ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ କର୍ମଶାଳା ଆୟୋଜିତ  

ଭୁବନେଶ୍ବର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବନବିଭାଗ ମୁଖ୍ୟ କାର୍ୟ୍ୟାଳୟ, ଅରଣ୍ୟଭବନର ସମ୍ମିଳନୀ କକ୍ଷଠାରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ ବାଉଁଶ ଚାଷକୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ବାଉଁଶ ଉଦ୍ୟୋଗୀ, ବାଉଁଶ ଶିଳ୍ପୀ, ବାଉଁଶ କାରିଗର ତଥା ବାଉଁଶ ଚାଷୀମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ଥ ଏହି କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ ଯେ ଉତ୍ପାଦକମାନଙ୍କୁ ଗ୍ରାହକଙ୍କ ସହିତ ସୁଗମ ଭାବରେ ସଂଯୋଗ କରିବା…

କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବିଷୟରେ ଆଲୋଚନା

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ ବୃହତ୍‌ କନ୍‌ଭେନସନ ସେଣ୍ଟର ସ୍ଥାପନ, ରାଣୀହାଟ ଅଂଚଳର ଉନ୍ନତିକରଣ, ପ୍ରେସ ଛକ ଅଂଚଳରେ ଏକ ପାର୍କ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସତ୍ୟଭାମାପୁରର ସମନ୍ୱିତ ବିକାଶ,…

ଶକ୍ତି ପରିବର୍ତ୍ତନ ନୀତି କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ଭୁବନେଶ୍ୱରର ମେଫେୟାରରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଏକାଠି ହୋଇଥିଲେ। ଏହି କର୍ମଶାଳା ଏକ ସ୍ଥାୟୀ, କମ୍ କାର୍ବନ ଭବିଷ୍ୟତ ପ୍ରତି ଓଡ଼ିଶାର ପ୍ରତିବଦ୍ଧକୁ ସୁନିଶ୍ଚିତ କରିଛି। ଏହି କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ। ବିଶାଳ…

“ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା”ଉପରେ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ଭବନରେ “ବିକଶିତ  ଭାରତ ପାଇଁ ବିକଶିତ  ଓଡ଼ିଶା”ବିଷୟବସ୍ତୁ ଉପରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଉଷା ପାଢୀ, ଅଧ୍ୟକ୍ଷତା କରିଥିଲେ ଏବଂ ଭିଜନ ଡକ୍ୟୁମେଣ୍ଟର ରଣନୈତିକ ଜ୍ଞାନ ଅଂଶୀଦାର ମ୍ୟାକକିନସେ ଆଣ୍ଡ କମ୍ପାନୀର ବିଶେଷଜ୍ଞମାନେ ସହଯୋଗ କରିଥିଲେ। ଏହି କର୍ମଶାଳାର ଲକ୍ଷ୍ୟ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନୂଆ ଢାଞ୍ଚା ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଲୋକସେବା ଭବନ କନଫରେନ୍ସ ହଲରେ  ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା ଯାହାର ଚେୟାରମ୍ୟାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କଣ ରହିବ…

ଝାରସୁଗୁଡ଼ା କାର୍ଡିଓଲୋଜି ହସ୍ପିଟାଲ ଆଗାମୀ ବର୍ଷରୁ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ତଥା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଲୋଚନା ଅନୁଯାୟୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ସୁଦ୍ଧା ଝାରସୁଗୁଡ଼ା ହୃଦ୍‌ରୋଗ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ସହିତ ଶ୍ରୀ ଶ୍ରୀ ରବିଶଙ୍କର ଫାଉଣ୍ଡେସନ୍‌ ପକ୍ଷରୁ ପ୍ରସ୍ତାବିତ ମେଡ଼ିକାଲ କଲେଜ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲା ସଦର…

‘ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜି଼ଟାଲ୍ ସ୍କିଲ୍ ରେ ସୁଦକ୍ଷ କରିବା ପାଇଁ ସରକାର ସଂକଳ୍ପବଦ୍ଧ’

ଭୁବନେଶ୍ୱର: ରାଜ୍ୟର ଯୁବ ଶକ୍ତିଙ୍କୁ ପର୍ଯ୍ୟାପ୍ତ ସୁବିଧା-ସୁଯୋଗ ଯୋଗାଇ ଦେଇ ପ୍ରତିଭାମାନଙ୍କର ସମୁଚିତ ପ୍ରସ୍ପୁଟନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଆଜିର ପ୍ରଗତିଶୀଳ ଓ ପ୍ରତିଯୋଗିତା ମୂଳକ ସମୟରେ ଓଡିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିଜିଟାଲ ଦକ୍ଷତାରେ ପାରଙ୍ଗମ ହେବାକୁ ପଡ଼ିବ, ଯାହାଦ୍ୱାରା ବିଶ୍ୱରେ ଆମେ ଆମ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା। ଏବଂ, ଆମ ନିଜର ତାସହ ରାଜ୍ୟ ତଥା…

‘ନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରୀ’

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନବୀକରଣୀୟ ଶକ୍ତି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭାରତର ପବନ ଶକ୍ତି ଉତ୍ପାଦନର ଇତିହାସ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରହି ଆସିଛି। ଓଡ଼ିଶା ପବନ ଓ ସୌରଶକ୍ତି ଭଳି ନବୀକରଣୀୟ ଶକ୍ତି ଲକ୍ଷ୍ୟ ପଥରେ ଅଗ୍ରଗତି କରୁଛି। ଏହାର ପ୍ରାକୃତିକ ସମ୍ପଦ, ଲମ୍ବା ଉପକୂଳ ଓ ଅବ୍ୟବହୃତ ଶୂନ୍ୟ ପାହାଡ଼…

ଜୁଲାଇ ୨୦ରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ରାଜ୍ୟସ୍ତରୀୟ ସେମି ଫାଇନାଲ ଓ ୨୨ରେ ଗ୍ରାଣ୍ଡ ଫାଇନାଲ

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ଆୟୋଜନ ହେଉଛି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା। ଇତିମଧ୍ୟରେ ଏହି ପ୍ରତିଯୋଗିତାର ଦୁଇଟି ସୋପାନ ଯଥା ବ୍ଲକ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସରିଯାଇଛି। ତିରିଶ ଗୋଟି ଜିଲ୍ଲା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମା ଭଉଣୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀରେ ଜୁଲାଇ ୨୦…

ନିଯୁକ୍ତି ସୃ​ଷ୍ଟିକାରୀ ରପ୍ତାନୀ ଭିତ୍ତିକ ଅଭିବୃଦ୍ଧି ପାଇଁ ପଦକ୍ଷେପ ସଂପର୍କରେ ଆଲୋଚନା

ଭୁବନେଶ୍ୱର: ସମାବେଶୀ ବିକାଶ ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ଅଭିବୃଦ୍ଧି ନିମନ୍ତେ ରଣନୈତିକ ପଦକ୍ଷେପ, ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬ ଏବଂ ଏଥିପାଇଁ ଆବଶ୍ୟକ ପରାମର୍ଶ ନିମନ୍ତେ ପରାମର୍ଶଦାତା ପରିଚାଳନା କମିଟି (ସିଏମସି) ବୈଠକ ଲୋକସେବା ଭବନ ଠାରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬ର ରୂପରେଖ ଏବଂ ନିଯୁକ୍ତି ସୃ​ଷ୍ଟିକାରୀ ରପ୍ତାନୀ ଭିତ୍ତିକ ଅଭିବୃଦ୍ଧି ପାଇଁ ରାଜ୍ୟର ରଣନୈତିକ ପଦକ୍ଷେପ ନିଆଯିବା…