ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ, ୧ ଲକ୍ଷ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ରାଜ୍ୟ ସରକାର ମଧ୍ୟ ଏହି ନିବେଶକୁ ପ୍ରୋତ୍ସାହନ…

ଡିସେମ୍ବର ୬-୭ରେ ଓଡ଼ିଶାରେ ଆୟୋଜିତ ହେବ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ

ଭୁବନେଶ୍ୱର: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୬-୭ ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ। ଏଥିରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଏମାନଙ୍କ ମଧ୍ୟରେ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଫିନଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟିବିଆଇର ଷ୍ଟ୍ରଟେଜିକ୍ କାଉନସେଲର୍ ସନା ମରିନ, ୟୁଏଇ, ସିଙ୍ଗାପୁର, ଭୁଟାନର ଶକ୍ତି ମନ୍ତ୍ରୀ ପ୍ରମୁଖ ଯୋଗଦେବା ଯୋଜନା ରହିଛି। ଏହି…

‘ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ଅଛି’

ଭୁବନେଶ୍ଵର : ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ରହିଛି। ସୁଯୋଗ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡ଼ିଶାର ସ୍ଵପ୍ନକୁ ସାକାର କରିବା ପାଇଁ ଉଦ୍ୟୋଗୀମାନେ ମଧ୍ୟ ଆଗେଇ ଆସିବା ଉଚିତ। ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରପ୍ତାନି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ  “ସରକାରୀ ଅଧିକାରୀଙ୍କ ନିମନ୍ତେ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା”ରେ ଏହି…

“ଟେରାକୋଟା ଏବଂ କୁମ୍ଭାର ଶିଳ୍ପ”ଆମ ଗୌରବମୟ ଐତିହ୍ୟର ପ୍ରତୀକ: ମନ୍ତ୍ରୀ 

ଭୁବନେଶ୍ୱର : “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ଓଡିଶାର ପ୍ରାଚୀନ ସଂସ୍କୃତି ଏବଂ ଗରିମାମୟ ଐତିହ୍ୟର ପ୍ରତୀକ। ରାଜ୍ୟରେ ୩୬,୦୦୦ ରୁ ଅଧିକ କାରିଗର ଏହି ଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଛନ୍ତି। ଏହି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ସେମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ସହ ଏହି ସମୃଦ୍ଧ ହସ୍ତଶିଳ୍ପକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ…

ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରୁଛି “ଏକ ଜିଲ୍ଲା ଏକ ଉତ୍ପାଦ”

ଭୁବନେଶ୍ଵର: “ଏକ ଜିଲ୍ଲା ଏକ ଉତ୍ପାଦ” (ଓଡିଓପି) ପଦକ୍ଷେପ ଉତ୍ପାଦକଙ୍କ ଜୀବନ-ଜୀବିକାକୁ ସମୃଦ୍ଧ କରୁଛି। ସନ୍ତୁଳିତ ଆଞ୍ଚଳିକ ବିକାଶ ସହ ସମସ୍ତ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏହା ଲକ୍ଷ୍ୟ ରଖିଛି ବୋଲି “ଏକ ଜିଲ୍ଲା ଏକ ଉତ୍ପାଦ”କ୍ଷମତା ବିକାଶ କର୍ମଶାଳାରେ ଆଜି ଏହି ମତ ପ୍ରକାଶ ପାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧୀନ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ ଏହି…

କୃଷି ଓଡ଼ିଶା ସମାବେଶ ୨୦୨୫-୨୬ ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଓଡ଼ିଶା ୨୦୨୫-୨୬ ନିମନ୍ତେ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜାନୁଆରୀ ମାସ ୨୨ ତାରିଖରୁ ୨୪ ତାରିଖ ଯାଏଁ ତିନିଦିନ ବ୍ୟାପୀ କୃଷି ଓଡ଼ିଶା ସମାବେଶ ଖୁବ୍ ଉତ୍ସାହର ସହ ପାଳନ କରାଯିବ। ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ଠାରୁ ପ୍ରତିବର୍ଷ ଜାନୁଆରୀ ମାସ ଏହି ଦିନରେ ହିଁ କୃଷି ଓଡ଼ିଶା ସମାବେଶର ଆୟୋଜନ କରାଯିବ। ଦେଶ…

ବନ୍ଦର ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ପ୍ରମୁଖ ସଚିବ

ଭୁବନେଶ୍ବର : ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ରେ ଓଡ଼ିଶାର ଅଂଶଗ୍ରହଣ ଉପରେ ଏକ ପ୍ରସ୍ତୁତି ବୈଠକ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ଵାରା ଆହୁତ ହୋଇଥିଲା। ପାରାଦୀପ ବନ୍ଦର, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ସୁବର୍ଣରେଖା ବନ୍ଦରର ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗ ଓ ଏଜେନ୍ସିର ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ, ଶ୍ରୀମତୀ ପାଢ଼ୀ ଏକ ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଭାବରେ ଭାରତ…

‘ପୂର୍ବୋଦୟ’ ପରିକଳ୍ପନା କେନ୍ଦ୍ରରେ ଓଡ଼ିଶା ରହିଛି

ଝାରସୁଗୁଡା : ଝାରସୁଗୁଡ଼ାର ଏହି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଠିକ୍‌ ଆଠ ବର୍ଷ ପୂର୍ବେ, ସେପ୍ଟେମ୍ବର ୨୨ ତାରିଖରେ ଲୋକାର୍ପିତ ହୋଇଥିଲା। ଆଜି, ଏହି ଏୟାରପୋର୍ଟ, ଓଡ଼ିଶାକୁ ବିଶେଷକରି ପଶ୍ଚିମ ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିଛି। କିଛିଦିନ ପୂର୍ବେ ସମଗ୍ର ଦେଶ, ହର୍ଷ-ଉଲ୍ଲାସର ସହିତ, ଆପଣଙ୍କର ଜନ୍ମଦିବସ ପାଳନ କରିଥିଲା। ଏହା କେବଳ ଏକ ଜନ୍ମଦିବସ ଉତ୍ସବ ନଥିଲା, ବରଂ ଏହା ଥିଲା ଦେଶ ପ୍ରତି ଆପଣଙ୍କର ପଚାଶ ବର୍ଷରୁ ଅଧିକ ସମୟଧରି, ଅତୁଟ…

୧.୬୩ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ଟଙ୍କା ଆର୍ଥିକ ଅନୁଦାନ

ଭୁବନେଶ୍ଵର: ୧ ଲକ୍ଷ ୬୩ ହଜାର ୭୫୭ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯିବ ସହ  ମିଶନ ଶକ୍ତି ବିଭାଗ ସହ FICSI, TSSC, GJSCI and NCWର ୪ଟି ବୁଝାମଣା ପତ୍ର ସ୍ଵାକ୍ଷର ସ୍ଵୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହନ ଯୋଗାଇବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ମିଶନ ଶକ୍ତି ବୁଝାମଣା…

୨୫,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହେଲା ନୂତନ ଶିଳ୍ପ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିଛନ୍ତି। ସୂଚନାଯୋଗ୍ୟ ଯେ ୨୭ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ…