‘ଆମ ଯୁବପିଢିଙ୍କୁ ଇଣ୍ଡଷ୍ଟ୍ରି ରେଡି ହେବାପାଇଁ ପଡିବ’

ଭୁବନେଶ୍ୱର : ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ।  ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗର ନବନିଯୁକ୍ତ ୧,୨୯୪ ଜଣ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି।…

ଜଳ ବିଦ୍ୟୁତ୍ ନିଗମ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି

ଭୁବନେଶ୍ୱର : ଭବିଷ୍ୟତର ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ଭାରତର ପ୍ରତିବଦ୍ଧତା ସ୍ୱରୂପ, ଭାରତ ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ୫୦୦ ଗିଗାୱାଟ କ୍ଷମତା ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷିରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉନ୍ନୟନ କମିଶନର ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ମୁଖୀଗୁଡ଼ାରେ ୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ଼  ଷ୍ଟୋରେଜ୍…

‘ଡିଜାଇନରମାନେ ସଂସ୍କୃତି, ପରିଚୟ ଏବଂ ପ୍ରଗତିର କାହାଣୀକାର, ଉଦ୍ଭାବକ ଏବଂ ଧ୍ୱଜାବାହକ’

ଭୁବନେଶ୍ୱର: ଫ୍ୟାସନ କପଡା ଏବଂ ସୂତା ଅପେକ୍ଷା ଅଧିକ। ଏହା ସଂସ୍କୃତି, ପରିଚୟ ଏବଂ ପ୍ରଗତିର ଭାଷା ବୋଲି ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି  କହିଛନ୍ତି। ଚଳିତ ଜୁନ ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଟେକ୍ନୋଲୋଜି (ନିଫ୍ଟ) ଆନୁକୂଲ୍ୟରେ ଆୟୋଜିତ ଗ୍ରାଜୁଏସନ୍ ସୋ– ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଡିଜାଇନରମାନେ…

କନ୍ଧମାଳ ପାଇଁ ପ୍ରାୟ ୭୫୦ କୋଟିର ୧୦ଟି ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ କରିଛି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା…

ଚୂଡ଼ାନ୍ତ ଆଇ.ଟି ନୀତିରେ ଗବେଷଣା ଭିତ୍ତିରେ ୫ କୋଟି ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା

ଭୁବନେଶ୍ୱର: ଇଲେକ୍ଟ୍ରୋନିକ ଗବେଷଣା “ଓଡ଼ିଶା ପ୍ରଦତ୍ତ ସୁବିଧା: ଇ.ଏସ୍‍.ଡି.ଏମ୍‍. ଲକ୍ଷ୍ୟ ପୂରଣ ଦିଗରେ ଏକ ଅନୁପ୍ରେରଣା”ଶୀର୍ଷକ କର୍ମଶାଳାରେ ଆଇ.ଟି. ଶିଳ୍ପ କ୍ଷେତ୍ରର ପ୍ରତିନିଧି ଓ ଇ. ଆଣ୍ଡ ଆଇ.ଟି. ବିଭାଗ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ସରକାରଙ୍କ ନୀତି ତଥା ଶିଳ୍ପ ଅନୁକୂଳ ପ୍ରସ୍ତାବ ସଂପର୍କରେ ଆଲୋଚନା ତଥା ମତ ବିନିମୟ ହୋଇଥିଲା। ଉପସ୍ଥିତ ହିତଧାରକମାନେ ସେମାନଙ୍କ ପରିଚୟ ଏବଂ ନିଜ ନିଜ ସଂସ୍ଥାର ସଫଳତା ସହ ବିଭିନ୍ନ ସମସ୍ୟା ବଖାଣିବା ପରେ ବିଭାଗ ପକ୍ଷରୁ କରାଯାଇଥିବା ପଲିସି…

ଗୋଧନେଶ୍ୱର, ଖଇରମାଳ, ଉଲୁଣ୍ଡା ଓ ସୁରୁବାଲି ଠାରେ ନଦୀଗର୍ଭ ଜଳାଶୟ ନିର୍ମାଣ ହେବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜିଲ୍ଲାରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍‍ଘାଟିତ ହୋଇଛି ଏବଂ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହିସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଡ଼କ ନିର୍ମାଣ, ଜଳସେଚନ, ସେତୁନିର୍ମାଣ, ସ୍ୱାସ୍ଥ୍ୟ…

ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ।…

ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ଡିପ୍ ନ୍ୟୁରାଲ୍ ନେଟୱାର୍କ ଫର ଏରୋସ୍ପେସ୍ ଆଣ୍ଡ ଡିଫେନ୍ସ ଲାବୋରେଟୋରୀ

ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତ୍ତା ଏବଂ ପରବର୍ତ୍ତୀ ପିଢ଼ିର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଜାତୀୟ କ୍ଷମତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆଜି ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଡିପ୍ ନ୍ୟୁରାଲ୍ ନେଟୱାର୍କ (DNN) ଲାବୋରେଟୋରୀକୁ ଉଦଘାଟନ କରିଛନ୍ତି। ଏହି ଲାବୋରେଟୋରୀ ଭୁବନେଶ୍ୱରର ନୟାପଲ୍ଲୀରେ କ୍ରିଷ୍ଟେଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ସରକାରୀ ଅଧିକାରୀ, ପ୍ରତିରକ୍ଷା ବିଶେଷଜ୍ଞ, ଶିକ୍ଷାବିତ୍…

‘ରାଜସ୍ୱ ଅଧିକାରୀ ଜନସାଧାରଣଙ୍କ ଆସ୍ଥା ଭାଜନ ହୁଅନ୍ତୁ’

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଚାଲିଥିବା ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଉଦଯାପିତ ହୋଇଛି| ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେ ଯେ ରାଜସ୍ୱ ଅଧିକାରୀ ମାନଙ୍କୁ ଜନସାଧାରଣ ତଥା ରାଜ୍ୟର ସ୍ୱାର୍ଥକୁ ଆଖି ଆଗରେ ରଖି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପଡିବ|ସାଧାରଣ ଜନତାଟିଏ ସଠିକ ସମୟରେ ଉପଯୁକ୍ତ ନ୍ୟାୟ ପାଇବା ଉଚିତ | ଆପଣମାନଙ୍କୁ ସମସ୍ତ ସମସ୍ୟାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ…

ଷ୍ଟାର୍ଟଅପ୍ ଓଡ଼ିଶା ଦ୍ଵାରା ‘ଏକ୍ସ-ଚେଞ୍ଜ ପ୍ରୋଗ୍ରାମ୍’ ଏବଂ ‘ଲଞ୍ଚପ୍ୟାଡ୍ ୨୦୨୫’

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ  କରିବାସହ ନବସୃଜନର ସମ୍ଭାବନାକୁ ବଢାଇବା ପାଇଁ ଏମଏସଏମଇ ବିଭାଗ ସହାୟତାରେ ଷ୍ଟାର୍ଟଅପ୍ ଓଡ଼ିଶା,’ଏକ୍ସ-ଚେଞ୍ଜ ପ୍ରୋଗ୍ରାମ୍’ ଏବଂ ‘ଲଞ୍ଚପ୍ୟାଡ୍ ୨୦୨୫ ଆୟୋଜିତ ହୋଇଯାଇଛି l  ଭୁବନେଶ୍ୱରର ଓ-ହବ୍, ଓଡ଼ିଶା ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ସେଣ୍ଟରରେ ଆୟୋଜିତ କର୍ମଶାଳାରେ ଇନକ୍ୟୁବେଟର୍ ମାନଙ୍କୁ ଦକ୍ଷତା ବିକାଶ ଓ ନବସୃଜନର ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଥିଲା l ଏହା ସହ ଷ୍ଟାର୍ଟଅପ୍ ଓଡ଼ିଶା ଲଞ୍ଚପ୍ୟାଡ୍ ୨୦୨୫ : ଇନକ୍ୟୁବେଟର ଇଣ୍ଡକ୍ସନ୍ ଏବଂ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ…