ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ସୀମାହୀନ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

ଭୁବନେଶ୍ବର: ଓଡ଼ିଶା ସାମୁଦ୍ରିକ ବୋର୍ଡ (ଓ. ଏମ୍. ବି.) ରାଜ୍ୟର ନୀଳ ଅର୍ଥବ୍ୟବସ୍ଥା ଏବଂ ସାମୁଦ୍ରିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେବା ଦିଗରେ ଏକ ଉଚ୍ଚାଭିଳାଷୀ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଗତ କାଲି ନବଗଠିତ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଏହାର ଚାଲୁଥିବା ତଥା ଆଗାମୀ ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରିଥିଲେ। ଗସ୍ତ ସମୟରେ, ଶ୍ରୀମତୀ ପାଢୀ ବନ୍ଦର…

ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ। ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଏହି ନୀତିକୁ…

୨୪ ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ 

ଭୁବନେଶ୍ଵର : ଅଙ୍ଗଦାନଠୁ ମହତ କାର୍ଯ୍ୟ କିଛି ନାହି। ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଅଙ୍ଗଦାତାମାନେ ନୂତନ ଜୀବନ ଭରି ଦିଅନ୍ତି। ଅଦ୍ୟାବଧି ଆମ ରାଜ୍ୟରେ ୧୪ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯାଇଛି। ଏହି “ସୂରଜ ପୁରସ୍କାର”ରାଜ୍ୟବାସୀଙ୍କୁ ସେମାନଙ୍କର ଗରୁତ୍ଵପୂର୍ଣ୍ଣ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବାପାଇଁ  ନିଶ୍ଚିତ ଭାବରେ ଉତ୍ସାହିତ କରିବ। ପୂର୍ବାହ୍ନ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗ ଦାନ ଦିବସ…

ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶା ସମ୍ମାନିତ

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ଓ ସମ୍ମାନପତ୍ର ଦିଲ୍ଲୀସ୍ଥିତ ଏମ୍ସରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟ ପରାମର୍ଶଦାତାଙ୍କ  ଦ୍ୱାରା ଗ୍ରହଣ କରାଯାଇଛି। ସେହିପରି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ତମାଖୁ…

“ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”

ଭୁବନେଶ୍ଵର /ବ୍ରହ୍ମପୁର : ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁରସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟଠାରେ ଆୟୋଜିତ ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ  ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ  ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବବର୍ଗଙ୍କ ସ୍ୱାସ୍ଥ୍ୟ…

ଆଇଟିଆଇ ଉନ୍ନତିକରଣ ପାଇଁ ଜାତୀୟ ଯୋଜନା ଉପରେ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା (ଏମ୍‌ଏସଡିଇ)ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି କର୍ମଶାଳାରେ ହବ୍‌-ଏଣ୍ଡ-ସ୍ପୋକ୍‌ ମଡେଲ୍‌ ମାଧ୍ୟମରେ…

ନିର୍ଦ୍ଧାରିତ ସମୟ ମଧ୍ୟରେ ପାନୀୟ ଜଳ ଯୋଗାଇବା କାର୍ୟ୍ୟ ସମାପ୍ତ କରିବାକୁ ମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ସମଗ୍ର ଓଡ଼ିଶାବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି। ରାଜ୍ୟରେ ଗ୍ରାମାଞ୍ଚଳରେ ଏହି କାର୍ୟ୍ୟକୁ ଉଚିତ ଭାବରେ କାର୍ୟ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବୃହତ  ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ବରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ପଞ୍ଚାୟତିରାଜ…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ

ଭୁବନେଶ୍ୱର: ଜାତୀୟ ଗ୍ରନ୍ଥାଗାରିକ ଦିବସ ଉପଲକ୍ଷେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ ଆର ରଙ୍ଗନାଥନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଅନୁଜା ତାରିଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟ ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ, ପ୍ରଫେସର ଡ଼. ପୁଷ୍ପାଞ୍ଜଳୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଫେସର ବାମନ ପରିଡ଼ା, ଉତ୍କଳ ବିଶ୍ଵବିଦ୍ୟାଳୟ, ପାଠାଗାର ଓ ସୂଚନା…

ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ସଂରକ୍ଷଣ, ବିଶେଷକରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ଉପରେ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଶ୍ରୀ ସିଂହଦେଓ ବୈଠକରେ କହିଛନ୍ତି ଯେ, ଆମେ ନବୀକରଣୀୟ ଶକ୍ତି ଆଡକୁ ଅଗ୍ରସର ହେଉଥିବା ସମୟରେ ଓଡ଼ିଶା ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ପାଇଁ ଅଗ୍ରସର ହେଉଛି କାରଣ ଏହା ସମୟର ଆବଶ୍ୟକତା। ନବୀକରଣୀୟ ଶକ୍ତି ପଦକ୍ଷେପଗୁଡ଼ିକ…

ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ

ଭୁବନେଶ୍ୱର / କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ  ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆବଶ୍ୟକ ଥିବା…