ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳା

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ମିଳିତ ସହଯୋଗରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନଙ୍କ ପାଇଁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳାର ଆୟୋଜନ କରାଯାଇଛି। ଜାନୁଆରୀ ୫ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ୩୦ଟି ସରକାରୀ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେଇଥିଲେ। କର୍ମଶାଳାରେ ଜାତୀୟ ଶିକ୍ଷା…

‘ଶିଶିର ସରସ-୨୦୨୬’: ବଲିଉଡ୍‌ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଶୀତୁଆ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମତୁଆଲା ହେଉଛନ୍ତି ରାଜଧାନୀବାସୀ। ଓରମାସ ଏବଂ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଆୟୋଜିତ ‘ଶିଶିର ସରସ ୨୦୨୬’ ଦ୍ୱିତୀୟ ଦିନରେ ପହଞ୍ଚିଛି।  ରବିବାର ସନ୍ଧ୍ୟାରେ କଳାହାଣ୍ଡିର ପ୍ରସିଦ୍ଧ ଘୁମୁରା ନୃତ୍ୟର ରଙ୍ଗୀନ ପ୍ରସ୍ତୁତି ଦର୍ଶକଙ୍କ ମନମୋହିବା ସହ, ରାୟଗଡ଼ାର ଢେମସା ଏବଂ ରାଜସ୍ଥାନୀ ଲୋକନୃତ୍ୟ ମଞ୍ଚକୁ ଲୋକସଂସ୍କୃତିର ଏକ ସଜୀବ ଚିତ୍ରରେ ପରିଣତ କରିଥିଲା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଦିବ୍ୟ…

ଶିଶିର ସରସ–୨୦୨୬ ମେଳା ପରିସର ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ଉପରେ ଗୁରୁତ୍ୱ

ଭୁବନେଶ୍ଵର : ଆରମ୍ଭ ହେବାକୁ ଯାଉଛି ମେଗା ‘ଶିଶିର ସରସ–୨୦୨୬। ମେଳା ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଭୁବନେଶ୍ଵରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ମେଳା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ସମସ୍ତ ବିଭାଗର ନୋଡାଲ୍ ଅଧିକାରୀଗଣ ମେଳା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଯଥା ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଜଣାଇଥିଲେ। ଏହି ଅବସରରେ ପ୍ରସ୍ତୁତି…

“ଖଦି ପିନ୍ଧିବା, ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା”

ଭୁବନେଶ୍ଵର: ଖଦି; ସ୍ଵଦେଶୀ, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ। ଅଧିକରୁ ଅଧିକ ଖଦି ପିନ୍ଧିଲେ, ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି ବିଧାନସଭା ପେପରସ୍ ଲେଡ୍ ଅନ୍ ଦ ଟେବୁଲ୍ କମିଟି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପରିଦର୍ଶନ ସମୟରେ ଖଦିର ପୁନରୁଥାନ ପାଇଁ ଆଲୋଚନାରେ ଏହି ମତ ପ୍ରକାଶ ପାଇଛି।  ବିଧାନସଭା କମିଟି ସମ୍ମୁଖରେ ଖଦି ବୋର୍ଡ଼ ସଦସ୍ୟ ଓ ବୁଣାକାରମାନେ ଖଦିର ପୁନରୁଥାନ ପାଇଁ ବିଭିନ୍ନ…

ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଦ୍ୱାରା ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶାର ବାଉଁଶ କ୍ଷେତ୍ରକୁ ରାଜ୍ୟର ସବୁଜ ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନଠାରେ ଜାନୁଆରୀ ୯ ତାରିଖରେ ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ୱାନ ଫ୍ୟୁଚର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ନେତୃବୃନ୍ଦ ଏବଂ ସ୍ଥାୟୀ ଡିଜାଇନ୍ ବିଶେଷଜ୍ଞଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଗ୍ରାମୀଣ…

‘ଦକ୍ଷତା (Skill)ର ସମସ୍ତ ସ୍ତରରେ  ଉତ୍କର୍ଷ ହାସଲ କରିବା ହେଉଛି ଆମର ଲକ୍ଷ୍ୟ’

ଭୁବନେଶ୍ୱର: ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ  ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ। ଏହି ଦକ୍ଷତା…

ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଏସିଆ ମହାଦେଶର ସର୍ବବୃହତ୍‌ କ୍ଷାରୀୟ ହ୍ରଦ ତଥା ରାମସାର ସାଇଟ ଭାବେ ସାରା ବିଶ୍ୱରେ ପରିଚିତ ଥିବା ଚିଲିକା ହ୍ରଦର ଜୈବ ବିବିଧତାର ସୁରକ୍ଷା ଏବଂ ପାରିପାଶ୍ୱର୍କ ଅଞ୍ଚଳର ବିକାଶ ନେଇ ଏକ ଆଲୋଚନା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୈଠକରେ ଚିଲିକାର ବିକାଶ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଲେ ଯେ ଚିଲିକାର ମୁହାଣ ପୋତି ହେବା…

୪୦ ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର/କେନ୍ଦୁଝର : ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର। ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କେନ୍ଦୁଝରର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ  ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ…

ଶସ୍ତା ଓ ସମାବେଶୀ ସାର୍ବଜନିକ ପରିବହନ ସୁଦୃଢ଼ କରିବା ପାଇଁ ମୁଖ୍ୟ ସଂସ୍କାର ଉପରେ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମ୍‌ବିଏସ୍‌) ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଖାରବେଳ ଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାର୍ବଜନୀନ ପରିବହନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଓ ଆଗାମୀ ପର୍ଯ୍ୟାୟର ରୂପରେଖ ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ସହର ଓ ଗ୍ରାମାଞ୍ଚଳରେ ସେବା କ୍ଷମତା ବୃଦ୍ଧି, ସହଜ ଓ ଶସ୍ତା…

ରାଜ୍ୟରେ ଜଳବାୟୁ ସହନଶୀଳ କୃଷିର ପ୍ରସାର ପାଇଁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ (DA&FE), ‘ସେଣ୍ଟର ଫର୍ ଷ୍ଟଡି ଅଫ୍ ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ପଲିସି’ (CSTEP) ଏବଂ ‘କାଟାଲିଷ୍ଟ ମ୍ୟାନେଜସଂଗୋଷ୍ଠୀ ସର୍ଭିସେସ୍’(CMS) ସହ ମିଳିତ ଭାବେ ଆଜି ‘ଓଡ଼ିଶା କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର ଆଲାଇନ୍ସ’ବା ଓଡ଼ିଶା ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ (OCSAA) ର କର୍ମଶାଳା ଆୟୋଜିତ ହୋଇଯାଇଛି। କୃଷି କ୍ଷେତ୍ରରେ ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାର ଆଜି…