ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥା ଲାଗୁ ହେବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଉପ-ନିବନ୍ଧକ (SR) ଓ ଜିଲ୍ଲା ଉପ-ନିବନ୍ଧକ(DSR)ଙ୍କ କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ସମ୍ପର୍କରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ନିଷ୍ପତ୍ତି ନିଆଯାଇଛି…

ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଜୁନ୍‌ ୨୦ ତାରିଖରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme -ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଉକ୍ତ ପାଠ୍ୟକ୍ରମ ନିମନ୍ତେ ଆବେଦନ କରିପାରିବେ। ଜୁନ୍‌ ୨୦ ତାରିଖ ଅପରାହ୍ନ ୨ ଘଟିକାଠାରୁ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ଆବେଦନ ପ୍ରକିୟା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୦ ତାରିଖରେ ପ୍ରଥମ…

ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ମାନକ କାର୍ଯ୍ୟପ୍ରଣାଳୀ

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ମାନକ କାର୍ଯ୍ୟପ୍ରଣାଳୀ (Standard Operating Procedure – SOP) ଜାରି କରିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ, ୨୦୨୩, ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ, ୨୦୧୬ ଏବଂ ପଞ୍ଜୀକରଣ ଆଇନ,…

ନାଇଜେରିଆର ଲାଗୋସ ରାଜ୍ୟକୁ ମାର୍ଗଦର୍ଶନ ଦେବ ଓ ଡବ୍ଲ୍ୟୁ ଏସ୍ ଏସ୍ ବି

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ପରିମଳ କ୍ଷେତ୍ର ପାଇଁ ଏକ ଗୌରବମୟ ସଫଳତା ଏବଂ ‘ସାଉଥ୍-ସାଉଥ୍ କୋଅପରେସନ୍’ (ଦକ୍ଷିଣ-ଦକ୍ଷିଣ ସହଯୋଗ) କ୍ଷେତ୍ରରେ ଏକ ଗର୍ବର ମୁହୂର୍ତ୍ତ ସ୍ୱରୂପ, ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ  ଜାତିସଂଘ-ହାବିଟାଟ୍ ଦ୍ୱାରା ସମର୍ଥିତ ଏକ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅଧୀନରେ ନାଇଜେରିଆର ‘ଲାଗୋସ ଷ୍ଟେଟ୍ ୱେଷ୍ଟୱାଟର ମ୍ୟାନେଜମେଣ୍ଟ ଅଫିସ’ (LSWMO) କୁ ମାର୍ଗଦର୍ଶନ (ମେଣ୍ଟରସିପ୍) ପ୍ରଦାନ କରିବା ପାଇଁ ମନୋନୀତ ହୋଇଛି। ‘ଗ୍ଲୋବାଲ ୱାଟର ଅପରେଟର୍ସ ପାର୍ଟନରସିପ୍ ଆଲାଇନ୍ସ’ (GWOPA) ମାଧ୍ୟମରେ…

‘ନିଟ-ୟୁଜି ୨୦୨୬ ପରୀକ୍ଷାରେ ଅସାଧୁ କାର୍ଯ୍ୟକଳାପ କିମ୍ବା ସୁରକ୍ଷା ତ୍ରୁଟିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ’

ଭୁବନେଶ୍ୱର: ଆସନ୍ତା ଜୁନ ୨୧ ତାରିଖରେ  ନିଟ୍ ୟୁଜି – ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ  କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପରୀକ୍ଷାକୁ  ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ଭାବରେ ପରିଚାଳନା  କରିବା ପାଇଁ ଡିଜିପି ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୩୨ଟି ପରୀକ୍ଷା…

କିଶୋର କିଶୋରୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଦିନ ‘ଅଦ୍ୱିକା ବାର୍ତ୍ତା’ ମାଧ୍ୟମରେ ରାଜ୍ୟର କିଶୋର-କିଶୋରୀମାନଙ୍କ ସହ ଏକ ଅଭିନବ ରାଜ୍ୟସ୍ତରୀୟ ଆଲୋଚନାରେ ସାମିଲ ହୋଇଛନ୍ତି। ଶାସନ ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ସଦୃଢ଼ କରିବା ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (OSCPCR) ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ “ଏ ଡେ ଫର ଚିଲଡ୍ରେନ୍” (A Day for Children) କାର୍ଯ୍ୟକ୍ରମର…

‘ସୁଭଦ୍ରା ଶକ୍ତି ସମାବେଶ’ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ

ଭୁବନେଶ୍ୱର: ରଜ ପର୍ବର ଶେଷ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା ‘ସୁଭଦ୍ରା ଶକ୍ତି ସମାବେଶ’କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ। ଆସନ୍ତା ୨୧ ଜୁନ୍‌ରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ଶକ୍ତି ସମାବେଶ’ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ…

ତ୍ୱରାନ୍ୱିତ ହେଉଛି ପରିଗଣନା ଡିଜିଟାଇଜେସନ୍

ଭୁବନେଶ୍ୱର:  ରାଜ୍ୟରେ ଭୋଟର ତାଲିକାର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କାର୍ଯ୍ୟକ୍ରମ ତ୍ୱରିତ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ୯୮.୬୫ ପ୍ରତିଶତ ରେ ପହଞ୍ଚିଛି। ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବାବେଳେ ବର୍ତ୍ତମାନ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି। ବୁଥ୍ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ସଂଗ୍ରହ କରିବା ପରେ ସେଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ଡିଜିଟାଇଜ୍ କରୁଛନ୍ତି। ତେଣୁ ଯେଉଁ ଭୋଟରମାନେ ଏପର୍ଯ୍ୟନ୍ତ ନିଜର ପରିଗଣନା…

“ଲୋକଙ୍କ ସରକାର, ଲୋକଙ୍କ ସାଥେ  ରାଜସ୍ୱ ସେବା, ଏବେ ସବୁରି ହାତେ”

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଏବଂ ଭିଡ଼ିଓର ଉନ୍ମୋଚନ ତଥା ଲୋକାର୍ପଣ ହୋଇଯାଇଛି l ଏହି ଅବସରରେ ପୁସ୍ତିକା ଉନ୍ମୋଚନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ତହସିଲରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ବିଭାଗର ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ନିରବଚ୍ଛିନ୍ନ ପ୍ରୟାସକୁ ସାଧୁବାଦ ଜଣାଇବା ସହ ବିଗତ ଦୁଇ…

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ତ୍ୱାରୋପ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ୱମପାଟି ଶନିବାର ପୁରୀ ରେଳ ଷ୍ଟେସନ ବିକାଶ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ ଏବଂ ଷ୍ଟେସନକୁ ଏକ ଆଧୁନିକ, ଯାତ୍ରୀ-ଅନୁକୂଳ ପରିବହନ ହବ୍ ରେ ପରିଣତ କରିବା ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରାଜ୍ୟପାଳ ପ୍ରାୟ ପୂର୍ବାହ୍ନ 11:00ଙ୍ଘଟିକା ସମୟରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ।  ସେଠାରେ ରାଜ୍ୟପାଳଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ପୁରୀ ଜିଲାପାଳ ଏବ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ…