ରାଜ୍ୟରେ ବ୍ୟାଙ୍କ ଅର୍ଥାୟନ ଯୋଗ୍ୟ ସହରାଞ୍ଚଳ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ପରାମର୍ଶ ବୈଠକ

ଭୁବନେଶ୍ୱର: ରାଜ୍ୟରେ ସହରାଞ୍ଚଳର ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବ୍ୟାଙ୍କ ଅର୍ଥାୟନ ଯୋଗ୍ୟ ସହରାଞ୍ଚଳ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ନ୍ୟାସନାଲ ହାଉସିଂ ବ୍ୟାଙ୍କ , ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ କର୍ପୋରେସନ  ଏବଂ ପ୍ରମୁଖ ହାଉସିଂ ଫାଇନାନ୍ସ କମ୍ପାନୀ ମାନଙ୍କ ସହିତ ଏହି ଆଲୋଚନା କରାଯାଇଛି। ଗୃହ…

ଶ୍ରେଷ୍ଠତା ଏବଂ ନବସୃଜନ  କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟନକୁ ଦୁଇଟି ସମ୍ମାନଜନକ ପୁରସ୍କାର

ଭୁବନେଶ୍ୱର: ଜୟପୁରଠାରେ ଆୟୋଜିତ ‘ଗ୍ରେଟ୍ ଇଣ୍ଡିଆନ୍ ଟ୍ରାଭେଲ୍ ବାଜାର’ (GITB) ରେ ଓଡ଼ିଶା ପର୍ଯ୍ୟଟନ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରିଛି। ପର୍ଯ୍ୟଟନ ଭିତ୍ତିଭୂମିର ସୁଦୃଢ଼ୀକରଣ, ନୀତିଗତ ସହାୟତା ଏବଂ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର କ୍ଷେତ୍ରରେ ନିରନ୍ତର ପ୍ରୟାସ ପାଇଁ ରାଜ୍ୟକୁ “ଆଉଟ୍ସ୍ତାଣ୍ଡିଂ କଣ୍ଟ୍ରିବ୍ୟୁସନ୍ ଇନ୍ ଟୁରିଜିମ୍ ଡେଭଲପ୍ମେଣ୍ଟ” ବର୍ଗରେ ‘ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬’ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଓଡ଼ିଶା ପର୍ଯ୍ୟଟନ ପାଭିଲିୟନର ଆକର୍ଷଣୀୟ ଡିଜାଇନ୍ ଏବଂ ଅଭିନବ ଉପସ୍ଥାପନା…

୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠିତ କମ୍ପାନିର ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର: ନିଯୁକ୍ତି ଶିକ୍ଷା ଗ୍ରହଣର ଶେଷ ନୁହେଁ ବରଂ ଏକ ନୂତନ ଅଧ୍ୟାୟର ଆରମ୍ଭ। ଭୁବନେଶ୍ୱର ସରକାରୀ ପଲିଟେକନିକରେ ଆୟୋଜିତ କ୍ୟାମ୍ପସ ଟୁ କ୍ୟାରିଅର କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନର ୪ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରି ଏହା କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ବିଭିନ୍ନ ଟ୍ରେଡରେ ପ୍ରଶିକ୍ଷଣ ଶେଷ କରିବା ପରେ, ୩୨ରୁ ଅଧିକ ପ୍ରତିଷ୍ଠିତ କମ୍ପାନି ଯଥା ଟାଟା ପାଓ୍ୱାର, ଜେଓସ୍ଡବ୍ଲୁ, ପେଟିଏମ,…

ପ୍ରାୟ ୧୦୦ କୋଟିରେ ୭୬ ଟି ପ୍ରାଣୀ ଚିକିତ୍ସାଳୟ, ୪ଟି ପ୍ରାଣୀ ସହାୟତା କେନ୍ଦ୍ର ଉଦ୍ଘାଟିତ

ଭୁବନେଶ୍ୱର: ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ପ୍ରାଣିସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଆଜି ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାରେ ନିର୍ମିତ ୭୬ ଟି ପ୍ରାଣିଚିକିତ୍ସାଳୟ ଓ ୪ ଟି ପ୍ରାଣୀ ସହାୟତା କେନ୍ଦ୍ରର ନୂତନ ଗୃହ…

ବୈଜ୍ଞାନିକ ପଦ୍ଧତିରେ ଆମ୍ବ ଅମଳ ଏବଂ ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଦକ୍ଷତା ବିକାଶ ଶିବିର

ଭୁବନେଶ୍ଵର: ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଭୁବନେଶ୍ୱରସ୍ଥିତ ଏସଆଇଆରଡି (SIRD) କ୍ୟାମ୍ପସର ମନରେଗା ସମ୍ମିଳନୀ କକ୍ଷରେ ଆମ୍ବ ଚାଷ ସମ୍ପର୍କିତ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୧୫ଟି ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଜିଲ୍ଲାରୁ ଚାଷୀ ଏବଂ କୃଷି ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ। ଆମ୍ବକୁ କିପରି ସୁରକ୍ଷିତ ଭାବେ ଅମଳ କରାଯିବ ଏବଂ ବିଦେଶକୁ ରପ୍ତାନି କରି ଅଧିକ ଲାଭ ଅର୍ଜନ କରାଯାଇପାରିବ,…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଲାଙ୍ଗୀରରେ ହେବ ଚିନି କଳ, ଟେକ୍ସଟାଇଲ୍ ପାର୍କ

ଭୁବନେଶ୍ବର: ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ ‘ଜାତୀୟ ପଞ୍ଚାୟତିରାଜ ଦିବସ’  ପାଳନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ଜାତୀୟ ପଞ୍ଚାୟତିରାଜ ଦିବସ କେବଳ ଏକ ସମାବେଶ ନୁହେଁ, ଏହା ଗ୍ରାମାଞ୍ଚଳ…

ରାଜସ୍ବ ପର୍ଷଦ ଅନ୍ତର୍ଗତ ସମସ୍ତ ରିଭିଜନାଲ କୋର୍ଟରେ ୭୬,୦୦୦ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ଉପରେ ନିର୍ଦ୍ଦେଶ

କଟକ: ରାଜସ୍ଵ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୪୧ ଗୋଟି ରିଭିଜନାଲ୍ କୋର୍ଟର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ତ୍ୱରାନିତ୍ଵ କରିବା ନିମନ୍ତେ ଏକ ସମୀକ୍ଷା ବୈଠକ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କ ସହ ଅନୁଷ୍ଠିତ ହୋଇଛି। ଏହି ସମୀକ୍ଷା ବୈଠକରେ କଟକ ଓ ଭୁବନେଶ୍ଵରରେ ଥିବା କୋର୍ଟ ଗୁଡିକର ପ୍ରିଜାଇଡିଂ ଅଫିସରମାନେ ଯୋଗ ଦେଇଥିଲେ ଏବଂ ରାଜସ୍ୱ ବିଭାଗ ତରଫରୁ ଅତିରିକ୍ତ ସଚିବ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ଲିଙ୍ଗରାଜ ମହାପ୍ରଭୁ ପ୍ରଶାସନର ରାଜସ୍ଵ ଅଧିକାରୀ, ରାଜସ୍ୱ…

ମୂଲ୍ୟ ସହାୟକ ଯୋଜନା ମାଧ୍ୟମରେ ଡାଲି ଓ ତୈଳବୀଜର କ୍ରୟ

ଭୁବନେଶ୍ୱର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମଧ୍ୟରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭାରତ ସରକାର ରବି ୨୦୨୫-୨୬ ପାଇଁ ମୂଲ୍ୟ ସହାୟକ ଯୋଜନା ଅଧୀନରେ ଡାଲି ଏବଂ ତୈଳବୀଜ କ୍ରୟକୁ ଅନୁମୋଦନ କରିଛନ୍ତି। ଅନୁମୋଦନ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁଷ୍ଠାନିକ…

ଓଡ଼ିଶା ପର୍ଯ୍ୟଟନର ନୂଆ ଟ୍ୟାଗଲାଇନ୍ “Think India, Think Odisha”

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ନୂତନ ବ୍ରାଣ୍ଡ୍ ପରିଚୟ ଏବଂ ଟ୍ୟାଗଲାଇନ୍ “Think India, Think Odisha” ଉନ୍ମୋଚିତ ହୋଇଯାଇଛି। ରାଜ୍ୟର ପର୍ଯ୍ୟଟନକୁ ଏକ ଅନୁଭୂତି-ଭିତ୍ତିକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବରେ ଗଢ଼ିତୋଳିବା ପାଇଁ ଏହା ଏକ ଦୃଢ଼ ପଦକ୍ଷେପ।  ଭିଜନ ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ଭିଜନ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସହିତ ସମାନ୍ତରାଳ ଭାବେ ଓଡ଼ିଶା ଏବେ ଏକ “ଲୁକ୍କାୟିତ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ରାଜ୍ୟର ୨୭ଟି ଜିଲ୍ଲାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରାୟ ୧,୦୦୦ ଦମ୍ପତ୍ତି

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସମଗ୍ର ରାଜ୍ୟରେ ଏକ ଐତିହାସିକ ସଫଳତା ହାସଲ କରାଯାଇଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଓଡ଼ିଶାର ୨୭ଟି ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୧,୦୦୦ ଦମ୍ପତ୍ତିଙ୍କର ବିବାହ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ ହୋଇଛି। ଏହି ପବିତ୍ର ଅବସରରେ ଉପ-ମୁଖ୍ୟମନ୍ତ୍ରୀ, ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା,  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥାଙ୍କର ମିଳିତ…