ଭୁବନେଶ୍ୱର – ଆବୁଧାବି ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରୁ ଆବୁଧାବିକୁ ଏହି ବିମାନ ସେବା  ଇଣ୍ଡିଗୋ ଏୟାର ଲାଇନ୍ସ ଜରିଆରେ ଆରମ୍ଭ କରାଯାଇଛି। ଏହା ସିଧାସଳଖ ଆବୁଧାବିକୁ ଯାତ୍ରା କରିବ। ସୂଚନାଯୋଗ୍ୟ ଯେ, ସପ୍ତାହରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନସେବା ଉପଲବ୍ଧ ହେବ। ୧୮୦ ଜଣ ଯାତ୍ରୀ…

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କରିଛନ୍ତି।ଏହି ଅବସରରେ ଭୁବନେଶ୍ବରର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଫୁଡ୍‌ କୋଟ୍‌ର ଶୁଭାରମ୍ଭ କରିବା ସହିତ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ ଯେ ଏହି ବିକାଶ ମେଳା ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ…

ଓଡ଼ିଶାର ସାଂସ୍କୃତିକ ବିଭବକୁ ବିଶ୍ଵସ୍ତରରେ ପ୍ରତିପାଦିତ କରିବା ପାଇଁ ସରକାର ନିରନ୍ତର ପ୍ରୟାସରତ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁଠାରୁ ମହତ୍ବପୂର୍ଣ୍ଣ ହେଲେ ସାଧାରଣ ଜନତା। ଜନତାର ପ୍ରତ୍ୟେକବର୍ଗର ଲୋକେ ହେଉଛନ୍ତି ଗଣତାନ୍ତ୍ରିକ ପଦ୍ଧତିର ଅଂଶ ବିଶେଷ। ଏହି ଏକ ବର୍ଷ  ଥିଲା ଲୋକଙ୍କ ଆଶା-ଆକାଂକ୍ଷା ପୂରଣ କରିବାର ବର୍ଷ ଏବଂ ଏହି ବର୍ଷ ଥିଲା ସରକାର-ଜନ ସାଧାରଣଙ୍କ ମଧ୍ୟରେ ଥିବା ଖାଇକୁ ଦୂର କରି ସେତୁ ବାନ୍ଧିବାର ବର୍ଷ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟର ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ…

ଭୁବନେଶ୍ୱର ଆରକ୍ଷୀ ଉପଆୟୁକ୍ତଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‍ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ (DCP)ଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି। ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଯେ, ଏହି ନୂଆ ଭବନ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଦେବାରେ ସାହାଯ୍ୟ କରିବ। ଏଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ରାମ୍ପ, ସାଇବର ସେଲ,…

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ:  ‘ସବୁ ସ୍ତରରୁ ଆମକୁ ସହଯୋଗ ମିଳିଛି’

ଭୁବନେଶ୍ୱର: ଆମ ସରକାର ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ। ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ମାତ୍ର କିଛି ଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଭାବେ ଅଭିହିତ କରିଛନ୍ତି। ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁ ସ୍ତରରୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ…

“ଓଡିଶାର କୃଷି ବ୍ୟବସାୟ ସମ୍ଭାବନା”ଶୀର୍ଷକ ଜାତୀୟ ସେମିନାର

ଭୁବନେଶ୍ୱର : କୃଷିରେ ଅଭାବୀ କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଜୁନ୍ ୭ ତାରିଖ ଦିନ ଓୟୁଏଟି (ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜି) ଓ ଆଇ.ଏସ୍.ଏ.ଏମ୍. (ଇଣ୍ଡିଆନ ସୋସାଇଟି ଅଫ୍ ଏଗ୍ରିକଲଚରାଲ ମାର୍କେଟିଂ) ହାଇଦ୍ରାବାଦ ଆନୁକୂଲ୍ୟରେ ଓୟୁଏଟି ଠାରେ  “”ଓଡିଶାର କୃଷି ବ୍ୟବସାୟ ସମ୍ଭାବନା” ଶୀର୍ଷକ ଜାତୀୟ ସେମିନାରକୁ ଉଦ୍ଘାଟନ କରି…

‘ସମବାୟ ଏକ ଉନ୍ନତ ବିଶ୍ୱ ନିର୍ମାଣ କରେ’

ଭୁବନେଶ୍ୱର : ସମବାୟ ସଂସ୍ଥାଗୁଡ଼ିକ ରାଜ୍ୟ ତଥା ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ ଭାବେ ଉଭା ହୋଇଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜୀବିକା ସୃଷ୍ଟି ଏବଂ ଗୋଷ୍ଠୀ ସଶକ୍ତିକରଣ କ୍ଷେତ୍ରରେ ସମବାୟ ସଂସ୍ଥା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିବା ସହିତ ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସମର୍ପଣର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୬…

‘ଶ୍ରୀ ଅନ୍ନ ଅଭିଯାନ ଯୋଗୁଁ ଗରିବଙ୍କ ଖାଦ୍ୟ ଆଜି ପଞ୍ଚତାରକା ରେସ୍ତେlରାଁରେ ପହଞ୍ଚି ପାରିଛି’

ଭୁବନେଶ୍ଵର : କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ଖରିଫ ଚାଷ ପାଇଁ ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛିl  ଶ୍ରୀ ଅନ୍ନ ଅଭିଯାନ କୃଷି ବିଭାଗର ଏକ ଯୁଗାନ୍ତକାରୀ ଯୋଜନାl ଏହା ଆମ ରାଜ୍ୟର ପାରମ୍ପରିକ ଖାଦ୍ୟ ଯଥା ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ ଇତ୍ୟାଦିର…

‘ଆମ ଯୁବପିଢିଙ୍କୁ ଇଣ୍ଡଷ୍ଟ୍ରି ରେଡି ହେବାପାଇଁ ପଡିବ’

ଭୁବନେଶ୍ୱର : ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ।  ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗର ନବନିଯୁକ୍ତ ୧,୨୯୪ ଜଣ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି।…