“ସୁରକ୍ଷା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା” ସମ୍ବନ୍ଧିତ ବୈଷୟିକ ପ୍ରଶିକ୍ଷଣ

ଭୁବନେଶ୍ଵର: ରାଜ୍ୟରେ କାରଖାନାମାନଙ୍କର ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସୁଥୁବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟରେ ତାଲିମ କାର୍ଯ୍ୟକ୍ରମମାନ ସଂଗଠିତ ହେଉଛି, ଯାହା ଦୁର୍ଘଟନା ପ୍ରତିରୋଧକୁ ସୁଦୃଢ଼ କରୁଛି। ଏହି କ୍ରମରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ଆନୁକୂଲ୍ୟରେ ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ନିରାପତ୍ତା ଅଧିକାରୀଙ୍କ ଦୁର୍ଘଟନା ପ୍ରତିରୋଧରେ ମୁଖ୍ୟ ଭୂମିକା”…

 ‘ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା’ ବିଷୟବସ୍ତୁ ଉପରେ ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ୨୦୨୫ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ ୨୦୨୫ ଡିସେମ୍ବର ୫, ୨୦୨୫ ରେ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଶ୍ବ ମୃତ୍ତିକା ଦିବସର ବିଶ୍ବସ୍ତରୀୟ ପାଳନକୁ ଚିହ୍ନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ବର୍ଷର ବିଷୟବସ୍ତୁ ଥିଲା “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା”। ମୃତ୍ତିକା ସ୍ବାସ୍ଥ୍ୟ କିପରି ସ‌ହରାଞ୍ଚଳରେ ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ପରିଷ୍କାର ବାୟୁ, ବିଶୁଦ୍ଧ ଜଳ ଏବଂ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ…

ଔଷଧୀୟ ଉଦ୍ଭିଦ ଉପରେ ଅନଲାଇନ୍ କୁଇଜ୍

ଭୁବନେଶ୍ୱର : ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡିଶା ଦ୍ୱାରା ଆସନ୍ତା ୧୦ରୁ ୧୬ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ–୩, ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆୟୋଜିତ ହେବାକୁ ଯାଉଛି। ସମଗ୍ର ରାଜ୍ୟରୁ ବନ ସୁରକ୍ଷା ସମିତି (VSS) ସଦସ୍ୟ, ବୈଦ୍ୟ, ଔଷଧୀୟ ଉଦ୍ଭିଦ ଚାଷୀ, ପ୍ରାଥମିକ ସଂଗ୍ରାହକ, ଗବେଷକ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ମେଳାରେ ଭାଗନେବେ। ଏହାକୁ ଦୃଷ୍ଟିରେ ରଖି ଏବଂ ଔଷଧୀୟ ଉଦ୍ଭିଦ ସମ୍ପର୍କରେ ସଚେତନତା ବୃଦ୍ଧି…

ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ଵରାନ୍ଵିତ କରାଯାଉଛି

ଭୁବନେଶ୍ୱର : ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ  ନିରନ୍ତର ଉଦ୍ୟମ କରିବା ସହିତ  ଚଢାଉ ଅଭିଯାନ ଜାରି ରଖିଛି।  ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ  ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷ ସମୂଳେ ଧ୍ଵଂସ କରିବାରେ ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପୀଢିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା…

୪ ଜଣ ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି  ଇତିହାସ ସୃଷ୍ଟି କରିଛି। ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ- ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା  ପ୍ରତିନିଧିତ୍ବ କରିଥିଲେ। ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ…

ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ ସହରାଞ୍ଚଳର ପ୍ରମୁଖ  ପଦକ୍ଷେପ ପରିଦର୍ଶନ କଲେ

ଭୁବନେଶ୍ବର : ବିଶ୍ୱବ୍ୟାଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଅଧୀନରେ ଓଡ଼ିଶାର ପ୍ରମୁଖ ସହରାଞ୍ଚଳ ବିକାଶ ପଦକ୍ଷେପକୁ ଅନୁଧ୍ୟାନ କରିଛନ୍ତି। କ୍ଷେତ୍ରକୁ ଯାଇ ପରିଦର୍ଶନ ପୂର୍ବରୁ ଖାରବେଳ ଭାବନରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସ୍ୱାଗତ କରାଯାଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଓଡ଼ିଶାର ସହରୀକରଣ ଓ ବିକାଶ ରୋଡମ୍ୟାପ୍ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ, ଯେଉଁଥିରେ…

ସଶକ୍ତ ମତ୍ସ୍ୟଜୀବୀ, ବିକଶିତ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ଵର : ମତ୍ସ୍ୟଚାଷ କ୍ଷେତ୍ରରେ ଆମ ପାଖରେ ବିପୁଳ ସମ୍ଭାବନା ରହିଛି। ଓଡ଼ିଶାରେ ୫୭୪.୭ କିମି ସୁଦୀର୍ଘ ଉପକୂଳ, ୪.୧୮ ଲକ୍ଷ ହେକ୍ଟର ଖାରିଜଳକ୍ଷେତ୍ର, ୭.୧୨ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର (ନଦୀ, ଜଳଭଣ୍ଡାର ଓ ପୋଖରୀ ଇତ୍ୟାଦି) ମତ୍ସ୍ୟ ସମ୍ପଦ ପାଇଁ ଅମୂଲ୍ୟ ବରଦାନ। ଏହାର ସଦୁପଯୋଗ କରି ଆଗକୁ ବଢିବା ପାଇଁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆହ୍ଵାନ ଦେଇଥିଲେ। ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ…

ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ପାଳନ

ଭୁବନେଶ୍ୱର : ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫  ପରିବାର କଲ୍ଯାଣ ନିର୍ଦେଶାଳୟ ତରଫରୁ ଗୀତଗୋବିନ୍ଦ ସଦନରେ ପାଳନ ହୋଇଛି| ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ| ମନ୍ତ୍ରୀ ଡକ୍ତର ମହାଲିଙ୍ଗ କହିଲେ ଯେ , “ପୁରୁଷ ବନ୍ଧ୍ୟାକରଣରେ କୌଣସି ପୁରୁଷର ପୁରୁଷତ୍ତ୍ଵ ନଷ୍ଟ ହୁଏ ନାହିଁ| ଲୋକଙ୍କୁ ସଚେତନ କରି ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ଆଶା ଦିଦି ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ…

ରାଉଲକେଲା ସହରାଞ୍ଚଳ ରୂପାନ୍ତରଣ ସହିତ ବାସିନ୍ଦାଙ୍କ ଜୀବନଧାରଣର ଗୁଣବତ୍ତାରେ ଉନ୍ନତି ଆଣିବା  ଉପରେ ଗୁରୁତ୍ଵ

ଭୁବନେଶ୍ବର : ରାଉଲକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ ତମ ବୋର୍ଡ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ସୁନ୍ଦରଗଡ ଜିଲାପାଳ ଡା ଶୁଭଙ୍କର ମହାପାତ୍ର , ରାଉଲକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ  ଧୀନା ଦସ୍ତାଗୀର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତିର ସମୀକ୍ଷା…

ପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ସମୁଚିତ ପଦକ୍ଷେପ ନିଆଯିବ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା  ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ମିଶନର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ପୁଷ୍ଟି ମିଶନ ଅଧୀନରେ ସୁପୋଷିତ ଓଡ଼ିଶା ମିଶନ ରାଜ୍ୟରେ ଶିଶୁମାନଙ୍କୁ କୁପୋଷଣରୁ ରୋକିବା ସହିତ ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ…