୩୬ତମ ଡ୍ୟାସ୍‌ବୋର୍ଡ ସମୀକ୍ଷା

ଭୁବନେଶ୍ବର ୨୭ ଜୁଲାଇ ୨୦୨୫;- ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଭାଗର ୩୬ତମ ଡ୍ୟାସ୍‌ ବୋର୍ଡ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗର କନ୍‌ଫରେନ୍ସ ହଲ୍‌ ପରିସରରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ନେଇ ଆରମ୍ଭ କରାଯାଇଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଥିଲା। ବିଶେଷ କରି ୧୧୫ର ସ୍ବାୟତ୍ତ ଶାସନ ସଂସ୍ଥାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଅଧୀନରେ ଚାଲିଥିବା ଷ୍ଟ୍ରିଟ୍‌…

ଉପବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ ସରକାରୀ କାର୍ଯ୍ୟ ତୁଲାଇବା ଉଚିତ: ବାଚସ୍ପତି

ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ। ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲେ ସମାଜର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ତେଣୁ ପ୍ରତ୍ୟେକ ଅଧିକାରୀ ସରକାରଙ୍କ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଦ୍ୱାରା ଆମ ରାଜ୍ୟର ଅଶେଷ ଉପକାର ସାଧିତ ହୋଇପାରିବ ବୋଲି ବାଚସ୍ପତି ସୁରମା ପାଢ଼ୀ ପ୍ରକାଶ କରିଛନ୍ତି…

ଜାତୀୟ ମାନବାଧିକାର ଆୟୋଗଙ୍କ ଓଡ଼ିଶା ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ମାନବାଧିକାର ଆୟୋଗ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ଓଡି଼ଶା ସଂପର୍କିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ପ୍ରସଙ୍ଗରେ ରହିଥିବା ବିଭିନ୍ନ  ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ, ନ୍ୟାୟମୂର୍ତ୍ତି ଭି.ରାମସୁବ୍ରମଣ୍ୟନ୍; ସଦସ୍ୟ, ନ୍ୟାୟମୂର୍ତ୍ତି (ଡ.) ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ, ବିଜୟା ଭାରତୀ ସାୟାନି ଏବଂ ପ୍ରିୟଙ୍କା କାନୁନଗୋ ପ୍ରମୁଖ ରାଜ୍ୟ ଅତିଥି ଭବନରେ ମାମଲାଗୁଡ଼ିକର ଶୁଣାଣି କରିଥିଲେ। ଜାତୀୟ ମାନବାଧିକାର ଆୟୋଗର ମହାସଚିବ ଭରତ…

ଖରିଫ ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଆଗୁଆ ମହଜୁଦ ରଖିବାକୁ ସମସ୍ତ ସାର କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର: ଖରିଫ ଋତୁ ଆରମ୍ଭ ହୋଇସାରିଛି।ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ଼, ଓଡ଼ିଶା କୃଷି ଶିଳ୍ପ ନିଗମ…

ଓଡ଼ିଶାରେ ପ୍ରଥମ ଏମ୍. ଆର୍. ଓ. ସୁବିଧା ସ୍ଥାପନ ହେବ

ଭୁବନେଶ୍ୱର: ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂତନ ଗନ୍ତବ୍ୟ ନୀତି ଦ୍ୱାରା ପରିଚାଳିତ ଓଡିଶା ଏହାର ବେସାମରିକ ବିମାନ ଚଳାଚଳ ପରିଦୃଶ୍ୟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖୁଛି। ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଏହି ନୀତିର ଉଦ୍ଦେଶ୍ୟ ହେଉଛି ବିମାନ ଚଳାଚଳ ପାଇଁ ସଂରଚିତ ପ୍ରୋତ୍ସାହନ, ମାର୍ଗ ସହାୟତା ଏବଂ ସୁବିଧା ମାଧ୍ୟମରେ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବିମାନ ସଂଯୋଗକୁ ବିସ୍ତାର କରିବା। ବିମାନ ଚଳାଚଳ ଭିତ୍ତିଭୂମିକୁ ଏକ ରଣନୈତିକ ପ୍ରୋତ୍ସାହନ ସ୍ୱରୂପ, ଓଡ଼ିଶା ସରକାର ଭୁବନେଶ୍ୱରରେ…

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା : ଗ୍ରାଣ୍ଡ ଫାଇନାଲରେ ଦଶଟି ଦଳ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲ ଜୁଲାଇ ୨୦ରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ  ଅଫ ହୋଟେଲମ୍ୟାନେଜମେଣ୍ଟ (ଆଇଏଚଏମ)ରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ ୩୦ଟି ଏସଏଚଜି ଦଳ ପାରମ୍ପରିକ ଖାଦ୍ଯ ପ୍ରସ୍ତୁତି କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ହୋଟେଲ ମେ ଫେୟାରର ସେଫ ସୂରଜ କୁମାର ସାହୁ, ଆଇଏଚଏମର ବିଭାଗୀୟ ମୁଖ୍ୟ ସେଫ ସଂବିତ ସୁମନ ଏବଂ ଲାଇଫ…

ଜଳ ସମ୍ପଦ ବିଭାଗର ‘ସ୍ଵୟଂଚାଳିତ ଫାଟକ ଯୋଜନା’

ଭୁବନେଶ୍ୱର: ଆମ ରାଜ୍ୟରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜଗୁଡିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା ବାତ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣହୋଇଥାଏ। ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ। ଚଳିତ ସରକାର କ୍ଷମତାକୁ ଆସିବା ମାତ୍ରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉନ୍ନତ ବୈଜ୍ଞାନିକ…

ହୀରାକୁଦ ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ଏହାର ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ  ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ  ଧରି ଅବହେଳିତ ହୋଇ ପଡିଥିବା ହୀରାକୁଦ ସେଚାଞ୍ଚଳର କରନାଳୀଗୁଡ଼ିକର ନବୀକରଣ ସକାଶେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳରେ “ହୀରାକୁଦ ସେଚାଞ୍ଚଳ ଉନ୍ନୟନ” ନାମରେ ଏକ ନୂତନ ଯୋଜନାକୁ ନୂତନ ସରକାର  କ୍ୟାବିନେଟରେ ଅନୁମୋଦନ କରିଥିଲେ, ଯାହାକି କାର୍ୟ୍ୟକାରୀ କରାଯାଉଛି ।  ଏହା ଫଳରେ ହୀରାକୁଦ ସେଚ।ଞ୍ଚଳରେ ଥିବା ୧୫୧୦ କିମି ବିଶିଷ୍ଟ…

ୟୁ. ଏଲ୍. ବି. ଗୁଡ଼ିକରେ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ବର : ନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଶାସନକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଗୁଡ଼ିକରେ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଏକ “ଉତ୍ସର୍ଗୀକୃତ ସ୍ୱତନ୍ତ୍ର ଅଭିଯାନ” ଘୋଷଣା କରିଛି। ଆସନ୍ତା ୨୫ ତାରିଖ  ( ୨୧ ରୁ ୨୫ ଜୁଲାଇ, ୨୦୨୫ ) ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଏହି ପାଞ୍ଚ ଦିନ ମଧ୍ୟରେ  ଜନଶୁଣାଣୀ, କେନ୍ଦ୍ରୀକୃତ ଜନ ଅଭିଯୋଗ ସମାଧାନ…

‘ରାଷ୍ଟ୍ରୀୟ ପ୍ରତୀକ’ ଅଶୋକ ସ୍ତମ୍ଭ ସହ ଦେବନାଗରୀ ଲିପିରେ ‘ସତ୍ୟମେବ ଜୟତେ’ ମୂଳମନ୍ତ୍ର ଉଲ୍ଲେଖ ବାଧ୍ୟତାମୂଳକ  

ଭୁବନେଶ୍ବର: ଭାରତର ରାଷ୍ଟ୍ରୀୟ ପ୍ରତୀକ ହେଉଛି ଭାରତ ସରକାରଙ୍କ ସରକାରୀ ମୋହର। ଅଶୋକଙ୍କ ପ୍ରବର୍ତ୍ତିତ ସାରନାଥ ରାଜଧାନୀର ସିଂହ ଚିହ୍ନରୁ ଆମର ରାଷ୍ଟ୍ରୀୟ ପ୍ରତୀକ ଆନୀତ। ଏହି ପ୍ରତୀକରେ ସିଂହ ରାଜଧାନୀର ରୂପରେଖ ଅଛି ଯେଉଁଥିରେ ଶୀର୍ଷ ଫଳକ ଉପରେ ତିନିଟି ସିଂହ ଆରୋହଣ କରିଛନ୍ତି, କେନ୍ଦ୍ରରେ ଏକ ଧର୍ମଚକ୍ର, ଡାହାଣରେ ଏକ ଷଣ୍ଢ, ବାମରେ ଏକ ଦ୍ରୁତଗାମୀ ଘୋଡା ଏବଂ ଡାହାଣ ଏବଂ ବାମରେ ଧର୍ମଚକ୍ର ରହିଛି ଯାହା ସିଂହ ରାଜଧାନୀର ରୂପରେଖ ତଳେ ଦେବନାଗରୀ…