‘ଛ ମାଣ ଆଠଗୁଣ୍ଠ’ , ‘ରେବତୀ’,  ‘ଲଛମା’ ଆଜି ବି ଯୁଗୋପଯୋଗୀ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ  ରାଜ୍ୟସ୍ତରୀୟ ଜୟନ୍ତୀ  କାର୍ଯ୍ୟକ୍ରମ  ଆୟୋଜିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ଅମିୟ ପଟ୍ଟନାୟକ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର…

ଓଡ଼ିଶାର ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନ ବିକାଶ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି: ଉପମୁଖ୍ୟମନ୍ତ୍ରୀ

ଯାଜପୁର/ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ଵିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ବେଶ୍ ଉତ୍ସାହର ସହ ପାଳନ କରାଯାଉଅଛି। ସମ୍ମିଳନୀର ଚତୁର୍ଥ ଦିନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଅମ୍ବର…

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବୁଧବାର ଅପରାହ୍ନରେ ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଛନ୍ତିl ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ପିଲାମାନଙ୍କୁ ଚିକି, ଚକୋଲେଟ ଓ କଲମ ବଣ୍ଟନ କରିଥିଲେl ସୁନ୍ଦର ଭୂଦୃଶ୍ୟରେ ସଜ୍ଜିତ ଲୋକଭବନ ଉଦ୍ୟାନ ଏବଂ  ଲୋକଭବନ ପରିସରରେ ନୂତନ ଭାବରେ ବିକଶିତ ଅଟଳ ବନ ପରିଦର୍ଶନ କରିଥିବା ପିଲାମାନଙ୍କୁ ଭେଟି…

କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ, ଗୋଟେ ପଟୁ ଗାଡି ଆସୁଥିଲେ ଆରପଟୁ ସାଇରନ୍ ବାଜିବ

ଭୁବନେଶ୍ୱର: ରାଜ୍ୟର ସଡକ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହିତ ରାଜ୍ୟ ରାଜଧାନୀର କାୟାକଳ୍ପ ହେଲାଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ…

ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ : ଦେଶ ବିଦେଶରୁ ଯୋଗ ଦେଇଛନ୍ତି ପ୍ରାୟ ୧୭୦୦ରୁ ଉର୍ଦ୍ଧ୍ବ ବୌଦ୍ଧ ଗୁରୁ ଓ ଧର୍ମାବଲମ୍ବୀ

ଯାଜପୁର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ,ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଯାଜପୁର ଜିଲ୍ଲାର ଉଦୟଗିରି ବୌଦ୍ଧ ସ୍ଥଳଠାରେ ଦ୍ଵିତୀୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ ହୋଇଛି। ଜାନୁଆରୀ ୧୧ ରୁ ୧୬ ତାରିଖ ଯାଏଁ ହେଉଥିବା ଏହି ବୌଦ୍ଧ ସମ୍ମିଳନୀରେ ଦେଶର ବିଭିନ୍ନ ବୌଦ୍ଧ ମଠ ତଥା ଦେଶ ବାହାରୁ ପ୍ରାୟ ୧୭୦୦ ରୁ ଉର୍ଦ୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ…

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳା

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ମିଳିତ ସହଯୋଗରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନଙ୍କ ପାଇଁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳାର ଆୟୋଜନ କରାଯାଇଛି। ଜାନୁଆରୀ ୫ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ୩୦ଟି ସରକାରୀ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେଇଥିଲେ। କର୍ମଶାଳାରେ ଜାତୀୟ ଶିକ୍ଷା…

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଶୁଭ ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ରମା କେୟାର ସେଣ୍ଟର ଓ OPD ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା…

ଶିଶିର ସରସ–୨୦୨୬ ମେଳା ପରିସର ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ଉପରେ ଗୁରୁତ୍ୱ

ଭୁବନେଶ୍ଵର : ଆରମ୍ଭ ହେବାକୁ ଯାଉଛି ମେଗା ‘ଶିଶିର ସରସ–୨୦୨୬। ମେଳା ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଭୁବନେଶ୍ଵରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ମେଳା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ସମସ୍ତ ବିଭାଗର ନୋଡାଲ୍ ଅଧିକାରୀଗଣ ମେଳା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଯଥା ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ଜଣାଇଥିଲେ। ଏହି ଅବସରରେ ପ୍ରସ୍ତୁତି…

“ଖଦି ପିନ୍ଧିବା, ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା”

ଭୁବନେଶ୍ଵର: ଖଦି; ସ୍ଵଦେଶୀ, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ। ଅଧିକରୁ ଅଧିକ ଖଦି ପିନ୍ଧିଲେ, ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି ବିଧାନସଭା ପେପରସ୍ ଲେଡ୍ ଅନ୍ ଦ ଟେବୁଲ୍ କମିଟି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପରିଦର୍ଶନ ସମୟରେ ଖଦିର ପୁନରୁଥାନ ପାଇଁ ଆଲୋଚନାରେ ଏହି ମତ ପ୍ରକାଶ ପାଇଛି।  ବିଧାନସଭା କମିଟି ସମ୍ମୁଖରେ ଖଦି ବୋର୍ଡ଼ ସଦସ୍ୟ ଓ ବୁଣାକାରମାନେ ଖଦିର ପୁନରୁଥାନ ପାଇଁ ବିଭିନ୍ନ…

୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ ପୋର୍ଟାଲରେ ଉପଲବ୍ଧ ରହିବ

ଭୁବନେଶ୍ୱର : ଲୋକସେବା ଭବନ ଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ (ଓଗ୍ରୀ ପୋର୍ଟାଲ- ogri.optcl.co.in)ର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ। ଗ୍ରୀଡ୍ ର ଟ୍ରାନ୍ସଫରମେସନ କ୍ଷମତା, ବିଦ୍ୟୁତ୍ ଉପଲବ୍ଧତା, ବର୍ତ୍ତମାନ କେତେ ଲୋଡ ରହିଛି ଆଉ କେତେ ଅଧିକ…