ଭାରୀଯାନ ପାଇଁ ନୂଆ କରିଡ଼ର

ଭୁବନେଶ୍ୱର: ନିର୍ମାଣ ବିଭାଗ ଭିଜନ ୨୦୩୬କୁ  ଆଖିଆଗରେ ରଖି ସାରା ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରୁଛନ୍ତି। ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାଲାଗି ଏକ ସୁଦୃଢ ସଡକ ନେଟୱର୍କ ଜରୁରୀ। ତେବେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ସେହି ଅନୁସାରେ ଗାଡି ମଟର ସଂଖ୍ୟା ବୃଦ୍ଧି କାରଣରୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଆସିବା ପାଇଁ ଅଧିକ ସମୟ ଲାଗୁଚି। ଏହାକୁ ଦୃଷ୍ଟିରେ…

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ‘‘ବିଦେଶରେ ଚାକିରି କରିବି ବୋଲି ମୁଁ କେବେ ଭାବି ନଥିଲି । ବିଶ୍ୱ ଦକ୍ଷତା କେନ୍ଦ୍ର ଯୋଗୁଁ ଆଜି ତାହା ସମ୍ଭବ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ପାଠ୍ୟକ୍ରମରେ ତାଲିମ ଶେଷକରି ଏବେ ଦୁବାଇରେ ଏକ ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ମୋ’ ଘର ଚଳିବା ସହ ଦୁଇ ଭାଇ ଓ ଭଉଣୀଙ୍କ କ୍ୟାରିୟର ଗଢ଼ିବା ପାଇଁ ଉଦ୍ୟମ କରୁଛି,’’ ଏହା…

ଓଡ଼ିଶାରେ ପ୍ରଥମ ଏମ୍. ଆର୍. ଓ. ସୁବିଧା ସ୍ଥାପନ ହେବ

ଭୁବନେଶ୍ୱର: ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂତନ ଗନ୍ତବ୍ୟ ନୀତି ଦ୍ୱାରା ପରିଚାଳିତ ଓଡିଶା ଏହାର ବେସାମରିକ ବିମାନ ଚଳାଚଳ ପରିଦୃଶ୍ୟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖୁଛି। ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଏହି ନୀତିର ଉଦ୍ଦେଶ୍ୟ ହେଉଛି ବିମାନ ଚଳାଚଳ ପାଇଁ ସଂରଚିତ ପ୍ରୋତ୍ସାହନ, ମାର୍ଗ ସହାୟତା ଏବଂ ସୁବିଧା ମାଧ୍ୟମରେ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବିମାନ ସଂଯୋଗକୁ ବିସ୍ତାର କରିବା। ବିମାନ ଚଳାଚଳ ଭିତ୍ତିଭୂମିକୁ ଏକ ରଣନୈତିକ ପ୍ରୋତ୍ସାହନ ସ୍ୱରୂପ, ଓଡ଼ିଶା ସରକାର ଭୁବନେଶ୍ୱରରେ…

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା : ଗ୍ରାଣ୍ଡ ଫାଇନାଲରେ ଦଶଟି ଦଳ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲ ଜୁଲାଇ ୨୦ରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ  ଅଫ ହୋଟେଲମ୍ୟାନେଜମେଣ୍ଟ (ଆଇଏଚଏମ)ରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ ୩୦ଟି ଏସଏଚଜି ଦଳ ପାରମ୍ପରିକ ଖାଦ୍ଯ ପ୍ରସ୍ତୁତି କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ହୋଟେଲ ମେ ଫେୟାରର ସେଫ ସୂରଜ କୁମାର ସାହୁ, ଆଇଏଚଏମର ବିଭାଗୀୟ ମୁଖ୍ୟ ସେଫ ସଂବିତ ସୁମନ ଏବଂ ଲାଇଫ…

ଜଳ ସମ୍ପଦ ବିଭାଗର ‘ସ୍ଵୟଂଚାଳିତ ଫାଟକ ଯୋଜନା’

ଭୁବନେଶ୍ୱର: ଆମ ରାଜ୍ୟରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜଗୁଡିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା ବାତ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣହୋଇଥାଏ। ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ। ଚଳିତ ସରକାର କ୍ଷମତାକୁ ଆସିବା ମାତ୍ରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉନ୍ନତ ବୈଜ୍ଞାନିକ…

ହୀରାକୁଦ ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ଏହାର ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ  ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ  ଧରି ଅବହେଳିତ ହୋଇ ପଡିଥିବା ହୀରାକୁଦ ସେଚାଞ୍ଚଳର କରନାଳୀଗୁଡ଼ିକର ନବୀକରଣ ସକାଶେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳରେ “ହୀରାକୁଦ ସେଚାଞ୍ଚଳ ଉନ୍ନୟନ” ନାମରେ ଏକ ନୂତନ ଯୋଜନାକୁ ନୂତନ ସରକାର  କ୍ୟାବିନେଟରେ ଅନୁମୋଦନ କରିଥିଲେ, ଯାହାକି କାର୍ୟ୍ୟକାରୀ କରାଯାଉଛି ।  ଏହା ଫଳରେ ହୀରାକୁଦ ସେଚ।ଞ୍ଚଳରେ ଥିବା ୧୫୧୦ କିମି ବିଶିଷ୍ଟ…

ୟୁ. ଏଲ୍. ବି. ଗୁଡ଼ିକରେ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ବର : ନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଶାସନକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଗୁଡ଼ିକରେ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଏକ “ଉତ୍ସର୍ଗୀକୃତ ସ୍ୱତନ୍ତ୍ର ଅଭିଯାନ” ଘୋଷଣା କରିଛି। ଆସନ୍ତା ୨୫ ତାରିଖ  ( ୨୧ ରୁ ୨୫ ଜୁଲାଇ, ୨୦୨୫ ) ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଏହି ପାଞ୍ଚ ଦିନ ମଧ୍ୟରେ  ଜନଶୁଣାଣୀ, କେନ୍ଦ୍ରୀକୃତ ଜନ ଅଭିଯୋଗ ସମାଧାନ…

ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ କର୍ମଶାଳା ଆୟୋଜିତ  

ଭୁବନେଶ୍ବର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବନବିଭାଗ ମୁଖ୍ୟ କାର୍ୟ୍ୟାଳୟ, ଅରଣ୍ୟଭବନର ସମ୍ମିଳନୀ କକ୍ଷଠାରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ ବାଉଁଶ ଚାଷକୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ବାଉଁଶ ଉଦ୍ୟୋଗୀ, ବାଉଁଶ ଶିଳ୍ପୀ, ବାଉଁଶ କାରିଗର ତଥା ବାଉଁଶ ଚାଷୀମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ଥ ଏହି କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ ଯେ ଉତ୍ପାଦକମାନଙ୍କୁ ଗ୍ରାହକଙ୍କ ସହିତ ସୁଗମ ଭାବରେ ସଂଯୋଗ କରିବା…

ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛିI ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ୍ ଆର୍. ଆୟାର, ଅବସରପ୍ରାପ୍ତ ଶିକ୍ଷା ବିଭାଗର ପ୍ରଫେସର ଡ଼. ବିମଳ ଚରଣ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳୀ, ଯୁଗ୍ମ ନିର୍ଦ୍ଦେଶିକା ସ୍ନିଗ୍ଧା ମିଶ୍ର, ଉପ ନିର୍ଦ୍ଦେଶିକା ସିଏଚ୍. ବିଜୟ…

ସୁଶାସନ ସଂପର୍କିତ ଜାତୀୟ ସମ୍ମିଳନୀରେ ଅଭିନବ ଓ ଶ୍ରେଷ୍ଠ ଅଭ୍ୟାସ ଅନୁକରଣ କରିବାକୁ ପରାମର୍ଶ

ଭୁବନେଶ୍ୱର: ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଆୟୋଜିତ ସୁଶାସନ ଅଭ୍ୟାସ ସଂପର୍କିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଅଧିବେଶନରେ ଓଡ଼ିଶା ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଯୋଗଦେଇ କହିଥିଲେ…