‘ଶିଶୁମାନଙ୍କ ଅଧିକାରର ସୁରକ୍ଷା ସମଗ୍ର ସମାଜର ସାମୂହିକ ଦାୟିତ୍ୱ’

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁ ମଙ୍ଗଳ ସମିତି (ଚାଇଲ୍ଡ ୱେଲଫେୟାର କମିଟି)ର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପାଇଁ ଆୟୋଜିତ ପାଞ୍ଚଦିନିଆ କାର୍ଯ୍ୟକ୍ରମର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ଶିଶୁମାନେ ଦେଶର ଅମୂଲ୍ୟ ସମ୍ପଦ ଏବଂ ସେମାନଙ୍କର ଅଧିକାରର ସୁରକ୍ଷା କେବଳ ସରକାରଙ୍କର ନୁହେଁ, ବରଂ ସମଗ୍ର ସମାଜର ସାମୂହିକ ଦାୟିତ୍ୱ। ସେ କହିଥିଲେ ଯେ…

କେନ୍ଦ୍ରୀୟ ସଚିବଙ୍କ ଓଡ଼ିଶା ଗସ୍ତ; ଜଳ ଜୀବନ ମିଶନରେ ରାଜ୍ୟର ଅଗ୍ରଗତିର ପ୍ରଶଂସା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଅଶୋକ କେ. କେ. ମୀନା ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଶ୍ରୀ ମୀନା ଜଳ ଜୀବନ ମିଶନରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତିର ପ୍ରଶଂସା କରିଥିଲେ। ଜାତୀୟ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଓ ପ୍ରାଥମିକତା ଅନୁରୂପ ରାଜ୍ୟ ସରକାର…

ନାଗରିକମାନଙ୍କ ସହ ସମ୍ପର୍କକୁ ଅଧିକ ଦୃଢ଼ କରାଯିବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ଶାସନ କାଳ ପୂର୍ତ୍ତି ଉପଲକ୍ଷେ ଜୁନ୍ ୨୪, ୨୦୨୬ରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ରାଜ୍ୟବ୍ୟାପୀ ‘ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ’ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ସହ ସମ୍ପର୍କକୁ ଅଧିକ ଦୃଢ଼ କରିବା, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାଗୁଡ଼ିକୁ ପ୍ରଦର୍ଶିତ କରିବା ଏବଂ ଓଡ଼ିଶାର ସହରାଞ୍ଚଳର ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ…

ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର – ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ…

କିଶୋର କିଶୋରୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଦିନ ‘ଅଦ୍ୱିକା ବାର୍ତ୍ତା’ ମାଧ୍ୟମରେ ରାଜ୍ୟର କିଶୋର-କିଶୋରୀମାନଙ୍କ ସହ ଏକ ଅଭିନବ ରାଜ୍ୟସ୍ତରୀୟ ଆଲୋଚନାରେ ସାମିଲ ହୋଇଛନ୍ତି। ଶାସନ ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ସଦୃଢ଼ କରିବା ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (OSCPCR) ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ “ଏ ଡେ ଫର ଚିଲଡ୍ରେନ୍” (A Day for Children) କାର୍ଯ୍ୟକ୍ରମର…

ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ବିନାମୂଲ୍ୟରେ ଆଉ ୫ କିଲୋଗ୍ରାମ ଚାଉଳ

ଭୁବନେଶ୍ୱର: ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ, କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ, କୌଣସି ବୟୋଜ୍ୟଷ୍ଠ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ, ଏହି ମହାନ୍ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କହିଛନ୍ତି। ଭୁବନେଶ୍ୱର ୟୁନିଟ୍-୩, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି…

ରଜ ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ସ୍ୱତନ୍ତ୍ର ରିହାତି

ଭୁବନେଶ୍ୱର: ରଜ ପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ମହିଳା ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ପିଠା on Wheels’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୁଭଦ୍ରା ଶକ୍ତି ବଜାର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରଜ ଉପଲକ୍ଷେ ୬ଟି ସ୍ଵତନ୍ତ୍ର ଗାଡ଼ି – ‘ପିଠା on Wheels’ର ଶୁଭାରମ୍ଭ କରିଥିଲେ। ରଜ ପର୍ବ ଉପଲକ୍ଷେ ଏହି ଗାଡ଼ି ଗୁଡ଼ିକ…

ବ୍ୟାପକ ଅବକାରୀ ଚଢ଼ାଉ ସହ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ ଫଳରେ ବିଗତ ଦୁଇ ବର୍ଷ ମଧ୍ୟରେ ରେକର୍ଡ ପରିମାଣରେ ବେଆଇନ ନିଶାଦ୍ରବ୍ୟ ଓ ମାଦକ ସାମଗ୍ରୀ ଜବତ ହେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଥିସହିତ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଯୁବପିଢ଼ିଙ୍କୁ ବେଆଇନ ମାଦକ ଦ୍ରବ୍ୟ ତଥା ନିଷିଦ୍ଧ ନିଶା ସେବନଠାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି, ଯାହା ବିଭାଗ ପାଇଁ ଏକ ବଡ଼ ଉପଲବ୍ଧି। ତେବେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ନିୟମିତ ଚଢ଼ାଉ…

ସମନ୍ୱିତ କୃଷି, ଡାଲି ଏବଂ ତୈଳବୀଜ ଏବଂ ସ୍ଥାୟୀ କୃଷି ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ପୂର୍ବ ଭାରତର କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି,…

ଭୁବନେଶ୍ୱରରେ ଇ.ଏସ.ଆଇ ମେଡିକାଲ କଲେଜ ପ୍ରତିଷ୍ଠା ହେବ

ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ଧାରୁଆଠାରେ ଇ.ଏସ.ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୮.୦୫.୨୦୨୬ ରିଖରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ବୃହତ ପ୍ରକଳ୍ପର ସ୍ଥାୟୀ ଭିତ୍ତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବାବେଳେ, ମେଡିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଇ.ଏସ୍.ଆଇ…