‘ମା’ ରମାଦେବୀ ଜୀବନର ସବୁ କ୍ଷେତ୍ରରେ ସରଳତା ଭାବନାକୁ ଆପଣାଇଥିଲେ’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମା’ ରମାଦେବୀଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, “ସରଳ ଜୀବନ ଓ ଉଚ୍ଚ ଚିନ୍ତନ ଭାବନାର ନିଚ୍ଛକ ନିଦର୍ଶନ ହେଉଛି ମା’ ରମାଦେବୀଙ୍କ ଜୀବନ। ମା’ ରମାଦେବୀଙ୍କ ଜନ୍ମଜୟନ୍ତୀ ଓଡ଼ିଆ…

କୋଣାର୍କ ଉତ୍ସବ ତୃତୀୟ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ସହିତ କଥକଲି ନୃତ୍ୟରେ ଦର୍ଶକ ବିଭୋର

କୋଣାର୍କ : ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ୩୬ତମ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଓଡିଶୀ ଓ କଥକଲି ନୃତ୍ୟ ଶୈଳୀର ଅପୂର୍ବ କଳା ଓ କଳ୍ପନା ଦେଖିବାକୁ ମିଳିଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ। ଭାରତ ବର୍ଷରେ ସୂର୍ଯ୍ୟ ଉପାସନା ପରମ୍ପରାର ପର୍ଯ୍ୟାୟରେ ସର୍ବାଗ୍ରେ ଆସିବ ଆମ ଓଡ଼ିଶାର ଏହି ସୂର୍ଯ୍ୟ ମନ୍ଦିର, କୋଣାର୍କ । ଆଦିତ୍ୟ ନାରାୟଣଙ୍କ ପୂଜା ଓ ତା’ର ଶିଳ୍ପୀ ମାନଙ୍କର ବନ୍ଦାପନାକୁ ନେଇ ଏହି କୋଣାର୍କ ଉତ୍ସବର ପରିକଳ୍ପନା ଓ…

ସାହିତ୍ୟ ଜୀବନ ଏବଂ ମୂଲ୍ୟବୋଧକୁ ଆକାର ଦିଏ, ନୈତିକ ଭାବନାକୁ ବିସ୍ତାର କରେ: ରାଜ୍ୟପାଳ

ଭୁବନେଶ୍ୱର:  ସାହିତ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି। ଏହା କେବଳ ଏକ କଳାତ୍ମକ ରୂପ ନୁହେଁ ବରଂ ଏକ ଶକ୍ତି ଯାହା ଜୀବନ ଓ ମୂଳବୋଧକୁ ଆକାର ଦିଏ, ସହାନୁଭୂତିକୁ ପୋଷଣ କରେ ଏବଂ ନୈତିକ ଭାବନାକୁ ବିସ୍ତାର କରେ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତ। ନଭେମ୍ବର ୨୯ ତାରିଖ ଶନିବାର ଦିନ ଭୁବନେଶ୍ୱର ଠାରେ  ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଠାରେ ସୋଆ(SOA) ସାହିତ୍ୟ ମହୋତ୍ସବର ତୃତୀୟ ସଂସ୍କରଣକୁ…

୨୦୨୩, ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୨୩, ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।୩ ବର୍ଷ ପାଇଁ ସର୍ବମୋଟ ୧୩୪ଜଣ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ସର୍ବୋଚ୍ଚ ସମ୍ମାନ) ୬ଜଣଙ୍କୁ ପ୍ରଦାନ…

ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଖୋଲିଲା ଉତ୍କଳିକାର ନୂଆ ଷ୍ଟୋର

ଭୁବନେଶ୍ଵର: ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ଆର୍ଥିକ ଉନ୍ନତି ତଥା ଓଡ଼ିଆ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଲକ୍ଷ୍ୟରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ”ଉଦଘାଟିତ ହୋଇଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହାର ଉଦଘାଟନ କରି କହିଛନ୍ତି, ଏହା ଦ୍ଵାରା ରାଜ୍ୟ ବାହାର ତଥା ଅନ୍ୟ ଦେଶର ପର୍ଯ୍ୟଟକମାନେ ଓଡ଼ିଶାର ପାରମ୍ପରିକ ଉତ୍କୃଷ୍ଟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ମାରକ ସେମାନଙ୍କ…

ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ଏମ୍ଓୟୁ

ଭୁବନେଶ୍ଵର :  ଚଳଚ୍ଚିତ୍ର ଆମ ସାମାଜିକ ସାଂସ୍କୃତିକ ଜୀବନର ବାସ୍ତବ ପ୍ରତିଛବି। ଏହାର ସଂରକ୍ଷଣ ଦ୍ଵାରା ଆମ ସ୍ମୃତିରୁ ହଜି ଯାଉଥିବା ଲୋକପ୍ରିୟ ସିନେମା ପୁଣି ଜୀବନ୍ତ ହୋଇଉଠିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। କଲଭୂମି ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ନୂଆଦିଲ୍ଲୀ/ଭୁବନେଶ୍ଵର : ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଓ ‘ଆତ୍ମନିର୍ଭର ଭାରତ’ ଆହ୍ଵାନ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଓଡ଼ିଶା ଭିଜନ ୨୦୩୬’ ଦୃଷ୍ଟିକୋଣର ଏକ ସମ୍ମିଳିତ ପ୍ରୟାସ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି। ସୁଦୃଶ୍ୟ ହସ୍ତଶିଳ୍ପ ପାଇଁ ବିଶ୍ଵଦରବାରରେ ସୁପରିଚିତ ଓଡିଶା, ଆଜି ପୁଞ୍ଜିନିବେଶର ଏକ ଉପଯୁକ୍ତ କ୍ଷେତ୍ରର ପରିଚିତି ଲାଭ କରିଛି। ଯାହାକି, କୃଷିଜାତ…

ନଭେମ୍ବର ୧୪ରୁ ୨୭ ଯାଏଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ଶୁକ୍ରବାର ଏହାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ‘ଓଡ଼ିଶା ମଣ୍ଡପ’ର ଆକର୍ଷଣୀୟ ଡିଜାଇନକୁ ପ୍ରଶଂସା କରିଥିଲେ।‘ଏଥର ‘ଓଡ଼ିଶା ମଣ୍ଡପ’ବେଶ୍‌ ଆକର୍ଷଣୀୟ ହୋଇଛି। ଏଠାରେ ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ସାଙ୍ଗକୁ କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ…

ଜନଜାତୀୟ ଗୌରବ ଦିବସ : ସେବା ସମ୍ମାନ ପ୍ରଦାନ, ଛାତ୍ରଛାତ୍ରୀ ହେଲେ ପୁରସ୍କୃତ

ଭୁବନେଶ୍ବର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI)ଠାରେ ଜନଜାତୀୟ ଗୌରବ ବର୍ଷ ପଖୱାଡା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, SCSTRTI ନିର୍ଦ୍ଦେଶକ ସୁଧାକର ଶବର, ଦେଶିଆ ଭାଷା ଗବେଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଜୟ ଉପାଧ୍ୟେୟ, ରାଜଧାନୀ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ମନ୍ମଥ କୁଣ୍ଡୁ, ଛତ୍ରପୁର ସରକାରୀ ବିଜ୍ଞାନ କେଲଜ ଅଧ୍ୟକ୍ଷ ପ୍ରଫେସର…

୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ରେ ଯୋଗଦେଲେ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ୱହିଦା ରେହମାନ

ଭୁବନେଶ୍ୱର: ଆମ ଓଡ଼ିଆ ସିନେମା ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଏଥିରେ ଅନେକ ସ୍ମୃତି ଜଡ଼ିତ ହୋଇ ରହିଛି। ଆମେ ଯେତେବେଳେ ଏହାର ସରଂକ୍ଷଣ ପାଇଁ ଉଦ୍ୟମ କରୁଛୁ ନିଶ୍ଚିତ ରୂପେ ଏହି ସ୍ମୃତି ସବୁ ଜୀବିତ ହେବ ଏବଂ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଳାଭୂମି ଠାରେ ଆୟୋଜିତ ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।…