ସ୍ୱଚ୍ଛତା ସଠିକ୍ ସମୟରେ ‘ସୁଭଦ୍ରା’ ସହାୟତା ପ୍ରଦାନକୁ ନିଶ୍ଚିତ କରିଛି

ଭୁବନେଶ୍ୱର: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଦିନ ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରୁ ଆଭାସୀ ମାଧ୍ୟମରେ ‘ସୁଭଦ୍ରା’ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କିସ୍ତିରୁ ବାଦ୍ ପଡ଼ିଯାଇଥିବା ୭୯ ହଜାରରୁ ଉର୍ଦ୍ଧ୍ବ  ହିତାଧିକାରୀଙ୍କୁ ୬୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି, ଯାହା DBT ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ଏହା ସ୍ୱଚ୍ଛତା ଏବଂ ସଠିକ୍ ସମୟରେ ସହାୟତା ପ୍ରଦାନକୁ ନିଶ୍ଚିତ କରିଛି। ନିଷ୍କ୍ରିୟ NPCI ଲିଙ୍କେଜ୍,…

‘ଶକ୍ତିଶାଳୀ ପରିବହନ ନେଟୱାର୍କ ହିଁ ବିକଶିତ ଓଡ଼ିଶାର ମେରୁଦଣ୍ଡ’

ଭୁବନେଶ୍ୱର: ‘ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ’ (OPTCL) ପକ୍ଷରୁ ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟର (PTC) ଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଉଦଘାଟନ ହୋଇଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମାଙ୍କ ଉପସ୍ଥିତିରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଲାବୋରେଟୋରୀଟି ଓପିଟିସିଏଲର ବୈଷୟିକ…

ପ୍ରଶାସନିକ ସେବା ଅଧିକାରୀ ନୂଆ ବିକଶିତ ଓଡ଼ିଶାର ସ୍ଵପ୍ନ ଦେଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଆହ୍ଵାନ

ଭୁବନେଶ୍ବର: ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI), ଗୋଠପାଟଣାଠାରେ ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚ୍‌ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ବୃକ୍ଷରେ ଜଳଦାନ କରି ସଭାକାର୍ଯ୍ୟ ଆରମ୍ଭ ହେଇଥିଲା।…

ସଂସ୍କୃତି ଓ ଶିକ୍ଷାର ଅପୂର୍ବ ସମନ୍ବୟ ହେଉଛି ଓଡିଶା- କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ  କନଭେନସନ ସେଣ୍ଟର ଠାରେ  ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା…

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ

ଭୁବନେଶ୍ୱର: ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରମିକମାନେ ମାନବ ସଭ୍ୟତାର ପ୍ରକୃତ ନିର୍ମାତା ଏବଂ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି। ତେଣୁ ସେମାନଙ୍କୁ ଉଚିତ…

ଭାରତର ପ୍ରକୃତ ଶକ୍ତି ଏହାର ବିବିଧତା ମଧ୍ୟରେ ନିହିତ ଏକତାରେ ଅଛି : ରାଜ୍ୟପାଳ

ଭୁବନେଶ୍ୱର: ଭାରତର ପ୍ରକୃତ ଶକ୍ତି ଏହାର ବିବିଧତା ମଧ୍ୟରେ ନିହିତ ଏକତାରେ ଅଛି ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଶୁକ୍ରବାର ଦିନ ଲୋକଭବନର ନ୍ୟୁ ଅଭିଷେକ୍ ହଲ୍‌ରେ ଆୟୋଜିତ ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ରାଜ୍ୟପାଳ ଏହା କହିଛନ୍ତିI ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଜନସାଧାରଣଙ୍କୁ ପରସ୍ପର…

ଓଡ଼ିଶାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଜଳଯୋଗାଣ ମଡେଲ୍ ଅନୁଧ୍ୟାନ କଲେ ଇନ୍ଦୋର ମ୍ୟୁନିସିପାଲ୍ ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଜଳ ସଂସ୍କାରର ସଫଳତା ଅନୁଧ୍ୟାନ କରିବା ପାଇଁ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ (IMC)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି। ଇନ୍ଦୋର ମ୍ୟୁନିସିପାଲ୍ କମିଶନର କ୍ଷିତିଜ ସିଙ୍ଗଲଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଉନ୍ନତି ଭବନଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସହ ଏକ ରଣନୈତିକ ପରାମର୍ଶ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟତଃ ‘ଡ୍ରିଙ୍କ୍ ଫ୍ରମ୍…

ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।  ପିଏମ୍‌ଜିଏସ୍‌ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ…

ସହରାଞ୍ଚଳ ଜଳ ବିପ୍ଳବ ପାଇଁ ସରକାରଙ୍କ ଦୃଢ଼ ନେତୃତ୍ୱକୁ ଶ୍ରେୟ ଦେଲେ ନଗର ଉନ୍ନୟନ ମନ୍ତ୍ରୀ ଡାଃ ମହାପାତ୍ର

ଭୁବନେଶ୍ୱର : ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ (ଅମୃତ) ୨.୦ ଅଧୀନରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମାନଙ୍କ ମଧ୍ୟରେ ନିଜକୁ ସ୍ଥାପିତ କରିଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଞ୍ଚଳ ଜଳ ନିରାପତ୍ତା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ରୂପାନ୍ତରଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷେତ୍ରସ୍ତରରେ ସଫଳତା ପ୍ରଦାନ ପାଇଁ ସରକାରଙ୍କ ସ୍ପଷ୍ଟ ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର ୮୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ‘ଅମୃତ…

ରାଜ୍ୟରେ ବ୍ୟାଙ୍କ ଅର୍ଥାୟନ ଯୋଗ୍ୟ ସହରାଞ୍ଚଳ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ପରାମର୍ଶ ବୈଠକ

ଭୁବନେଶ୍ୱର: ରାଜ୍ୟରେ ସହରାଞ୍ଚଳର ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବ୍ୟାଙ୍କ ଅର୍ଥାୟନ ଯୋଗ୍ୟ ସହରାଞ୍ଚଳ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ନ୍ୟାସନାଲ ହାଉସିଂ ବ୍ୟାଙ୍କ , ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ କର୍ପୋରେସନ  ଏବଂ ପ୍ରମୁଖ ହାଉସିଂ ଫାଇନାନ୍ସ କମ୍ପାନୀ ମାନଙ୍କ ସହିତ ଏହି ଆଲୋଚନା କରାଯାଇଛି। ଗୃହ…