ସେଣ୍ଟ ଜନ୍ ଆମ୍ବୁଲାନ୍ସର ସ୍ୱେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ ମଡ୍ୟୁଲ୍କୁ ଅଧିକ ସୁଦୃଢ଼ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର: ସେଣ୍ଟ ଜନ୍ ଆମ୍ବୁଲାନ୍ସର ସ୍ୱେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ ମଡ୍ୟୁଲ୍କୁ ଅଧିକ ସୁଦୃଢ଼ କରିବା ସହ ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରି ସେବାର ମାନ ବୃଦ୍ଧି କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ସୋମବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଓଡ଼ିଶା ରାଜ୍ୟ ସେଣ୍ଟରର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି। ଆମ୍ବୁଲାନ୍ସଗୁଡ଼ିକୁ ଆଧୁନିକ…


