ଅନଲାଇନରେ ରହିବ ନୋଟାରୀ ଓ ଆଇନଜୀବୀଙ୍କ ସମ୍ପୂର୍ଣ୍ଣ ଡାଟାବେସ
ଭୁବନେଶ୍ୱର: ରାଜ୍ୟରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିI ଏହି କ୍ରମରେ ନୂତନ ନୋଟାରୀ ନିଯୁକ୍ତି ଏବଂ ଅନଲାଇନ ଯୋଗେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ ପ୍ରସ୍ତୁତ ନେଇ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିI ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୋଟାରୀ ଓ ଆଇନଜୀବୀଙ୍କ ଲାଗି ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ…


