ଓଡ଼ିଶାରେ ପ୍ରଶିକ୍ଷଣ ନେବେ ଶ୍ରୀଲଙ୍କାର ଅଧିକାରୀ

ଭୁବନେଶ୍ୱର: ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ୩୦ ଜଣ ଅଧିକାରୀ ଓଡ଼ିଶାରେ ପହଁଚିଛନ୍ତି। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ସେମାନେ ପାଞ୍ଚ ଦିନ ଧରି ପ୍ରଶିକ୍ଷଣ ନେବେ। ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ସେମାନେ ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ-ଇତିହାସ-ବୌଦ୍ଧ କୀର୍ତ୍ତିରାଜି ସମ୍ପର୍କରେ ଅବଗତ ହେବେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ…

ଢେଙ୍କାନାଳର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN (Building and Management of Aviation Assets and Network) ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆଦିବାସୀ କନ୍ୟା ମାନଙ୍କୁ ପାଇଲଟ ହେବା ପାଇଁନ ଟ୍ରେନିଂ ଦିଆଯିବ। ଏହି ଅବସରରେ ରାଜ୍ୟ ସରକାର ଦେଶର ପ୍ରମୁଖ ବିମାନ MRO (Maintenance,…

ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସଡକ ଓ ସେତୁ ନିର୍ମାଣ ଜରିଆରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀ କରଣର ଗୁରୁଦାୟିତ୍ୱ ଏହି ବିଭାଗ ଉପରେ ନ୍ୟସ୍ତ ରହିଛି। ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ  ଧାର୍ଯ୍ୟ ରହିଛି। ବିଭିନ୍ନ ସ୍କିମ୍…

ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର: ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତିI ଚଳିତ ଅଗଷ୍ଟ ୨୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର…

ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ମହାକାଶ ଉପଯୋଗ କେନ୍ଦ୍ରର (ଓରସାକ) ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ। ଆଜିର ଦିବସ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ରହିଲେ ଦେଶରେ ପ୍ରଗତିର ନୂତନ…

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା

ଭୁବନେଶ୍ୱର: ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ। ସେମାନେ ହେଉଛନ୍ତି ପ୍ରଥମ ରେସ୍୍ପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ  ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ…

ଚାଷୀ ଏବଂ କୃଷି ଉଦ୍ୟୋଗୀ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ର ଲାଭ ଉଠାଇବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା  “ମୁଖ୍ୟମନ୍ତ୍ରୀକାମଧେନୁଯୋଜନା”ର ସଫଳ  କାର୍ୟ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏହି  ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଯୋଜନାର କାର୍ୟ୍ୟାନ୍ୱୟନ ସ୍ଥିତି ଓ ଅଗ୍ରଗତି ସଂପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା। ଯୋଜନାର କାର୍ୟ୍ୟକାରିତା ଅନୁଧ୍ୟାନ ପୂର୍ବକ ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ…

ବିଶ୍ୱ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନିଅନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଏକ ସାମୁହିକ ଦାୟିତ୍ୱ ଭାବରେ ଗ୍ରହଣ କରିବା, ସେମାନଙ୍କର ଜ୍ଞାନକୁ ସମାଜର ଉନ୍ନତି ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ବ୍ୟବହାର କରିବା ସହ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୧ ତାରିଖ ଅପରାହ୍ନରେ ଉକôଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ଏମ୍କେସିଜି ଅଡିଟୋରିୟମ୍ ଠାରେ ଉକôଳ ବିଶ୍ୱ ବିଦ୍ୟାଳୟର ଆଲୁମିନି ଆସୋସିଏସନ୍ର ପଂଚମ ବାର୍ଷିକ ସମାରୋହରେ ମୁଖ୍ୟ…

ଜଳବିଭାଜିକା ଯୋଜନାରେ ସର୍ବାଧିକ ପରିମାଣର ପାଣ୍ଠି ବ୍ୟବହାର କରିଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ର ଜଳବିଭାଜିକା ଅଧୀନରେ ପାଣ୍ଠି ବ୍ୟବହାରରେ ଓଡ଼ିଶା ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଏବଂ ଜମ୍ମୁ କାଶ୍ମୀର, ଲଦାଖ କେନ୍ଦ୍ରଶାସିତ ପ୍ରଦେଶର ଜଳବିଭାଜିକା-ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଅନୁମୋଦିତ ପାଣ୍ଠିର ୮୩% ବ୍ୟବହାର କରି ଓଡ଼ିଶା ସାରା ଦେଶରେ ପ୍ରଥମ…

ପର୍ଯ୍ୟଟନ ବିକାଶ ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତାକୁ ବିଶ୍ୱସ୍ତରରେ ପହଞ୍ଚାଇବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକସେବା ଭବନରେ ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓଡ଼ିଶାର ପର୍ଯ୍ୟଟନର ବିକାଶରେ ଯୋଡ଼ି ହୋଇଥିବା ଏହି ନୂତନ ଫର୍ଦ୍ଦର ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗ ଦେଇଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତିନୋଟି ବୁଝାମଣାପତ୍ର ଓଡ଼ିଶାର ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟନ ବିବିଧତା…