ଓଡ଼ିଶାରେ ଅରଫାନ ସର୍ଭେ ଆରମ୍ଭ

ଭୁବନେଶ୍ୱର: ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅରଫାନ ସର୍ଭେ – ୨୦୨୫।  ଜୁଲାଇ ୧୧ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଜୁଲାଇ ମାସ  ୨୧ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ପିତୃମାତୃହୀନ ଶିଶୁଙ୍କର ଚିହ୍ନଟ ସହିତ ନିର୍ଦ୍ଦିଷ୍ଟ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଶିଶୁ, ପିତାଙ୍କୁ ହରାଇ ମାତାଙ୍କ ସହିତ କିମ୍ବା ମାତାଙ୍କୁ ହରାଇ…

ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ୨୦୨୫ ପାଳିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଗୀତଗୋବିନ୍ଦ ସଦନର ସଭାଗୃହଠାରେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ -୨୦୨୫ରେ ଯୋଗଦେଇ ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ପରିବାର କଲ୍ୟାଣ, ମାନବାଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି। ପରିବାର ଯୋଜନା, ଲିଙ୍ଗଗତ ସମାନତା, ମାତୃତ୍ବ, ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା…

୩୫ ତମ ଡ୍ୟାସବୋର୍ଡ ସମୀକ୍ଷା

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୩୫ତମ ଡ୍ୟାସବୋର୍ଡ ସମୀକ୍ଷା ବୈଠକ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନାଗରିକ-କୈନ୍ଦ୍ରିକ ଶାସନ ଉପରେ  ଗୁରୁତ୍ୱ ସହିତ ମୁଖ୍ୟ ସହରାଞ୍ଚଳ ବିକାଶ ପଦକ୍ଷେପଗୁଡ଼ିକରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ସେହିପରି ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର  ଯାହାକୁ ଅଭିଯୋଗ ସମାଧାନ, ବାସ୍ତବ-ସମୟ ସହରାଞ୍ଚଳ ତଦାରଖ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସୁଗମ ସମନ୍ୱୟ ପାଇଁ ସ୍ନାୟୁ କେନ୍ଦ୍ର…

ଡିଏମଏଫ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ତରଫରୁ ନୂଆଦିଲ୍ଲୀଠାରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଓ୍ୱାଇ) କାର୍ଯ୍ୟକାରୀ କରି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍ )ର ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା। ୨୫ ଏପ୍ରିଲ୍ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ ଓଡ଼ିଶା ୩୧ ,୩୨୪ କୋଟି…

ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ରିଅଲ ଟାଇମ ମନିଟରିଂ ପାଇଁ ସୁଦୃଢ  ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବସ୍ଥା

ଭୁବନେଶ୍ୱର : ଓଡ଼ିଶାରେ ମେଗା ପାଇପ ଜଳ ଯୋଗାଣ (ପିଡବ୍ୟୁଏସ୍) ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ସେସବୁର ପରିଚାଳନା ଓ ରକ୍ଷଣାବେକ୍ଷଣ ପରିପ୍ରେକ୍ଷୀରେ  ସଂପୃକ୍ତ ବିଭିନ୍ନ ବିଭାଗର ସମନ୍ୱୟକୁ ଅଧିକ ସୁଦୃଢ଼  କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପଞ୍ଚାୟତିରାଜ…

ସଙ୍ଗାରେଡ୍ଡୀ ଦୁର୍ଘଟଣା: ଘଟଣାସ୍ଥଳରେ ୨ଜଣ ଓଡ଼ିଆ ଅଧିକାରୀ

ଭୁବନେଶ୍ୱର: ଜୁଲାଇ ୧ ତାରିଖରେ ତେଲେଙ୍ଗାନା ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲା ସ୍ଥିତ ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଏଯାବତ୍‌ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ ରହିଥିବାର ସୂଚନା ମିଳିଛି। ଏଥିସହ ୪ଜଣ ଓଡ଼ିଆ ବ୍ୟକ୍ତି ଆହତ ହୋଇ ନିକଟତମ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ…

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦିନକରେ ମିଳିଲା ଦିବ୍ୟଙ୍ଗ ପ୍ରମାଣପତ୍ର

ଭୁବନେଶ୍ଵର: ରାଜ୍ୟ ସରକାର ଦିବ୍ୟଙ୍ଗଙ୍କ ହିତପ୍ରତି ପ୍ରାଧାନ୍ୟ ଦେଇ ସଦା ସର୍ବଦା ସମର୍ପିତ ରହି କାର୍ଯ୍ୟ କରୁଛନ୍ତି l ସେହି କ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ଦିବ୍ୟଙ୍ଗ ହିତାଧିକାରୀଙ୍କୁ ତାଙ୍କ ଦିବ୍ୟଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇ ପାରିଛି l   ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାର ପ୍ରଫୁଲ୍ଲ ଦାସ ଯିଏକି ଦୃଷ୍ଟିବାଧିତ ଅଟନ୍ତି ତାଙ୍କର ଦିବ୍ୟଙ୍ଗ ପ୍ରମାଣପତ୍ର ନଥିଲା l ସେଥିପାଇଁ ସେ ପ୍ରମାଣପତ୍ର ପାଇବା ନେଇ…

ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀମାନଙ୍କ ପାଇଁ କର୍ମଶାଳା

ଭୁବନେଶ୍ବର: ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଅବସ୍ଥାପିତ ବାଷ୍ପୀତ୍ର ପ୍ଳାଣ୍ଟ ଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଚାଳନ ପଦ୍ଧତିକୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ କାରଖାନା ମାନଙ୍କରେ କାର୍ୟ୍ୟରତ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀମାନଙ୍କ ପାଇଁ ଏକ କର୍ମଶାଳା ଭୁବନେଶ୍ବରର ରାଜ୍ୟ ଶ୍ରମ ସଂସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ କର୍ମଶାଳାକୁ ମୁଖ୍ୟ ଅତିଥି ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ …

ବର୍ଷା ପାଇଁ  ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) କୁ ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛି।  ଗୃହ ଓ ନଗର ଉନ୍ନୟନ ବିଭାଗ  ପ୍ରମୁଖ ସଚିବ ଉଷା ପାଢ଼ୀ ୟୁଏଲବି ଗୁଡ଼ିକୁ ସମ୍ଭାବ୍ୟ ଜଳାବଦ୍ଧ ଅଞ୍ଚଳରେ ଜଳ ନିଷ୍କାସନ ନିମନ୍ତେ ପଣି ପମ୍ପକୁ ଆଗୁଆ ରଖିବା ସହ…

କଳିଙ୍ଗ ଷ୍ଟାଡିୟମ୍‌ରୁ ବେଆଇନ ମାଦକ କାରବାର ବିରୋଧରେ ୱାକାଥନ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ କାରବାର ବିରୋଧରେ ପ୍ରଥମ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମର ଶେଷଦିନରେ ଏକ ଗ୍ରାଣ୍ଡ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନ ବେଆଇନ ମାଦକ ଦ୍ରବ୍ୟର ବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବା ନେଇ ଆୟୋଜିତ ଏହି ୱାକାଥନ ଆଜି ସକାଳ ୬.୩୦ରୁ କଳିଙ୍ଗ ଷ୍ଟାଡିଅମର ଗେଟ୍‌ ନମ୍ବର ୪ରୁ ଆରମ୍ଭ ହୋଇ ଜନତା ମୈଦାନ ପର୍ଯ୍ୟନ୍ତ ଯାଇଥିଲା । ଏହି ୱାକାଥନକୁ ଆଇନ, ପୂର୍ତ୍ତ…