ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନକୈନ୍ଦ୍ରିକ ଶାସନ ପରିଚାଳନା ପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ ଶାସନ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକାରୀ ହେଉଥିବା ଜନଶୁଣାଣି ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ ସମୀକ୍ଷାକର।ଯାଇଥିଲା। ୨୦୨୪ ଜୁନ ମାସ ଠାରୁ ବିଭିନ୍ନ ମାଧ୍ୟମରେ ଗୃହୀତ ହୋଇଥିବା ଜନ ଅଭିଯୋଗ ମଧ୍ୟରେ ଅଦ୍ୟାବଧି …


