୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡ଼ିଲା ସ୍ୱତନ୍ତ୍ର ‘ବିକାଶ ବାହନ’
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ, ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ସରକାରଙ୍କ ଏକ ହଲ୍ମାର୍କ ହେଉଛି, ଲୋକଙ୍କ ସହିତ ଯୋଡି ହେବାର ପ୍ରୟାସ। ଏହି ଏକ…


