ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା : ଗ୍ରାଣ୍ଡ ଫାଇନାଲରେ ଦଶଟି ଦଳ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲ ଜୁଲାଇ ୨୦ରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ  ଅଫ ହୋଟେଲମ୍ୟାନେଜମେଣ୍ଟ (ଆଇଏଚଏମ)ରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ ୩୦ଟି ଏସଏଚଜି ଦଳ ପାରମ୍ପରିକ ଖାଦ୍ଯ ପ୍ରସ୍ତୁତି କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ହୋଟେଲ ମେ ଫେୟାରର ସେଫ ସୂରଜ କୁମାର ସାହୁ, ଆଇଏଚଏମର ବିଭାଗୀୟ ମୁଖ୍ୟ ସେଫ ସଂବିତ ସୁମନ ଏବଂ ଲାଇଫ…

ଜଳ ସମ୍ପଦ ବିଭାଗର ‘ସ୍ଵୟଂଚାଳିତ ଫାଟକ ଯୋଜନା’

ଭୁବନେଶ୍ୱର: ଆମ ରାଜ୍ୟରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜଗୁଡିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା ବାତ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣହୋଇଥାଏ। ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ। ଚଳିତ ସରକାର କ୍ଷମତାକୁ ଆସିବା ମାତ୍ରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉନ୍ନତ ବୈଜ୍ଞାନିକ…

ହୀରାକୁଦ ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ଏହାର ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ  ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ  ଧରି ଅବହେଳିତ ହୋଇ ପଡିଥିବା ହୀରାକୁଦ ସେଚାଞ୍ଚଳର କରନାଳୀଗୁଡ଼ିକର ନବୀକରଣ ସକାଶେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳରେ “ହୀରାକୁଦ ସେଚାଞ୍ଚଳ ଉନ୍ନୟନ” ନାମରେ ଏକ ନୂତନ ଯୋଜନାକୁ ନୂତନ ସରକାର  କ୍ୟାବିନେଟରେ ଅନୁମୋଦନ କରିଥିଲେ, ଯାହାକି କାର୍ୟ୍ୟକାରୀ କରାଯାଉଛି ।  ଏହା ଫଳରେ ହୀରାକୁଦ ସେଚ।ଞ୍ଚଳରେ ଥିବା ୧୫୧୦ କିମି ବିଶିଷ୍ଟ…

ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ କର୍ମଶାଳା ଆୟୋଜିତ  

ଭୁବନେଶ୍ବର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବନବିଭାଗ ମୁଖ୍ୟ କାର୍ୟ୍ୟାଳୟ, ଅରଣ୍ୟଭବନର ସମ୍ମିଳନୀ କକ୍ଷଠାରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ ବାଉଁଶ ଚାଷକୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ବାଉଁଶ ଉଦ୍ୟୋଗୀ, ବାଉଁଶ ଶିଳ୍ପୀ, ବାଉଁଶ କାରିଗର ତଥା ବାଉଁଶ ଚାଷୀମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ଥ ଏହି କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ ଯେ ଉତ୍ପାଦକମାନଙ୍କୁ ଗ୍ରାହକଙ୍କ ସହିତ ସୁଗମ ଭାବରେ ସଂଯୋଗ କରିବା…

କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବିଷୟରେ ଆଲୋଚନା

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ ବୃହତ୍‌ କନ୍‌ଭେନସନ ସେଣ୍ଟର ସ୍ଥାପନ, ରାଣୀହାଟ ଅଂଚଳର ଉନ୍ନତିକରଣ, ପ୍ରେସ ଛକ ଅଂଚଳରେ ଏକ ପାର୍କ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସତ୍ୟଭାମାପୁରର ସମନ୍ୱିତ ବିକାଶ,…

ଶକ୍ତି ପରିବର୍ତ୍ତନ ନୀତି କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ଭୁବନେଶ୍ୱରର ମେଫେୟାରରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଏକାଠି ହୋଇଥିଲେ। ଏହି କର୍ମଶାଳା ଏକ ସ୍ଥାୟୀ, କମ୍ କାର୍ବନ ଭବିଷ୍ୟତ ପ୍ରତି ଓଡ଼ିଶାର ପ୍ରତିବଦ୍ଧକୁ ସୁନିଶ୍ଚିତ କରିଛି। ଏହି କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ। ବିଶାଳ…

“ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା”ଉପରେ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ଭବନରେ “ବିକଶିତ  ଭାରତ ପାଇଁ ବିକଶିତ  ଓଡ଼ିଶା”ବିଷୟବସ୍ତୁ ଉପରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଉଷା ପାଢୀ, ଅଧ୍ୟକ୍ଷତା କରିଥିଲେ ଏବଂ ଭିଜନ ଡକ୍ୟୁମେଣ୍ଟର ରଣନୈତିକ ଜ୍ଞାନ ଅଂଶୀଦାର ମ୍ୟାକକିନସେ ଆଣ୍ଡ କମ୍ପାନୀର ବିଶେଷଜ୍ଞମାନେ ସହଯୋଗ କରିଥିଲେ। ଏହି କର୍ମଶାଳାର ଲକ୍ଷ୍ୟ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନୂଆ ଢାଞ୍ଚା ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଲୋକସେବା ଭବନ କନଫରେନ୍ସ ହଲରେ  ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା ଯାହାର ଚେୟାରମ୍ୟାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କଣ ରହିବ…

ଝାରସୁଗୁଡ଼ା କାର୍ଡିଓଲୋଜି ହସ୍ପିଟାଲ ଆଗାମୀ ବର୍ଷରୁ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ତଥା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଲୋଚନା ଅନୁଯାୟୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ସୁଦ୍ଧା ଝାରସୁଗୁଡ଼ା ହୃଦ୍‌ରୋଗ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ସହିତ ଶ୍ରୀ ଶ୍ରୀ ରବିଶଙ୍କର ଫାଉଣ୍ଡେସନ୍‌ ପକ୍ଷରୁ ପ୍ରସ୍ତାବିତ ମେଡ଼ିକାଲ କଲେଜ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲା ସଦର…

‘ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜି଼ଟାଲ୍ ସ୍କିଲ୍ ରେ ସୁଦକ୍ଷ କରିବା ପାଇଁ ସରକାର ସଂକଳ୍ପବଦ୍ଧ’

ଭୁବନେଶ୍ୱର: ରାଜ୍ୟର ଯୁବ ଶକ୍ତିଙ୍କୁ ପର୍ଯ୍ୟାପ୍ତ ସୁବିଧା-ସୁଯୋଗ ଯୋଗାଇ ଦେଇ ପ୍ରତିଭାମାନଙ୍କର ସମୁଚିତ ପ୍ରସ୍ପୁଟନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଆଜିର ପ୍ରଗତିଶୀଳ ଓ ପ୍ରତିଯୋଗିତା ମୂଳକ ସମୟରେ ଓଡିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିଜିଟାଲ ଦକ୍ଷତାରେ ପାରଙ୍ଗମ ହେବାକୁ ପଡ଼ିବ, ଯାହାଦ୍ୱାରା ବିଶ୍ୱରେ ଆମେ ଆମ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା। ଏବଂ, ଆମ ନିଜର ତାସହ ରାଜ୍ୟ ତଥା…