ଯୁବପିଢ଼ି କୃଷି-ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଯୁବପିଢ଼ି ଓଡ଼ିଶାରେ  କୃଷି – ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l ଶନିବାର ଦିନ ଭୁବନେଶ୍ୱର ବିଜୁ ପଟନାୟକ ଖେଳ ପଡିଆ, ବରମୁଣ୍ଡା ଠାରେ ଆୟୋଜିତ “କୃଷି ଓଡିଶା-2026″ର ଉଦଯାପନୀ  ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତିl ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥଲେ ଯେ ଆଧୁନିକ କୃଷି ପାରମ୍ପରିକ କୃଷିଠାରୁ ବହୁ ମାତ୍ରାରେ ଆଗେଇଛି  ଏବଂ…

ପ୍ରାୟ ୭ ଲକ୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଓ ୭୯୧୪ କୋଟି ଦେୟ ପ୍ରଦାନ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରିତ ଭାବେ ଜାରି ରହିଛି। ଆଜି ସୁଦ୍ଧା, ରାଜ୍ୟର ୬ ଲକ୍ଷ ୯୩ ହଜାର ୯୭ ଜଣ ଚାଷୀଙ୍କଠାରୁ ୩୦ ଲକ୍ଷ ୪୯ ହଜାର ୫୬୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟାରେ ଚଳିତ ବର୍ଷ ଚାଷୀ ମାନେ ସକ୍ରିୟ  ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉଛି । ଏପର୍ଯ୍ୟନ୍ତ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଝାରସୁଗୁଡା ଭଳି…

ପିଏମ୍ ସ୍ୱନିଧି ଯୋଜନା : ରାଜ୍ୟର ପ୍ରାୟ  60000ରୁ ଉର୍ଦ୍ଧ ଉଠାଦୋକନୀ  ଉପକୃତ ହେବେ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏକ ଲକ୍ଷ  ହିତାଧିକରୀଙ୍କ ପାଇଁ ‘ପିଏମ୍-ସ୍ୱନିଧି’ ଋଣ ପ୍ରଦାନ ଏବଂ ପିଏମ୍-ସ୍ୱନିଧି ହିତାଧିକାରୀଙ୍କ ପାଇଁ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିଛନ୍ତି। କେରଳର ତିରୁବନନ୍ତପୁରମଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ବରସ୍ଥିତ କୃଷି ଭବନରେ ଏହାର ଆୟୋଜନ କରାଯାଇଥିଲା। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା  କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର 10ଜଣ ଙ୍କୁ ଲୋନ, 4ଜଣଙ୍କୁ କ୍ରେଡିଟ କାର୍ଡ…

ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଉଦ୍ୟୋଗ ସୃଷ୍ଟି କରିବାକୁ ଯୁବପିଢ଼ିଙ୍କୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର :  ଯୁବପିଢ଼ି ମତ୍ସ୍ୟପାଳନ ଏବଂ ପଶୁପାଳନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟାଚାଳିତ ଏବଂ ଲାଭଦାୟକ କ୍ଷେତ୍ର ଭାବରେ ଅନୁସନ୍ଧାନ କରିବା ସହ ଏ କ୍ଷେତ୍ରରେ ଉଦ୍ୟୋଗ ସୃଷ୍ଟି କରିବାକୁ ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଶୁକ୍ରବାର ଦିନ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଜନତା ମଇଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଏହି…

ଓଡିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ବ୍ୟାଙ୍କ ପୁରସ୍କୃତ

ଭୁବନେଶ୍ୱର: ଖରିଫ ୨୦୨୪ ଓ ରବି ୨୦୨୪-୨୫ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ, ଓଡ଼ିଶା ୟୁନିଟ୍ (ଓଡିଶା ପାଇଁ SLBC ସଂଯୋଜକ), ପୁରସ୍କୃତ ହୋଇଛନ୍ତି। ଗତ ଜାନୁଆରୀ ୧୮-୧୯ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୧୩ତମ ଜାତୀୟ ସମୀକ୍ଷା ସମ୍ମିଳନୀରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ବୃହତ ରାଜ୍ୟ –…

ଉଦ୍ୟମିତାକୁ ଦକ୍ଷତା ବିକାଶ ପ୍ରୋତ୍ସାହିତ କରିବା ଉଚିତ: ରାଜ୍ୟପାଳ

ଭୁବନେଶ୍ୱର : ଦକ୍ଷତା ବିକାଶ ଉଦ୍ୟମିତା ସହିତ ଘନିଷ୍ଠ ଭାବରେ ଜଡିତl ତାଲିମର ଉଦ୍ଦେଶ୍ୟ କେବଳ ଚାକିରି ଖୋଜିବା ନୁହେଁ ବରଂ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି l ସୋମବାର ଲୋକଭବନର ଅଭିଷେକ ହଲରେ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା ବେଳେ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ କହିଥିଲେ ଯେ, ଯେତେବେଳେ ବ୍ୟକ୍ତିମାନଙ୍କୁ ଏକ…

ନିୟମିତ ନିଯୁକ୍ତି ଓ ପଦୋନ୍ନତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ବିଭାଗକୁ ଯେଉଁ ୧୫ ସୂତ୍ରୀ ବିଷୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ କିଭଳି ଅନୁପାଳନ କରାଯାଇପାରିବ ସେ ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗ ପକ୍ଷରୁ ନିଆଯାଇଥିବା…

୨୧ ରୁ ୨୩ ଜାନୁଆରୀ ପର୍ଯ୍ୟନ୍ତ ଜନତା ମଇଦାନଠାରେ ତୃତୀୟ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’  

ଭୁବନେଶ୍ଵର: ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬” ଆୟୋଜନ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ଭେଟେରିନାରୀ କଲେଜ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି  ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ସମାବେଶ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ। ପରେ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ, ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ପାଇଁ ଏହି ସମାବେଶ ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ସାଜିବ। କ୍ଷୀର, ମାଂସ, ଅଣ୍ଡା ଓ…

ଶ୍ରେଷ୍ଠ ୧୦ଟି ଷ୍ଟାର୍ଟଅପ୍ ପ୍ରକଳ୍ପ ଚୟନିତ, ପ୍ରତ୍ୟେକ ପ୍ରକଳ୍ପକୁ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା “ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ” ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୧୪ଟି ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜାନୁଆରୀ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ଉଚ୍ଚଶିକ୍ଷା…

ଜନ୍ମଦିନ ଓ ବିବାହ ଉତ୍ସବରେ ହସ୍ତତନ୍ତ ବ୍ୟବହାର କରିବାକୁ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଆହ୍ବାନ

ଭୁବନେଶ୍ୱର : ଓରମାସ ଓ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମେଗା ମେଳା ‘ଶିଶିର ସରସ-୨୦୨୬’ ଏହାର ଅଷ୍ଟମ ଦିନରେ ପହଞ୍ଚିଛି। ଏହି ଅବସରରେ ଓରମାସ ଓ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନସ୍ଥ ସେଣ୍ଟ୍ରାଲ ପ୍ଲାଣ୍ଟେସନ୍ କ୍ରପ୍ସ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ (ସିପିସିଆରଆଇ), କେରଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସାକ୍ଷରିତ ହୋଇଛି, ଯାହା ଗ୍ରାମୀଣ ଜୀବିକା ବିକାଶକୁ ନୂଆ ଦିଗ ଦେବ। ଏହି ବୁଝାମଣାପତ୍ର ମାଧ୍ୟମରେ ସିପିସିଆରଆଇ ପକ୍ଷରୁ…