ରେଙ୍ଗାଲି ଜଳସେଚନ ପ୍ରକଳ୍ପ ପରିଚାଳନା କମିଟିର ୫ମ ବୈଠକ

ଭୁବନେଶ୍ୱର: ରେଙ୍ଗାଲି ଜଳସେଚନ ପ୍ରକଳ୍ପ ପାଇଁ ରହିଥିହା ପ୍ରକଳ୍ପ ପରିଚାଳନା କମିଟିର ୫ମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପକୁ ସହଜରେ ଓ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ସମନ୍ୱୟ ଭିତ୍ତିରେ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭିନ୍ନ ବିଭାଗ ଓ ଅଂଶୀଦାର ଅନୁଷ୍ଠାନମାନଙ୍କୁ ଉନ୍ନୟନ କମିଶନରଙ୍କ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥିବା…

ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ତାଲିମ

ଭୁବନେଶ୍ୱର: ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୨ ଦିନିଆ ତାଲିମ କାର୍ଯକ୍ରମ ର।ଜ୍ୟ ଲୋକସେବା ଭବନର କନଭେନସନ କେନ୍ଦ୍ରରେ ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମକୁ ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ଉଦଘାଟନ କରିଥିଲେ । ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ରାଜେଶ କୁମାର ଅଗ୍ରୱାଲା ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।  ନିରଞ୍ଜନ…

ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍‍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୂନ ଦୁର୍ଘଟଣା…

 “ଅନ୍ତ୍ୟୋଦୟ ଗୃହ ଯୋଜନା”ସରକାରଙ୍କ ଚେତନା ଓ ଦାୟିତ୍ଵର ଅଭିବ୍ୟକ୍ତି: ମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ବିଭାଗର ବିଭିନ୍ନ ଯୋଜନାଗୁଡିକ  ବିଷୟରେ ସବିସ୍ତୃତ ସମୀକ୍ଷା କରିଛନ୍ତି l  ଏହି ସମୀକ୍ଷା ବୈଠକରେ, ମାନ୍ୟବର ମନ୍ତ୍ରୀ ବିଭାଗୀୟ ସମସ୍ତ ଅଧିକାରୀ, ସମସ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଇ “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ରାଜ୍ୟର…

ଭିଏତନାମରେ ଐତିହାସିକ ମାଇ ସନ୍ ମନ୍ଦିରରେ ଓଡିଶାର ରାଜ୍ୟପାଳ

ଭୁବନେଶ୍ୱର: ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମରେ ଥିବା ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ରବିବାର ଦିନ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି । ମାଇ ସନ୍ ଭିଏତନାମର ସବୁଠାରୁ…

ସଂପୂର୍ଣ୍ଣ ଜଳ ଉତ୍ସର ଗଣନା ସମୀକ୍ଷା ବୈଠକ

ଭୁବନେଶ୍ୱର: ଭାରତ ସରକାରଙ୍କ  ଜଳଶକ୍ତି ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ମନ୍ତ୍ରାଳୟଙ୍କ ପରାମର୍ଶକ୍ରମେ  ଏବଂ ଓଡ଼ିଶା ରାଜ୍ୟ  ସରକାରଙ୍କ ସହଯୋଗରେ  ଓଡ଼ିଶାରେ କେତେ ସଂଖ୍ୟକ ଜଳ ସଂପଦ ତଥା ଜଳ ଉତ୍ସ ରହିଛି, ସେସବୁର ଗଣନା ଓ ବିସ୍ତୃତ ତଥ୍ୟ ସଂଗ୍ରହ ବା ଡାଟା ବେସ୍ ପ୍ରସ୍ତୁତି ନିମନ୍ତେ ଜାରି ରହିଥିବା କାର୍ଯ୍ୟକ୍ରମ ସଂପର୍କରେ ଏକ ବୈଠକ ଆଜି ଅପରାହ୍ଣରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ…

‘ଗୋଆ ଓ ତେଲାଙ୍ଗାନାର ସ୍ୱତନ୍ତ୍ର ଭାଷା, ସଂସ୍କୃତି, ପ୍ରଥା, ପରଂପରା ଏବଂ ଐତିହ୍ୟ ରହିଛି’

ଭୁବନେଶ୍ୱର: ରାଜଭବନରେ ଗୋଆ ଓ ତେଲାଙ୍ଗାନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଓଡିଶାର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟିଙ୍କ ଉପସ୍ଥିତିରେ ଚଳିତ ଜୁନ୍ ୨ ତାରିଖ ସୋମବାର ଅହରାହ୍ନରେ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା । ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସରକାରୀ କାର୍ଯ୍ୟରେ ଭିଏତନାମ୍ ଗସ୍ତରେ ଥିବାରୁ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତା ଗୋଆ ଏବଂ ତେଲାଙ୍ଗାନର ଅଧିବାସୀମାନଙ୍କୁ ଅବଗତ କରାଯାଇଥିଲା ।…

ଆଗାମୀ ୫ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ବିଗୁଣିତ କରିବା ପାଇଁ  ଆମ ସରକାର ପ୍ରୟାସଶୀଳ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ…

କଳିଙ୍ଗ ଷ୍ଟୁଡ଼ିଓକୁ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ…

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାକୁ ୩୮୩୬.୩୪ କୋଟି ଟଙ୍କା ଆରଆଇଡିଏଫ୍ ଋଣ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆରଆଇଡିଏଫ ପାଣ୍ଠି ସହାୟତାରେ କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ୟ୍ୟକାରିତା, ସଫଳତା ଓ କାର୍ୟ୍ୟ ଅଗ୍ରଗତି  ଆଦି ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମୀକ୍ଷା କରି  ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକ …