୪୧୧୧ କୋଟିର ୨୩ ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ                       

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେଆଗକୁ ବଢୁଥିବା ଓଡ଼ିଶା ସରକାର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଆଭିମୁଖ୍ୟକୁ କାର୍ଯାନୁଷ୍ଠାନ ଦିଗରେଯାତ୍ରା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୧୪୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁସିଏ) ବୈଠକ  ମାଧ୍ୟମରେ ମୋଟ ୪୧୧୧.୮୦ କୋଟି ଟଙ୍କା ବିନିଯୋଗ ସହିତ ୨୩ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି, ଯାହା ୯୯୨୪ ବା ପ୍ରାୟ ୧୦ ହଜାର…

BCPPERର ଅର୍ଥନୈତିକ ଆକାର ୨୦୪୭ ସୁଦ୍ଧା ୫୦୦ ବିଲିଅନ୍ ଡଲାରରେ ପହଞ୍ଚିବ

ଭୁବନେଶ୍ବର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ରାଜୀବ ଗୌବା ଏବଂ ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି। ଏହି ଅବସରରେ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶାର ନିରନ୍ତର ପ୍ରୟାସ ଉପରେ ଆଲୋକପାତ

ଭୁବନେଶ୍ୱର: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ମଧ୍ୟପ୍ରଦେଶର ସେହୋର ଆମଲାହାଠାରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ “ରାଷ୍ଟ୍ରୀୟ ଡାଲି ଆତ୍ମନିର୍ଭରତା ମିଶନ” ଅଧୀନରେ ଡାଲି ଜାତୀୟ ଫସଲ ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପରୋକ୍ତ କର୍ମଶାଳାରେ ଅଂଶଗ୍ରହଣ କରି ଓଡ଼ିଶାର ସାମଗ୍ରିକ କୃଷି ପରିସ୍ଥିତି ଉପରେ ଆଲୋକପାତ…

ଆମ ହସ୍ତତନ୍ତ ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ଆନୁଷ୍ଠାନିକ ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉଦ୍‌ଘାଟନ କରି କହିଛନ୍ତି, “ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ନିଦର୍ଶନ। ଏହା ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ । ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।” ହସ୍ତତନ୍ତ, ବୟନ…

ଆର୍ଥିକ ବର୍ଷ ୨୦୨୭ ସୁଦ୍ଧା ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ରର ଋଣ ସମ୍ଭାବନା ୩.୧୫ ଲକ୍ଷ କୋଟି ଟଙ୍କା ହେବ

ଭୁବନେଶ୍ୱର: ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ରାଜ୍ୟ କ୍ରେଡିଟ ସେମିନାର ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ଅଗ୍ରାଧିକାର କ୍ଷେତ୍ର ଋଣ ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି। ମୋଟ ଆକଳନ ମଧ୍ୟରୁ ଏମ୍ଏସ୍ଏମ୍ଇର ସର୍ବାଧିକ ଅଂଶ ୧.୫୨ ଲକ୍ଷ କୋଟି ଟଙ୍କା ଥିବାବେଳେ କୃଷି କ୍ଷେତ୍ରରେ ୧.୧୪ ଲକ୍ଷ କୋଟି ଟଙ୍କା ରହିଛି। ଅବଶିଷ୍ଟ ଅଂଶ ଗୃହ, ଶିକ୍ଷା, ଅକ୍ଷୟ…

ବର୍ଜ୍ୟରୁ ସମ୍ପଦ: ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ଅର୍ବାନ୍ ଏକାଡେମୀଠାରେ ଫେକାଲ୍ ସ୍ଲଜ୍ ଏବଂ ସେପ୍ଟେଜ୍ ପରିଚାଳନା (FSSM) ଉପରେ ଏକ ଶିକ୍ଷଣ ଭିତ୍ତିକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟର ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ ହୋଇଛି। TSU-FSSM ଏବଂ ‘ଦସ୍ରା’ (Dasra)ର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ପଦାଧିକାରୀ, କ୍ଷେତ୍ର ବିଶେଷଜ୍ଞ ଏବଂ ପ୍ରମୁଖ ସହଯୋଗୀମାନେ ଯୋଗ ଦେଇ ଓଡ଼ିଶାର…

ମହିଳା ନେତୃତ୍ୱ ଓ ଦକ୍ଷତା ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

ହାଇଦ୍ରାବାଦ/ଭୁବନେଶ୍ବର :  ହାଇଦ୍ରାବାଦର ବେଗୁମପେଟ୍ ଠାରେ ଆୟୋଜିତ ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ରେ ଓଡ଼ିଶା ସରକାର ଅଂଶଗ୍ରହଣ କରିଛନ୍ତି। ଭାରତର ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟର ବଢୁଥିବା ଭୂମିକାକୁ ପ୍ରତିଫଳିତ କରି ଏହି ପାଭିଲିୟନର ବିଷୟବସ୍ତୁ “ଓଡ଼ିଶା ଟେକ୍ସ ଫ୍ଲାଇଟ୍” (Odisha Takes Flight) ରଖାଯାଇଛି। ଓଡ଼ିଶା ଷ୍ଟଲରେ ପରିଦର୍ଶକମାନେ ଅନୁଭବ କରୁଛନ୍ତି ଯେ କିଭଳି ପ୍ରଗତିଶୀଳ ନୀତି, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ଯୋଗାଯୋଗର ସମ୍ପ୍ରସାରଣ, ଦକ୍ଷତା ବିକାଶ…

ଓଡ଼ିଶା ପକ୍ଷରୁ କୃଷି କ୍ଷେତ୍ରରେ ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (NDMF) ଅନ୍ତର୍ଗତ ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମର (OADMP) ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ମରୁଡ଼ି ପ୍ରବଣ ଜିଲ୍ଲାଗୁଡ଼ିକରେ ଜଳବାୟୁ ସ୍ଥିରତା ଆଣିବା, ଉତ୍ପାଦନରେ ବୃଦ୍ଧି ଓ ଫସଲ ବିବିଧିକରଣକୁ ପ୍ରୋତ୍ସାହିତ କରିବା। କୃଷି ଓଡ଼ିଶା – ୨୦୨୬ ଅବସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। କୋମନା (ନୂଆପଡ଼ା), କୋଷାଗୁମୁଡା (ନବରଙ୍ଗପୁର),…

ଯୁବପିଢ଼ି କୃଷି-ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଯୁବପିଢ଼ି ଓଡ଼ିଶାରେ  କୃଷି – ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l ଶନିବାର ଦିନ ଭୁବନେଶ୍ୱର ବିଜୁ ପଟନାୟକ ଖେଳ ପଡିଆ, ବରମୁଣ୍ଡା ଠାରେ ଆୟୋଜିତ “କୃଷି ଓଡିଶା-2026″ର ଉଦଯାପନୀ  ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତିl ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥଲେ ଯେ ଆଧୁନିକ କୃଷି ପାରମ୍ପରିକ କୃଷିଠାରୁ ବହୁ ମାତ୍ରାରେ ଆଗେଇଛି  ଏବଂ…

ପ୍ରାୟ ୭ ଲକ୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଓ ୭୯୧୪ କୋଟି ଦେୟ ପ୍ରଦାନ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରିତ ଭାବେ ଜାରି ରହିଛି। ଆଜି ସୁଦ୍ଧା, ରାଜ୍ୟର ୬ ଲକ୍ଷ ୯୩ ହଜାର ୯୭ ଜଣ ଚାଷୀଙ୍କଠାରୁ ୩୦ ଲକ୍ଷ ୪୯ ହଜାର ୫୬୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟାରେ ଚଳିତ ବର୍ଷ ଚାଷୀ ମାନେ ସକ୍ରିୟ  ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉଛି । ଏପର୍ଯ୍ୟନ୍ତ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଝାରସୁଗୁଡା ଭଳି…