସ୍ଥାନୀୟ ଅଂଚଳର ବ୍ୟାପକ ଉନ୍ନତିକରଣ ଓ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଇନ୍ଦ୍ରାଣୀ ପାଟଣାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ପରିଚାଳିତ କମନ ଫାସିଲିଟି…

କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଜର୍ମାନୀରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ଼ ୟୁନିଭରସିଟି ଗେମ୍ସ-୨୦୨୫ରେ କାଂସ୍ଯ ପଦକ ଜିତିଥିବା ପୁରୁଷ ୪x୧୦୦ ରିଲେ ଟିମ୍‌ର ସଦସ୍ଯ ଥିବା କ୍ରୀଡ଼ାବିତ୍ ଅନିମେଶ କୁଜୁର, ଲାଲୁପ୍ରସାଦ ଭୋଇ ଏବଂ ଡିଏମ୍ ଜୟରାମଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ୱାର୍ଲଡ଼ ୟୁନିଭରସିଟି ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନଙ୍କର ଚମତ୍କାର ପ୍ରଦର୍ଶନ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ…

ଭୁବନେଶ୍ୱରରେ ହେବ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପବାଚସ୍ପତି ଭାବନୀଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି…

କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କେନ୍ଦ୍ର ଶକ୍ତି, ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ଏବଂ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ବିଚାର ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ, ପୁନର୍ବିନ୍ୟାସ କ୍ଷେତ୍ର ଯୋଜନା (RDSS) ଅଧୀନରେ ୩୦୬୯ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ଆଲୋଚନା ରହିଛି। ସେହିଭଳି, ଓଡ଼ିଶା ବାରମ୍ବାର ଘୂର୍ଣ୍ଣିଝଡ଼ ଏବଂ…

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିଷ୍ଠାନ ପରିସର ମଧ୍ୟରେ ପାଠାଗାର କୋଠା, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ବାସଗୃହ, ହଷ୍ଟେଲ ଓ ଏକାଡେମିକ୍‌ ବ୍ଲକ୍‌ର ଅତିରିକ୍ତ ମହଲା ନିର୍ମାଣ ନିମନ୍ତେ ଏକ ବୁଝାମଣାପତ୍ର ଖାରବେଳ ଭବନଠାରେ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଏବଂ ଓଡ଼ିଶା ନିର୍ମାଣ ନିଗମ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା…

କୃଷି-ପ୍ରଯୁକ୍ତି ବିଦ୍ୟା ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ସୋସିଆଲ ଆଲଫା ଏବଂ ଓଡ଼ିଶା ସରକାରଙ୍କ ବହୁଭାଗୀ କର୍ମଶାଳା

ଭୁବନେଶ୍ୱର: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ସହଭାଗୀତାରେ ସୋସିଆଲ ଆଲଫା ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସୀରେ “ଓଡ଼ିଶାରେ କୃଷି-ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା” ଉପରେ ଏକ ରାଜ୍ୟସ୍ତରୀୟ ବହୁଭାଗୀ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ପ୍ରଦର୍ଶିତ ପ୍ରଯୁକ୍ତିବିଦ୍ୟା ସହିତ ଚାଷୀମାନେ ଉଦ୍ଭାବନକୁ ପ୍ରତ୍ୟକ୍ଷ ଭାବରେ ବ୍ୟବହାର କରିଥିଲେ। ଉତ୍ପାଦ ପ୍ରଦର୍ଶନ, ଦର୍ଶକଙ୍କ ସହିତ ଏକ ଖୋଲା ପ୍ରଶ୍ନୋତ୍ତର ଏବଂ ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା ବୈଧତା ସଂସ୍ଥା ଏବଂ ଷ୍ଟାର୍ଟଅପ୍ ଆଦି ଉଚ୍ଚସ୍ତରୀୟ ପ୍ୟାନେଲ୍ ଆଲୋଚନା…

ସମ୍ମାନ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ନବୀକରଣ ପ୍ରତିଶୃତି ସହିତ ଦୁଇଦିନିଆ ଜାତୀୟ ଗରିମା ସମ୍ମିଳନୀ ଶେଷ

ଭୁବନେଶ୍ୱର :  ଓଡ଼ିଶାର ଗରିମା ପଦକ୍ଷେପ ଅଧୀନରେ “ମୁଖ୍ୟ ପରିମଳ କର୍ମଚାରୀଙ୍କ ସମ୍ମାନ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା” ଉପରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଛି। ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଦିଗରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ପରିମଳ କାର୍ଯ୍ୟରେ ଅଂଶୀଦାରମାନଙ୍କୁ ସ୍ୱୀକୃତି ଦେବାରେ…

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିରିପୁରସ୍ଥିତ ଇମେଜ୍ ଠାରେ ଆୟୋଜିତ କରାଯାଇଛି। ଏହି ପ୍ରଶିକ୍ଷଣରେ ୧୦୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ,  ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା…