ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଯୁବପିଢି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ମଙ୍ଗଳବାର ଦିନ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର୍ ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ପରିସରରେ ଇଣ୍ଡିଆନ ଚେମ୍ବର ଅଫ କମର୍ସ (ଆଇସିସି) ଓ ଓୟୁଏଟି ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଫୁଡ୍, ଏଗ୍ରି ଆଣ୍ଡ ବାୟୋଟେକ (FAB) ସମ୍ମିଟ ୨୦୨୬…

‘ସହଯୋଗ’ର ଫ୍ରଣ୍ଟଲାଇନ୍ କର୍ମୀଙ୍କ ପାଇଁ ଦିନିକିଆ କର୍ମଶାଳା

ଭୁବନେଶ୍ୱର: ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗରେ ‘ସହଯୋଗ’କାର୍ଯ୍ୟକ୍ରମ ପରିଚାଳନା କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ହଜାର ହଜାର ପରିବାର ବିଭିନ୍ନ ସରକାରୀ ସେବା ଓ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ୍ ଏକାଡେମୀରେ ‘ସହଯୋଗ’କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ…

ରାଜ୍ୟପାଳ ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ସୋମବାର ଦିନ ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ଶାନ୍ତ ପରିବେଶରେ ଅବସ୍ଥିତ ବୌଦ୍ଧ ମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କୁ ପ୍ରାର୍ଥନା କରି ବିଶ୍ୱଶାନ୍ତି, ସମୃଦ୍ଧି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ମଠର ସାଧୁସନ୍ଥ ଓ ସ୍ଥାନୀୟ ବାସିନ୍ଦାମାନେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ପରିଦର୍ଶନ ସମୟରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତ ଓ…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ନଗଦ ୨୮.୩୯ ଲକ୍ଷ ଟଙ୍କା ସମେତ ସୁନା, ରୂପା ଅଳଙ୍କାର, ଯାନବାହନ ଜବତ; ୨ ଅଭିଯୁକ୍ତ ଗିରଫ

ରାଉରକେଲା: ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଓଡ଼ିଶା ପୋଲିସର ନିରନ୍ତର ଅଭିଯାନକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ରାଉରକେଲା ପୋଲିସ ସେକ୍ଟର-୧୫ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଥିବା  ଲୁଆକେରା ଗ୍ରାମରେ ଚଢ଼ାଉ କରି  ଏକ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବହାନ କଂସାରୀ (୪୮) ଏବଂ  ଦିଲୀପ କଂସାରୀ (୫୯)ଙ୍କୁ ଗିରଫ କରିଛି।  ଉଭୟ ଅଭିଯୁକ୍ତ ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମର…

ଓଜେଇଇ -୨୦୨୬ ଫଳାଫଳ ଘୋଷଣା

ଭୁବନେଶ୍ୱର: ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2026) ର ଫଳାଫଳ ପ୍ରକାଶ ପାଇଛି। ଓଡିଶା ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏହାସହ ଫଳାଫଳ ପୁସ୍ତିକାର ଉନ୍ମୋଚନ କରିଛନ୍ତି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ୧୬ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B.CAT, LE-Tech. (Dip),…

ଦିଗଦର୍ଶନ କର୍ମଶାଳା: ପ୍ରଶିକ୍ଷଣ ନେବେ ୧୨୦ ଜଣ ପିଜିଟି

ଭୁବନେଶ୍ୱର:  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଘାଟନୀ ଅଧିବେଶନରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ…

ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଆଧୁନିକ ବ୍ୟବସାୟିକ ସହାୟତା ମିଳିବ

ଭୁବନେଶ୍ୱର: ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଉନ୍ନତ ବ୍ୟବସାୟିକ ପରାମର୍ଶ, ପ୍ରାଯୁକ୍ତିକ ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଏବଂ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ବୁଝାମଣାପତ୍ର ବିନିମୟ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ…

କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍

ଭୁବନେଶ୍ୱର: କ୍ରୀଡ଼ା କେବଳ, ମେଡାଲ, ରେକର୍ଡ କିମ୍ବା ଜୟ-ପରାଜୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନରେ ଅନୁଶାସନ, ଟିମ୍ ୱାର୍କ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଧୈର୍ଯ୍ୟ ଶିଖାଇଥାଏ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିରର  ଉଦ୍‌ଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ କ୍ରୀଡ଼ାର…

ନିଟ୍ (ୟୁଜି) ୨୦୨୬ ପରୀକ୍ଷାର ସୁପରିଚାଳନା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଜିଲ୍ଲାପାଳମାନଙ୍କ ସହିତ ଆଭାସୀ ବୈଠକ

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷାକୁ ସ୍ୱଚ୍ଛ, ସୁରକ୍ଷିତ ବ୍ୟବସ୍ଥା ଏବଂ  ସୁଚାରୁ ପରିଚାଳନା ନିମନ୍ତେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ  ସମସ୍ତ ଜିଲ୍ଲାପାଳମାନଙ୍କ ସହ ଏକ ଆଭାସୀ ବୈଠକରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।  ନିଟ୍ ଏକ ଜାତୀୟସ୍ତରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୋଇଥିବାରୁ ଏହାର ସଫଳ ଆୟୋଜନ ପାଇଁ ବୈଠକରେ ମୁଖ୍ୟ ଶାସନ ସଚିବସମସ୍ତ ଜିଲ୍ଲା ପ୍ରଶାସନକୁ  ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ…

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ବୃକ୍ଷ ରୋପଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ  ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍  ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା ତଥା ସାଂସଦ ସୁଶ୍ରୀ କଙ୍ଗନା ରନାୱତ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମନ୍ତ୍ରୀ ଗଣ ଏଵଂ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଏକତ୍ର ବସି ଚଳଚ୍ଚିତ୍ରଟିକୁ  ଦେଖିଥିଲେ। କଙ୍ଗନା ନିଜ ଅଦମ୍ୟ ପରିଶ୍ରମରେ…