ଓଡ଼ିଶା – କାନାଡା ବାଣିଜ୍ୟ, ଖଣିଜ ସମ୍ପଦ, ଓ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ କାନାଡାର ହାଇକମିଶନର କ୍ରିଷ୍ଟୋଫର କୁଟର ନିଜ ପତ୍ନୀଙ୍କ ସହ ଲୋକସେବା ଭବନଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସିଏମଡ଼ି ଓପିଟିସିଏଲ୍ ଭାସ୍କର ଜ୍ୟୋତି ଶର୍ମା…

ଶ୍ରେଷ୍ଠତା ଏବଂ ନବସୃଜନ  କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟନକୁ ଦୁଇଟି ସମ୍ମାନଜନକ ପୁରସ୍କାର

ଭୁବନେଶ୍ୱର: ଜୟପୁରଠାରେ ଆୟୋଜିତ ‘ଗ୍ରେଟ୍ ଇଣ୍ଡିଆନ୍ ଟ୍ରାଭେଲ୍ ବାଜାର’ (GITB) ରେ ଓଡ଼ିଶା ପର୍ଯ୍ୟଟନ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରିଛି। ପର୍ଯ୍ୟଟନ ଭିତ୍ତିଭୂମିର ସୁଦୃଢ଼ୀକରଣ, ନୀତିଗତ ସହାୟତା ଏବଂ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର କ୍ଷେତ୍ରରେ ନିରନ୍ତର ପ୍ରୟାସ ପାଇଁ ରାଜ୍ୟକୁ “ଆଉଟ୍ସ୍ତାଣ୍ଡିଂ କଣ୍ଟ୍ରିବ୍ୟୁସନ୍ ଇନ୍ ଟୁରିଜିମ୍ ଡେଭଲପ୍ମେଣ୍ଟ” ବର୍ଗରେ ‘ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬’ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଓଡ଼ିଶା ପର୍ଯ୍ୟଟନ ପାଭିଲିୟନର ଆକର୍ଷଣୀୟ ଡିଜାଇନ୍ ଏବଂ ଅଭିନବ ଉପସ୍ଥାପନା…

ଓଡ଼ିଶା ପର୍ଯ୍ୟଟନର ନୂଆ ଟ୍ୟାଗଲାଇନ୍ “Think India, Think Odisha”

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ନୂତନ ବ୍ରାଣ୍ଡ୍ ପରିଚୟ ଏବଂ ଟ୍ୟାଗଲାଇନ୍ “Think India, Think Odisha” ଉନ୍ମୋଚିତ ହୋଇଯାଇଛି। ରାଜ୍ୟର ପର୍ଯ୍ୟଟନକୁ ଏକ ଅନୁଭୂତି-ଭିତ୍ତିକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବରେ ଗଢ଼ିତୋଳିବା ପାଇଁ ଏହା ଏକ ଦୃଢ଼ ପଦକ୍ଷେପ।  ଭିଜନ ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ଭିଜନ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସହିତ ସମାନ୍ତରାଳ ଭାବେ ଓଡ଼ିଶା ଏବେ ଏକ “ଲୁକ୍କାୟିତ…

ଆମେରିକୀୟ କନସୁଲ୍ ଜେନେରାଲଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସବୁଜ ଶକ୍ତି ନବସୃଜନ ବିଷୟରେ ଆଲୋଚନା

ଭୁବନେଶ୍ୱର: ଆନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଆମେରିକାର କନସୁଲ୍ ଜେନେରାଲ୍ (Consul General) ମିସ୍ ଲୌରା ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ଅକ୍ଷୟ ଶକ୍ତି, ସେମିକଣ୍ଡକ୍ଟର ନିର୍ମାଣ ଏବଂ ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନ ଓ ସାଂସ୍କୃତିକ ଐତିହ୍ୟର ପ୍ରସାର ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।ଏହି ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା ସ୍ଥାୟୀ ଶକ୍ତି ଆଡ଼କୁ ପରିବର୍ତ୍ତନ। ଉପମୁଖ୍ୟମନ୍ତ୍ରୀ…

ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଓଡ଼ିଶାର ଆତିଥେୟତାରେ ଅଭିଭୂତ ଦଶଟି ଦେଶର ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏନ୍ସର୍‌

ଭୁବନେଶ୍ୱର: ଭୂଟାନ, କାମ୍ବୋଡ଼ିଆ, ଲାଓସ୍‌, ମାଲେସିଆ, ମଙ୍ଗୋଲିଆ, ମ୍ୟାନ୍‌ମାର, ନେପାଳ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ୍‌ରୁ ଏକ ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏସର ଏବଂ କଣ୍ଟେଣ୍ଟ କି୍ରଏଟରମାନଙ୍କର ଏକ ପ୍ରତିନିଧି ଦଳ ୧୬ରୁ ୧୯ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତମ ସମନ୍ୱୟରେ ଏହି ଗସ୍ତ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି। ଏହି ଦଳରେ ଟ୍ରାଭେଲ ବ୍ଲଗର୍‌,…

ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚନ କରିଛନ୍ତି। ଏହା ମାଧ୍ୟମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳବର୍ତ୍ତୀ ଅଞ୍ଚଳର ସମୃଦ୍ଧିକୁ ନୂତନ ଗତି ଦେବା ଲକ୍ଷ୍ୟ ରହିଛି। ରାଜ୍ୟର ୪୮୦ କିଲୋମିଟରରୁ ଅଧିକ…

‘ବୈଶ୍ବିକ ଫୋରମ୍‌ରେ ଛାତ୍ରଛାତ୍ରୀ ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି’

ଭୁବନେଶ୍ୱର : ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଟୋକିଓରେ ଛାତ୍ରଛାତ୍ରୀମାନଙ୍କର ଚମତ୍କାର ପ୍ରଦର୍ଶନ ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, “ଆମ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଆମେ ଗର୍ବିତ। ବୈଶ୍ବିକ ବିତ୍ତ ଫୋରମ୍‌ରେ ନିଜର ନବ ସୃଜନ ଓ ନୂତନ ଉଦ୍ୟମର ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ…

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ଚଳାଚଳ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ‘ଏଭିଏସନ୍ ସିକ୍ୟୁରିଟି ବେସିକ୍ କୋର୍ସ’ର ଦ୍ୱିତୀୟ ବ୍ୟାଚ୍ ପ୍ରଶିକ୍ଷାର୍ଥୀଙ୍କ ପାଇଁ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ବିମାନବନ୍ଦରର ଜଟିଳ କାର୍ଯ୍ୟଧାରା ଏବଂ ବୈଷୟିକ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ବିଭିନ୍ନ ବିମାନବନ୍ଦରରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ୧୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଣିଜ୍ୟ ଓ ପରିବହନ ବିଭାଗ, ଗୃହ ବିଭାଗ ଏବଂ…

ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ମଧ୍ୟ ପ୍ରାଚ୍ୟରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ପ୍ରରିପେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ ପ୍ରବାସୀ ଭାରତୀୟ ସଂସ୍ଥାମାନଙ୍କ ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ ଗଠନ ହୋଇଛି। ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ନିମ୍ନ ପ୍ରଦତ୍ତ ନଂ ରେ…

ଅନ୍ତର୍ଜାତୀୟ ଭାରତ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ : ବିଦେଶୀ ପ୍ରତିନିଧିମାନଙ୍କୁ ସ୍ୱାଗତ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ (ECI) ପକ୍ଷରୁ ଆୟୋଜିତ ୩ ଦିନିଆ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ (IICDEM)–2026 ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆରମ୍ଭ ହୋଇଛି।ଏହି ଅବସରରେ ଆୟୋଜିତ ଔପଚାରିକ ସ୍ୱାଗତ ସମାରୋହରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡ଼. ସୁଖବୀର ସିଂହ ସାନ୍ଧୁ ଓ ଡ଼. ବିବେକ ଜୋଶୀ ବିଭିନ୍ନ ଦେଶର ପ୍ରାୟ ୬୦ ଜଣ ଆନ୍ତର୍ଜାତିକ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ। ସମ୍ମିଳନୀର ଉଦ୍‌ଘାଟନ ସଭାରେ ପ୍ରାୟ ୧,୦୦୦…