ବାଉଁଶ ଏବଂ ଔଷଧୀୟ ଉଦ୍ଭିଦ ଉପରେ ଜାତୀୟ ସମ୍ମିଳନୀ – 2025

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନସନ ହଲ ଠାରେ ବାଉଁଶ ଏବଂ ଔଷଧୀୟ ଉଦ୍ଭିଦ ସମ୍ପର୍କିତ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଯୋଗଦେଇ କହିଲେ ଯେ  ଔଷଧୀୟ ଉଦ୍ଭିଦ ଉପରେ ଏହି ଜାତୀୟ ସମ୍ମିଳନୀର ଆୟୋଜନ  ଆମ ରାଜ୍ୟର ସାଂସ୍କୃତିକ ପରିଚୟ, ଏବଂ ଆମ ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି…

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ

ଭୁବନେଶ୍ୱର: ଚଳିତ ରବି ଋତୁରେ ରାଜ୍ୟର ୫୦,୦୦୦ ଏକର୍ ପାଖାପାଖି ଜମିରେ ଆଳୁ ଚାଷ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାମାଣିକ ବିହନ ଆଳୁ ପଞ୍ଜାବରୁ ଅଣାଯାଇ ରାଜ୍ଯର ଚାଷୀ ମାନଙ୍କୁ କିଲୋ ପ୍ରତି ୨୦ ଟ. ଦରରେ ବିକ୍ରୀ କରାଯାଉଛି ଓ ଆଳୁ ବିହନ ଜମିରେ ଲଗେଇବା ପରେ କିଲୋ ପ୍ରତି ୧୦ ଟ. ଫେରେଇ ଦେବାର ଯୋଜନା ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୧.୦ ଲକ୍ଷ କ୍ୱିଣ୍ଟାଲ ଉନ୍ନତ ମାନର ବିହନ ଆଳୁ ୩୦ଟି ଜିଲ୍ଲାର…

ରାଉଲକେଲା ସହରାଞ୍ଚଳ ରୂପାନ୍ତରଣ ସହିତ ବାସିନ୍ଦାଙ୍କ ଜୀବନଧାରଣର ଗୁଣବତ୍ତାରେ ଉନ୍ନତି ଆଣିବା  ଉପରେ ଗୁରୁତ୍ଵ

ଭୁବନେଶ୍ବର : ରାଉଲକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ ତମ ବୋର୍ଡ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ସୁନ୍ଦରଗଡ ଜିଲାପାଳ ଡା ଶୁଭଙ୍କର ମହାପାତ୍ର , ରାଉଲକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ  ଧୀନା ଦସ୍ତାଗୀର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତିର ସମୀକ୍ଷା…

ଦେଶ ବିଦେଶର ଦୃଷ୍ଟି ଆକର୍ଷଣ କରୁଛି ଓଡିଶା ପାଭିଲିୟନ

ନୂଆଦିଲ୍ଲୀ/ଭୁବନେଶ୍ଵର: ଚଳିତ ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଖୋଲାଯାଇଥିବା ଓଡିଶା ପାଭିଲିୟନ ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସାର୍ଥକତାକୁ ପ୍ରତିପାଦନ କରିବାକୁ ଯାଇ, ସ୍ଵଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ଓଡିଶାର କୃଷିଜାତ ସାମଗ୍ରୀ ଠାରୁ ଆରମ୍ଭ କରି ବୟନ ଓ…

ସ୍ୱୟଂ ସହାୟିକା ଗୋଷ୍ଠୀ ମା’ ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ

ଭୁବନେଶ୍ୱ: ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡିଶା ଗଠନରେ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ମା ମାନଙ୍କର  ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛି। ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ନୂଆଦିଲ୍ଲୀ/ଭୁବନେଶ୍ଵର : ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଓ ‘ଆତ୍ମନିର୍ଭର ଭାରତ’ ଆହ୍ଵାନ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଓଡ଼ିଶା ଭିଜନ ୨୦୩୬’ ଦୃଷ୍ଟିକୋଣର ଏକ ସମ୍ମିଳିତ ପ୍ରୟାସ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି। ସୁଦୃଶ୍ୟ ହସ୍ତଶିଳ୍ପ ପାଇଁ ବିଶ୍ଵଦରବାରରେ ସୁପରିଚିତ ଓଡିଶା, ଆଜି ପୁଞ୍ଜିନିବେଶର ଏକ ଉପଯୁକ୍ତ କ୍ଷେତ୍ରର ପରିଚିତି ଲାଭ କରିଛି। ଯାହାକି, କୃଷିଜାତ…

‘ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ’

ଭୁବନେଶ୍ଵର : ଓଡ଼ିଶାର ସମବାୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ। ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ।  ପ୍ରଗତିର ପ୍ରମୁଖ ଇଂଜିନ୍ ସାଜିବ ଓ ତୃଣମୂଳ ସ୍ତରରେ ସମବାୟ ଅନୁଷ୍ଠାନ ଲୋକଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେବ ବୋଲି ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ଚିଠା ସମବାୟ ନୀତି ୨୦୨୫ ଉପରେ ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦାନ କରି ସେ ଏହା…

ଡିସେମ୍ବରରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗୀତାରେ ଆସନ୍ତା ୫ ରୁ ୭ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ (GELS) ୨୦୨୫ ଆୟୋଜିତ ହେବାକୁ ଯାଉଛି। ପ୍ରକୃତି ଏବଂ ନବସୃଜନ ମଧ୍ୟରେ ସମନ୍ୱୟର ପ୍ରତୀକ ସ୍ୱରୂପ ଏହି କାର୍ଯ୍ୟକ୍ରମର ଲୋଗୋ କେନ୍ଦ୍ର ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ, କନକ ବର୍ଦ୍ଧନ ସିଂହ…

ନିର୍ମାଣ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବାକୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବିଗତ ଦିନ ତୁଳନାରେ ଓଡ଼ିଶା ଆଜି ଦ୍ରୁତ ବିକାଶ ପଥରେ ଆଗକୁ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଭଲପାଇବା ଏବଂ ଅନ୍ୟ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରାଜ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରୁ ଅନେକ ଅନୁଦାନ ଆସୁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ପୂରା କରିବାକୁ…

ସମବାୟ ସପ୍ତାହ ଉପଲକ୍ଷେ ସଚେତନତା ଗଣଦୌଡ଼

ଭୁବନେଶ୍ୱର : ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ (୧୪-୨୦ ନଭେମ୍ବର, ୨୦୨୫) ଉପଲକ୍ଷେ ଏକ ସଚେତନତା ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼କୁ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାମ ମନ୍ଦିର ଛକସ୍ଥିତ ସେଣ୍ଟ ଜୋସେଫ୍ ସ୍କୁଲଠାରୁ ସମବାୟ ଭବନ ପର୍ଯ୍ୟନ୍ତ ଏହି ସଚେତନତା ଗଣଦୌଡ଼ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ…