ଓଡିଶାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

ଭୁବନେଶ୍ୱର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପୁରୀର ସାକ୍ଷୀଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟ…

‘ଲକ୍ଷପତି ଦିଦି ଯୋଜନା ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳା ମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ ପରନ୍ତୁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ ଅବସରରେ କହିଛନ୍ତି।…

ଇ-ଗଭର୍ଣ୍ଣାନ୍ସ ପ୍ରଣୟନରେ ଉତ୍କର୍ଷ ଲାଗି

ଶୁଆକାଟୀ ପଞ୍ଚାୟତକୁ ଜାତୀୟ ଜୁରି ପୁରସ୍କାର ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡ଼ିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣି ଦେଇଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ରାମ ପଞ୍ଚାୟତ ଲାଗି ଉଦ୍ଦିଷ୍ଟ ବର୍ଗରେ ଏହା ଦେଶର ଅନ୍ୟ ତିନୋଟି ସ୍ଥାନୀୟ ସଂସ୍ଥା ମଧ୍ୟରେ ସ୍ଥାନ ପାଇ ଏକ ବିରଳ ସଫଳତା ହାସଲ କରିପାରିଛି…

ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ପାଇଁ ଅଧିକାରୀମାନେ ସମସ୍ତ କଲ୍ୟାଣକାରୀ ଯୋଜନା ସଂର୍ପକରେ ଭଲ ଭାବେ ଜାଣନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର : ସମାଜର ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା କରିବା ପାଇଁ ଅଧିକାରୀମାନେ ସମସ୍ତ ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ସଂପର୍କରେ ଭଲଭାବରେ ଜାଣନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୮ ତାରିଖ ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନରେ ତାଲିମ ନେଉଥିବା ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ…

ସହର ବିକାଶ ପାଇଁ ଓଡ଼ିଶା ଆରମ୍ଭ କଲା “ଅଙ୍କୁର”

ଭୁବନେଶ୍ୱର : ଓଡ଼ିଶାରେ ସହର ବିକାଶର ଭବିଷ୍ୟତକୁ ପୁନଃପରିଭାଷିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆଜି ଅଙ୍କୁର – ଅଟଳ ନେଟୱାର୍କ ଫର ନଲେଜ୍, ସହରୀକରଣ ଏବଂ ସଂସ୍କାର ଆରମ୍ଭ କରିଛି l  ଏହା ରାଜ୍ୟ ସାରା ଅନ୍ତର୍ଭୁକ୍ତ, ସ୍ଥାୟୀ ଏବଂ ଅଭିନବ ସହର ବିକାଶକୁ ଗଢି ତୋଳିବା ପାଇଁ ଏକ ରଣନୈତିକ ପଦକ୍ଷେପ। ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ଏବଂ ସହର ବିକାଶ…

ପ୍ରତିମାସରେ ବିଭାଗ ସ୍ତରରେ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା କରିବାକୁ ପରାମର୍ଶ

ଭୁବନେଶ୍ୱର : ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନସଚିବ  ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ପ୍ରାବଧାନ ଅନୁସାରେ ଅପ୍ରେଲ ମାସ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସ୍ଥିତି ଉପସ୍ଥାପନ କରାଯାଇଥିଲା । ଦେଖାଯାଇଛି ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ସାମଗ୍ରିକ ଖର୍ଚ୍ଚ ୩୫ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ…

ଏଡବ୍ଲୁୟୁଏଫ୍‍ ରେ ଗୃହ ଓ ନଗର ଉନ୍ନୟନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ୩୦ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାରେ ଏଡ଼ିବି ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ଥିବା ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ୍ (AWUF) ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି। “ଜଳର ମୂଲ୍ୟାଙ୍କନ ଏବଂ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ଜୀବନଧାରଣ ବୃଦ୍ଧି” ଶୀର୍ଷକ ଏହି ଚାରି ଦିନିଆ ଫୋରମ୍ ବିଶ୍ୱସ୍ତରୀୟ ନେତା, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ…