ବିଦ୍ୟା ରତନ ଶର୍ମା ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତ
ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ (ପୂର୍ବରୁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ ଭାବରେ ପରିଚିତ) ଜୁଲାଇ ୨୪, ୨୦୨୬ରେ ଅନୁଷ୍ଠିତ ଏହାର ବୋର୍ଡ ଅଫ୍ ଡ଼ାଇରେକ୍ଟର୍ ବୈଠକ ପରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛି। ବୋର୍ଡ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ ଦୁଇ ବର୍ଷ ପାଇଁ ବିଦ୍ୟା ରତନ ଶର୍ମାଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛି, ଯାହା ଜୁଲାଇ ୨୪, ୨୦୨୬ରୁ କାର୍ଯ୍ୟକାରୀ ହେବ। ଶ୍ରୀଯୁକ୍ତ ଶର୍ମା, ଜଣେ ପ୍ରତିଷ୍ଠିତ ଶିଳ୍ପ ଟେକ୍ନୋକ୍ରାଟ୍ ଯିଏ…


