ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଉଦ୍ଯାପନୀ ସନ୍ଧ୍ୟାରେ ଶିବ ଓ ନଟରାଜଙ୍କ ବନ୍ଦନାରେ ଦର୍ଶକ ବିମୋହିତ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତି, ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍ମାଦି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ “ସମବେତ ଶିବ…


