ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ପରେ ରାଜ୍ୟରେ ଜଳ ବନ୍ଧ ସଂରଚନାର ସୁରକ୍ଷା ଓ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି। ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଥିବାବେଳେ, ଆବଶ୍ୟକ ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଯାଜପୁର ଜିଲ୍ଲାର କାଣି ଡାହାଣ ପାର୍ଶ୍ୱ ବନ୍ଧର ବ୍ରହ୍ମଚାରୀପାଟଣା ଏବଂ ବ୍ରାହ୍ମଣୀ ନଦୀର କିମିରିଆପାଲ ନିକଟରେ ହୋଇଥିବା ଅସ୍ଥାୟୀ ଘାଇର ମରାମତି…

ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଶେଷ

ଭୁବନେଶ୍ୱର: ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଭୁବନେଶ୍ୱରରେ ଅବସ୍ଥିତ କଳିଙ୍ଗ ଷ୍ଟାଡିୟମରେ  ଶେଷ ହୋଇଛି। ଗସ୍ତର ଶେଷ ଦିନରେ ସେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରୁ ନୂଆ ପ୍ରତିଭା ଖୋଜିବା ଉପରେ ଏହି ବୈଠକରେ…

ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକମାଳାରେ ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ୮ ଶିକ୍ଷାମନ୍ତ୍ରୀଙ୍କ ସହ  ୪୦ ଜଣ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ

ଭୁବନେଶ୍ୱର: ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ( ବ୍ରିକ୍ସ ଇଣ୍ଡିଆ ଚେୟାରସିପ୍ ଏଜୁକେସନ ଟ୍ରାକ୍ ମିଟିଙ୍ଗ୍ସ) ଅନୁଷ୍ଠିତ ହେବ। ଏହି ଆନ୍ତର୍ଜାତୀୟସ୍ତରୀୟ ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ମେ ଫେୟାର ଲାଗୁନ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି  କାର୍ଯ୍ୟକ୍ରମରେ ୧୧ଟି ବ୍ରିକ୍ସ ସଦସ୍ୟ…

ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ନିରନ୍ତର ଉଦ୍ୟମରତ ଅଛନ୍ତି ରାଜ୍ୟସରକାରl ଲୋକସେବା ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିକୁ ନେଇ ବିସ୍ତୃତ ସମୀକ୍ଷା କରିବା ସହ ସୁବ୍ୟବସ୍ଥିତ ବନ୍ୟା ପରିଚାଳନା ନିମନ୍ତେ SRC ଏବଂ ଜିଲ୍ଲା ପ୍ରଶାସନର ନିରନ୍ତର ସମନ୍ଵିତ ପ୍ରୟାସର ପ୍ରଶଂସା କରିବା ସହିତ ବନ୍ୟା ଜଳ ଶୁଖିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ସମାନ ଦାୟିତ୍ଵ ଏବଂ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ…

‘ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ଏବଂ ଟେଷ୍ଟିଂ ସିଷ୍ଟମ୍‌ ବ୍ୟବହାର ଫଳରେ କେବୁଲ୍ ତ୍ରୁଟି ଖୋଜିବା ଏବଂ ମରାମତି ସମୟ ଯଥେଷ୍ଟ ହ୍ରାସ ପାଇବ’

ଭୁବନେଶ୍ୱର: ରାଜ୍ୟର ବିଦ୍ୟୁତ ସଂଚାର ବ୍ୟବସ୍ଥାକୁ ଅଧିକ ଆଧୁନିକ, ନିର୍ଭରଯୋଗ୍ୟ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିମିଟେଡ୍ (OPTCL) ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଖାରବେଳ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍‌ର ନୂତନ Megger R30 Van-Mounted Cable Fault Locator and Testing Systemର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ…

ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ବିକାଶ ଉପରେ ଗୁରୁତ୍ୱରୋପ

ଭୁବନେଶ୍ୱର: ବିଧାନସଭାରେ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ପାଇଁ ଗଠିତ ଗୃହକମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେସବୁ ଅଞ୍ଚଳରେ ଥିବା ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଆଦି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।…

କେନ୍ଦୁଝର ଜିଲ୍ଲା ଗସ୍ତରେ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ : ଉଚ୍ଚସ୍ତରୀୟ ବୈଠକରେ କଲେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

କେନ୍ଦୁଝର: ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାକୁ ପ୍ରଭାରୀ ସଚିବମାନଙ୍କୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ତିନିଦିନିଆ ଗସ୍ତରେ ଆସି କେନ୍ଦୁଝରରେ ପହଞ୍ଚିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା,…

ଡିଜିଟାଲ୍ ଓଡ଼ିଶା ଗଠନରେ ସିଏସ୍‌ସିର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଆୟୋଜିତ ୧୭ତମ କମନ୍ ସର୍ଭିସ ସେଣ୍ଟର (CSC) ଦିବସ ପାଳନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, ଗତ ୧୭ ବର୍ଷ…

ବନ୍ୟା ପରିଚାଳନା ନିମନ୍ତେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ   

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷାଜନିତ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟସରକାର ତଥା ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ସାଧାରଣ ଲୋକେ ପ୍ରଶାସନିକ ସେବା ଏବଂ ସହାୟତା ନେଇ ସୁରକ୍ଷିତ ରହିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତିl ଏଥିସହିତ ସମସ୍ତ ଜିଲ୍ଲାପ୍ରଶାସନ ଏବଂ…

୧୫ଟି ହସ୍ତଶିଳ୍ପ ଚିହ୍ନଟ ଓ ହସ୍ତଶିଳ୍ପଗୁଡ଼ିକ ପାଇଁ ସୁସଂଗଠିତ ଏବଂ ମାନକ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଢାଞ୍ଚା ପ୍ରସ୍ତୁତ

ଭୁବନେଶ୍ୱର: ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ୧୫ଟି ଅତିରିକ୍ତ ହସ୍ତଶିଳ୍ପର  ପାଠ୍ୟକ୍ରମ  ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ  ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟ ଅତିଥି ପ୍ରଦିପ ବଳ ସାମନ୍ତଙ୍କ ଉପସ୍ଥିତିରେ କମିଶନର-ତଥା  ଶାସନ ସଚିବ ଗୁହାପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଏହି  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିବେଦିତା ପୃଷ୍ଟି, ନିର୍ଦ୍ଦେଶିକା, ହସ୍ତଶିଳ୍ପ,…