ସୁଶାସନ ସଂପର୍କିତ ଜାତୀୟ ସମ୍ମିଳନୀରେ ଅଭିନବ ଓ ଶ୍ରେଷ୍ଠ ଅଭ୍ୟାସ ଅନୁକରଣ କରିବାକୁ ପରାମର୍ଶ

ଭୁବନେଶ୍ୱର: ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଆୟୋଜିତ ସୁଶାସନ ଅଭ୍ୟାସ ସଂପର୍କିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଅଧିବେଶନରେ ଓଡ଼ିଶା ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଯୋଗଦେଇ କହିଥିଲେ…

କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବିଷୟରେ ଆଲୋଚନା

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ ବୃହତ୍‌ କନ୍‌ଭେନସନ ସେଣ୍ଟର ସ୍ଥାପନ, ରାଣୀହାଟ ଅଂଚଳର ଉନ୍ନତିକରଣ, ପ୍ରେସ ଛକ ଅଂଚଳରେ ଏକ ପାର୍କ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସତ୍ୟଭାମାପୁରର ସମନ୍ୱିତ ବିକାଶ,…

ଶକ୍ତି ପରିବର୍ତ୍ତନ ନୀତି କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ଭୁବନେଶ୍ୱରର ମେଫେୟାରରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଏକାଠି ହୋଇଥିଲେ। ଏହି କର୍ମଶାଳା ଏକ ସ୍ଥାୟୀ, କମ୍ କାର୍ବନ ଭବିଷ୍ୟତ ପ୍ରତି ଓଡ଼ିଶାର ପ୍ରତିବଦ୍ଧକୁ ସୁନିଶ୍ଚିତ କରିଛି। ଏହି କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ। ବିଶାଳ…

“ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା”ଉପରେ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ଭବନରେ “ବିକଶିତ  ଭାରତ ପାଇଁ ବିକଶିତ  ଓଡ଼ିଶା”ବିଷୟବସ୍ତୁ ଉପରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଉଷା ପାଢୀ, ଅଧ୍ୟକ୍ଷତା କରିଥିଲେ ଏବଂ ଭିଜନ ଡକ୍ୟୁମେଣ୍ଟର ରଣନୈତିକ ଜ୍ଞାନ ଅଂଶୀଦାର ମ୍ୟାକକିନସେ ଆଣ୍ଡ କମ୍ପାନୀର ବିଶେଷଜ୍ଞମାନେ ସହଯୋଗ କରିଥିଲେ। ଏହି କର୍ମଶାଳାର ଲକ୍ଷ୍ୟ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନୂଆ ଢାଞ୍ଚା ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଲୋକସେବା ଭବନ କନଫରେନ୍ସ ହଲରେ  ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା ଯାହାର ଚେୟାରମ୍ୟାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କଣ ରହିବ…

ଓଡ଼ିଶାରେ ଆସାମ ବିଧାନସଭାର ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟି

ଭୁବନେଶ୍ୱର: ଆସାମ ବିଧାନସଭା ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟିର ସଦସ୍ୟମାନେ ଓଡ଼ିଶା ଗସ୍ତରେ ଆସି ବାଚସ୍ପତି ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ରାମେନ୍ଦ୍ର ନାରାୟଣ କାଲିଟାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବା ସହ ରାଜ୍ୟ ବିଧାନସଭାର ପବ୍ଲିକ୍‌ ଅଣ୍ଡରଟେକିଙ୍ଗ୍‌ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଏବଂ ସଦସ୍ୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ପଦ୍ମଚରଣ ହାଇବୁରୁ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଅଖିଳ ଚନ୍ଦ୍ର ନାଏକ,…

ଦୁର୍ଘଟଣା ତଦନ୍ତକାରୀଙ୍କ ପାଇଁ ଏକ ଦିବସୀୟ ଦକ୍ଷତା ବିକାଶ ତାଲିମ

ଭୁବନେଶ୍ବର: ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି ଓଡ଼ିଶା ସରକାର। ବାଣିଜ୍ୟ ଓ ପରିବହନ ବିଭାଗ, ଓଡ଼ିଶା ସରକାର ଆଇଆଇଟି ମାଡ୍ରାସର ଆରବିଜି ଲ୍ୟାବ୍ସର ମିଳିତ ଆନୁକୂଲ୍ୟରେ ଦୁର୍ଘଟଣା ତଦନ୍ତକାରୀଙ୍କ ପାଇଁ ଏକଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ବିଏମସି ଅଫିସର ଦ୍ବିତୀୟ ମହଲାରେ ଆୟୋଜିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ରୁଟ୍ କଜ୍ ଆନାଲିସିସ୍ ମ୍ୟାଟ୍ରିକ୍ସ (ଆରସିଏଏମ୍) ଉପରେ କେନ୍ଦ୍ରିତ ଥିଲା। ଅର୍ଥାତ ଏହା ବୈଜ୍ଞାନିକ ପଦ୍ଧତିରେ ପ୍ରମାଣ…

ବିଧାନସଭାରେ କମିଟି ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଲେ ଓଡ଼ିଶା ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଦୁଇଦିନିଆ ଭୋପାଳ ଗସ୍ତରେ ଯାଇ ସେଠାରେ ‘ବିଧାନସଭାରେ କମିଟି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଏହାକୁ କିପରି ଅଧିକ ପ୍ରଭାବୀ କରାଯାଇପାରିବ’ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାଚସ୍ପତି ସମ୍ମିଳନୀରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ସିକିମ୍‌, ହିମାଚଳ ପ୍ରଦେଶ ସମେତ ଓଡ଼ିଶା ଭଳି ସାତଟି ରାଜ୍ୟର ବାଚସ୍ପତି ଯୋଗଦେଇଛନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବିଧାନସଭାଠାରେ ଆୟୋଜିତ…

ଅଗଷ୍ଟ ୧୦ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ।…

ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ୨୦୨୫ ପାଳିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଗୀତଗୋବିନ୍ଦ ସଦନର ସଭାଗୃହଠାରେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ -୨୦୨୫ରେ ଯୋଗଦେଇ ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ପରିବାର କଲ୍ୟାଣ, ମାନବାଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି। ପରିବାର ଯୋଜନା, ଲିଙ୍ଗଗତ ସମାନତା, ମାତୃତ୍ବ, ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା…