ପ୍ରାୟ ୧୦୦ କୋଟିରେ ୭୬ ଟି ପ୍ରାଣୀ ଚିକିତ୍ସାଳୟ, ୪ଟି ପ୍ରାଣୀ ସହାୟତା କେନ୍ଦ୍ର ଉଦ୍ଘାଟିତ

ଭୁବନେଶ୍ୱର: ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ପ୍ରାଣିସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଆଜି ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାରେ ନିର୍ମିତ ୭୬ ଟି ପ୍ରାଣିଚିକିତ୍ସାଳୟ ଓ ୪ ଟି ପ୍ରାଣୀ ସହାୟତା କେନ୍ଦ୍ରର ନୂତନ ଗୃହ…

ମୂଲ୍ୟ ସହାୟକ ଯୋଜନା ମାଧ୍ୟମରେ ଡାଲି ଓ ତୈଳବୀଜର କ୍ରୟ

ଭୁବନେଶ୍ୱର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମଧ୍ୟରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭାରତ ସରକାର ରବି ୨୦୨୫-୨୬ ପାଇଁ ମୂଲ୍ୟ ସହାୟକ ଯୋଜନା ଅଧୀନରେ ଡାଲି ଏବଂ ତୈଳବୀଜ କ୍ରୟକୁ ଅନୁମୋଦନ କରିଛନ୍ତି। ଅନୁମୋଦନ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁଷ୍ଠାନିକ…

ଲୋକଭବନରେ ଚାରା ରୋପଣ କଲେ ରାଜ୍ୟପାଳ

ଭୁବନେଶ୍ୱର: ପୃଥିବୀ ଦିବସ ପାଳନ ଅବସରରେ ଲୋକଭବନରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଚାରା ରୋପଣ କରିଛନ୍ତିI  ପରିବେଶ ସଂରକ୍ଷଣ ଏବଂ ଏ ଦିଗରେ ସ୍ଥାୟୀ ଅଭ୍ୟାସ ଉପରେ ଧ୍ୟାନ ଦେଇ ପୃଥିବୀ ଦିବସ ପାଳନ କରାଯାଇଛି I ଏହି ଅବସରରେ ରାଜ୍ୟପାଳ ବାର୍ତ୍ତା ଦେଇ କହିଛନ୍ତି ଯେ ଏପରି ଅର୍ଥପୂର୍ଣ୍ଣ କାର୍ଯ୍ୟ ପ୍ରକୃତିର ପୋଷଣ ଏବଂ ସୁରକ୍ଷା ପାଇଁ ସମ୍ମିଳିତ ଦାୟିତ୍ୱକୁ ପ୍ରତିଫଳିତ କରେ। ପ୍ରତ୍ୟେକ ଚାରା ଏକ ସବୁଜ ଏବଂ ସୁସ୍ଥ ଭବିଷ୍ୟତର…

ଝାରସୁଗୁଡ଼ା ଓ ଛତିଶଗଡସ୍ଥିତ ରାୟଗଡ଼ ଜିଲ୍ଲାରେ ‘ହିଟ୍ ୱେଭ୍’ ମୁକାବିଲା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ

ଝାରସୁଗୁଡ଼ା: ଗ୍ରୀଷ୍ମପ୍ରବାହ ସମୟରେ ଜନସାଧାରଣ ବିଶେଷ କରି ଜାତୀୟ ରାଜପଥ-୪୯ ଦେଇ ଯାତାୟତ କରୁଥିବା ଟ୍ରକ୍ ଚାଳକ ଏବଂ ହେଲପରମାନଙ୍କ ସୁରକ୍ଷା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ଜାତୀୟ ରାଜପଥ -୪୯ ଏକ ଅତ୍ୟନ୍ତ ସମ୍ବେଦନଶୀଳ…

ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ଵର : ରାଇରଙ୍ଗପୁର, ମୟୂରଭଞ୍ଜ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଏମ୍ସ ଭୁବନେଶ୍ୱର ସହାୟତରେ ବିଭିନ୍ନ ପ୍ରକାରର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତରେ ରାଜ୍ୟ ଲୋକସେବା ଭବନ ସଭା ଗୃହରେ ଭୁବନେଶ୍ଵର ଏମ୍ସ ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଡଃ…

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡ଼ିଶା ସରକାର ଏବଂ ଜିପାଇଗୋ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:  ଓଡ଼ିଶାରେ ନର୍ସିଂ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଅଣସଂକ୍ରାମକ ରୋଗ ଚିକିତ୍ସା, ପୁଷ୍ଟିସାଧନ ଏବଂ ଜରୁରୀକାଳୀନ ପ୍ରସୂତୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହଲିଙ୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଏବଂ ଜିପାଇଗୋ(ଜନ୍ ହପ୍ କିନ୍ସ ଆନ୍ତର୍ଜାତୀୟ ସ୍ତ୍ରୀ ରୋଗ, ପ୍ରସୂତୀ ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି…

୯ ରୁ ୨୩ ଅପ୍ରେଲ ଯାଏଁ ‘ପୋଷଣ ପକ୍ଷ’

ଭୁବେଶ୍ୱର: ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ୮ମ ପୋଷଣ ପକ୍ଷ-୨୦୨୬ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ. ମୃଣାଳିନୀ ଦର୍ସ୍ଵାଲ ଉପସ୍ଥିତ ରହି ‘ସୁପୋଷିତ ଓଡ଼ିଶା’ ଗଠନ ଦିଗରେ ରାଜ୍ୟର ସଫଳ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ।  ଚଳିତ ବର୍ଷ ଅପ୍ରେଲ ୯ ରୁ ୨୩ ରିଖ ପର୍ଯ୍ୟନ୍ତ…

ହିତାଧିକାରୀ-କୈନ୍ଦ୍ରିକ ପଦକ୍ଷେପ ଏବଂ ଜଳବାୟୁ ଅନୁକୂଳ ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହେଲେ ଆଇ.ଏ.ଏସ୍ ପ୍ରୋବେସନାରୀ ଅଧିକାରୀ

ଭୁବନେଶ୍ୱର: ପ୍ରଶାସନିକ ପ୍ରଶିକ୍ଷଣ ଏବଂ ସମୀକ୍ଷା କାର୍ଯ୍ୟକ୍ରମର ଅଂଶସ୍ୱରୂପ, ଭାରତୀୟ ପ୍ରଶାସନିକ ସେବା (IAS) ପ୍ରୋବେସନାରୀ  ଅଧିକାରୀମାନେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଆୟୋଜିତ ଏକ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରୋବେସନାରୀ ଅଧିକାରୀମାନେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ବିଭାଗର…

ଆରଏସସିଏଲ୍ କାର୍ଯ୍ୟକାରୀ କମିଟି ବୈଠକ : ରାଜସ୍ୱ ବୃଦ୍ଧି ଏବଂ ପ୍ରକଳ୍ପ ସମାପ୍ତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (RSCL)ର କାର୍ଯ୍ୟକାରୀ କମିଟି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହରର ପ୍ରକଳ୍ପ ରୂପାୟନଠାରୁ ଆରମ୍ଭ କରି ଦୀର୍ଘକାଳୀନ ସ୍ଥାୟୀତ୍ୱ ଏବଂ ସମ୍ପତ୍ତି ପରିଚାଳନା ଭଳି ପ୍ରମୁଖ ରଣନୈତିକ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆରଏସସିଏଲ୍‌ର ସିଇଓ ଦୀନା ଦସ୍ତଗୀର ଆଲୋଚନା ଏବଂ ଅନୁମୋଦନ ପାଇଁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ₹୧୦୬ କୋଟି ନିବେଶରେ ନିର୍ମିତ…

ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ “ରକ୍ତଦାନ ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ୧୦୮ ଟି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ଏବଂ ୩୪୪୧ ୟୁନିଟ…