‘ପ୍ୟାକ୍ସ ଗୁଡ଼ିକ ୱାନ୍‌-ଷ୍ଟପ୍‌ ସପ୍‌ ଭଳି କାର୍ଯ୍ୟ କରିବ ‘

ଭୁବନେଶ୍ୱର: ପ୍ରାଥମିକ କୃଷି ସମବାୟ ସମିତି (PACS)ର କମ୍ପ୍ୟୁଟରୀକରଣ ଏବଂ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟ (RCS) ଓଡ଼ିଶାର କମ୍ପ୍ୟୁଟରୀକରଣ ଉପରେ ଏକ ଦିନିକିଆ କର୍ମଶାଳା ଓ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ୍‌ ହୋଟଲର ଚାଣକ୍ୟ ହଲରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଉଦଘାଟନ କରିଥିଲେ। ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ…

କର୍ଣ୍ଣାଟକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଅନୁଧ୍ୟାନ କଲେ ଓଡ଼ିଶାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: କର୍ଣ୍ଣାଟକ ସରକାରଙ୍କର ଏକ ୨୨ ଜଣିଆ ପ୍ରତିନିଧି ଦଳ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଶ୍ୱ ଦକ୍ଷତା କେନ୍ଦ୍ର ଓ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଦାନ କରାଯାଉଥିବା ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ସରକାରଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହ ଖାରବେଳ ଭବନଠାରେ କର୍ଣ୍ଣାଟକ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶାରେ…

ସ୍କୁଲ ପିଲାଙ୍କର ଦୃଷ୍ଟି ସମସ୍ୟା ଦୂର କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କର ଦୃଷ୍ଟି ସମସ୍ୟା ଏବଂ ଝିଅ ଓ ମହିଳାମାନଙ୍କର ହିମୋଗ୍ଲୋବିନସ୍ତର ହେବା ସମସ୍ୟା ଦୂର କରିବା ଦିଗରେ ମିଳିତ ପଦକ୍ଷେପ ଉପରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି I ଚଳିତ ଅଗଷ୍ଟ ୨୬ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲଠାରେ ଅନୁଷ୍ଠିତ ଦୃଷ୍ଟି ସମସ୍ୟା ନିୟନ୍ତ୍ରଣ ଏବଂ ରକ୍ତହୀନତା ଦୂରୀକରଣ ସମ୍ପର୍କିତ ଏକ ବୈଠକରେ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି I ଏ ଦିଗରେ ଶିଳ୍ପ ସଂସ୍ଥା, ଏନଜିଓ,…

ସି.ଏମ୍–କିଷାନ୍ ଯୋଜନା ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତି ରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ…

ପରିବେଶ ଅନୁକୁଳ ଗମନାଗମନକୁ ତ୍ୱରାନ୍ୱିତ କରୁଛି ଇ-ବସ୍

ଭୁବନେଶ୍ୱର : ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ବର୍ତ୍ତମାନ ୪୫୦ ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ-ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି। ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍…

ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଭବିଷ୍ୟତରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ପଦକ ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବା ନିମନ୍ତେ ସମସ୍ତ କ୍ରୀଡ଼ାବିତଙ୍କୁ…

ବସନ୍ତ କୁମାର ରଣା ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର: କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ମାଲକାନଗିରି ଶିକ୍ଷକ ବସନ୍ତ କୁମାର ରଣା ୨୦୨୫ ମସିହା ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା…

୩୦୦୦ରୁ ଅଧିକ ସ୍ମାରକ ସଂରକ୍ଷଣ ପାଇଁ ଗଠିତ ହେବ ଟାସ୍କଫୋର୍ସ

ଭୁବନେଶ୍ୱର:  ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ। ଐର ଖାରବେଳଙ୍କ ସମୟରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଅନେକ କୀତ୍ତିରାଜି ଆଜିବି ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି। ଏହି ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରିବା ସହ ସେସବୁର ଡାଟାବେସ୍‌ ପ୍ରସ୍ତୁତ କରିବା ସହ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରାଇବାର ଆବଶ୍ୟକତା ରହିଛି ବୋଲି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଛି।…

ଦାଦନ ଶ୍ରମିକ ହ୍ରାସ ନେଇ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦାଦନ ଶ୍ରମିକ ହ୍ରାସ ନେଇ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ବୈଠକରେ ଦାଦନ ପାଇଁ ପ୍ରବାସ ଯାଉଥିବା ପଛର କାରଣ ଏବଂ ସମାଧାନ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସର୍ଭେ କରିବା ପାଇଁ ଦି ନଜ୍ ଫାଉଣ୍ଡେସନ୍ କୁ ଦାୟିତ୍ୱ ଦିଆଯାଇଥିଲା। ସର୍ଭେ ଏବଂ ସରକାରଙ୍କ ପାଖରେ ଉପଲବ୍ଧ…

ସ୍କୁଲ, କଲେଜ୍ କ୍ୟାମ୍ପସକୁ ଡ୍ରଗ୍ସ ଫ୍ରି କରିବାକୁ ସମ୍ମିଳିତ ପଦକ୍ଷେପ ଓ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ  

ଭୁବନେଶ୍ୱର: ବେଆଇନ୍‌ ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ନିଶାଦ୍ରବ୍ୟ ରୋକିବା ସଂପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଲୋକ ସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ୨୦୨୫ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ତଥା ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ…