ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଇଂରେଜ ଶାସନର ଅନ୍ୟାୟ, ଅତ୍ୟାଚାର ଓ ଦମନମୂଳକ ନୀତି ବିରୋଧରେ ଘୁମୁସର ଅଞ୍ଚଳର ପାହାଡ଼, ଜଙ୍ଗଲ ଓ ଗାଁରୁ ଯେଉଁ ବିଦ୍ରୋହର ଶଙ୍ଖନାଦ ଉଠିଥିଲା, ସେହି ସଂଗ୍ରାମର ମୁଖ୍ୟ ନାୟକ ଥିଲେ ଘୁମୁସରର ମହାନ ବିପ୍ଲବୀ ବୀର ଚକରା ବିଷୋୟୀ। ଆଦିବାସୀ, କୃଷକ ଓ ସାଧାରଣ ଜନତାଙ୍କୁ ସଂଗଠିତ କରି ସେ ଇଂରେଜ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ରଚନା କରିଥିଲେ।…

ଦଇତାପତି, ନିଯୋଗ, ସେବାୟତ ଓ ମଠଗୁଡ଼ିକ ବ୍ୟବହାର କରୁଥିବା ଜମିର ହେବ ସୁବନ୍ଦୋବସ୍ତ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ସଠିକ୍‌ ପରିଚାଳନା ଅଭାବରୁ ଅନେକ ଜମି ଜବରଦଖଲରେ ରହିଛି। ଫଳରେ ଏଥିରୁ ଶ୍ରୀମନ୍ଦିରର କିଛି ଆୟ ହେଉନାହିଁ। ଅନେକ ସ୍ଥଳରେ ଗରିବ ତଥା ଭୂମିହୀନ ସେବାୟତମାନେ ଦୀର୍ଘ ବର୍ଷ ବର୍ଷ ହେବ ଏହି ଜମିରେ ବସବାସ କରୁଥିଲେ ମଧ୍ୟ ଏହି ଜମି ଉପରେ କୌଣସି ଅଧିକାର ସାବ୍ୟସ୍ତ କରିପାରୁ ନାହାନ୍ତି।…

ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ମୋଟ ୬ କୋଟି ୩୯ ଲକ୍ଷ ୯୭ ହଜାର ୫୮୯ ଟଙ୍କା ଓଡ଼ିଶା ସରକାରଙ୍କୁ ଲାଭାଂଶ ପ୍ରଦାନ

ଭୁବନେଶ୍ୱର : ଭାରତୀୟ କମ୍ପାନୀ ଆଇନ୍, ୨୦୧୩ ର ଧାରା ୧୨୩  ଅନୁସାରେ ଲାଭାଂଶ ଘୋଷଣା କରିବା ଏବଂ ପ୍ରଦାନ କରିବା ସମ୍ବନ୍ଧିତ ନିୟମ ଓ ନିୟମାବଳୀ ଉଲ୍ଲେଖ ହୋଇଅଛି। ଓଡିଶା ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ଜାରିକୃତ କାର୍ଯ୍ୟାଳୟ ସଂଜ୍ଞା ସଂଖ୍ୟା-୩୯୮୦ ତାରିଖ ୧୭.୦୨.୨୦୧୬ ଏବଂ ୩୦୮୮୫ ତାରିଖ ୦୭.୧୧.୨୦୨୫ ଅନୁଯାୟୀ, ଏକ ସରକାରୀ ଉଦ୍ୟୋଗ (PSU) ଦ୍ୱାରା ବାର୍ଷିକ ଲାଭାଂଶ ରୂପେ PAT (ପ୍ରଫ଼ିଟ ଆଫ୍ଟର ଟାକ୍ସ) ର ୩୦% ଦିଆଯିବାର ନିର୍ଦ୍ଦେଶ ରହିଛି…

୪୦ ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର/କେନ୍ଦୁଝର : ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର। ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କେନ୍ଦୁଝରର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ  ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ଅସ୍ମିତାର ବାର୍ତ୍ତା ବହ : ଏକାମ୍ର ବିଧାୟକ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଆମ ଓଡ଼ିଆ ଅସ୍ମିତାର ବାର୍ତ୍ତା ବହକ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଓଡ଼ିଶାର ଇତିହାସକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଏଥିସହ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଗାଥାକୁ…

ତମାଣ୍ଡୋ ଫୁଟବଲ୍ ପଡ଼ିଆ ଓ ସିନ୍ଥେଟିକ ଟ୍ରାକ୍ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ଭୁବନେଶ୍ୱର ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (GCPE) ପରିସରରେ ଏକ ନୂତନ ୨୫ ମିଟର ବିଶିଷ୍ଟ ଇନଡୋର ସୁଇମିଂପୁଲର ଶୁଭ ଉଦଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ପୁଲ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (OBCC) ଦ୍ୱାରା ପ୍ରାୟ ୧୧.୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି କାର୍ଯ୍ୟକ୍ରମରେ ,…

OMSA ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକ ଅନୁଧ୍ୟାନ କରିବା ନିମନ୍ତେ ଅନ୍ତର୍ବିଭାଗୀୟ କମିଟି ଗଠନ

ଭୁବନେଶ୍ୱର: ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି। ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ, GA & PG ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି। କମିଟିର ସଦସ୍ୟ ଭାବେ ଅର୍ଥ…

 ‘ସୃଜନ’ରେ ମିଳିବ ରେଳଟିକଟ ଓ ପର୍ଯ୍ୟଟନ ସୂଚନା ସୁବିଧା

ଭୁବନେଶ୍ୱର : ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ଲୋକାର୍ପିତ ହୋଇଛି। ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ। ଏତଦ୍‍ବ୍ୟତିତ ବିଭିନ୍ନ ସମୟରେ ଖାରବେଳଭବନକୁ ବିଭିନ୍ନ…

ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା: ନୂଆପଡା ସମେତ ବିଭିନ୍ନ ଜିଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର: ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖାଇଯାଇଛି। ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ଉଦ୍ଦେଶ୍ୟରେ ନୂଆପଡା, ବରଗଡ଼, ଝାରସୁଗୁଡା ଓ…