ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟା ହ୍ରାସ ପାଇଁ ବ୍ୟାପକ ଜନ ସଚେତନତା କରାଯିବ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବ୍ୟାପକ ଜଣସଚେତନତା ମାଧ୍ୟମରେ ଏହି ସଂଖ୍ୟା ହ୍ରାସ କରିହେବ I ଏଥିପାଇଁ  ନଭେମ୍ବର ୧୬ ରୁ ୩୦ ଯାଏଁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ଚାରିଟି ‘ଇ’ଯଥା- ଏନଫୋର୍ସମେଣ୍ଟ,…

କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ

କଟକ : ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଡିଜିପି ଶ୍ରୀ ଖୁରାନିଆ କଟକ…

ଆପିଲ୍ ମାମଲାର ଶୀଘ୍ର ସମାଧାନ ପାଇଁ କ୍ୟାମ୍ପ କୋର୍ଟ       

ଭୁବନେଶ୍ବର : ନାଗରିକ-କୈନ୍ଦ୍ରିକ  ଏବଂ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ ଆୟୋଜନ କରାଯାଇଥିଲା। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨ ଅନୁଯାୟୀ ଦାୟର ଆପିଲ୍ ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ସହ ଜଡିତ…

ଶିଶୁ ସୁରକ୍ଷା ଓ ଶିକ୍ଷା ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ୧୫ତମ ପ୍ରତିଷ୍ଠା ଦିବସ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ ଯେ ଶିଶୁ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଆମ ସମାଜର କର୍ତ୍ତବ୍ୟ। ଶିଶୁ ସୁରକ୍ଷା ଓ ଏହାର ଆବଶ୍ୟକତା ଏବଂ ପ୍ରାସଙ୍ଗିକତା ଉପରେ ମତ ଦେଇ ଶ୍ରୀମତୀ ପରିଡ଼ା କହିଲେ ଯେ ଜଣେ ଶିଶୁର ବିକାଶ ପାଇଁ ସମାଜର ପ୍ରତ୍ୟେକ…

ନିରନ୍ତର ବାଣିଜ୍ୟ ଅଭିବୃଦ୍ଧିର ଚାବିକାଠି ଭାବେ ଜଳପଥର ପ୍ରଦର୍ଶନ କଲା ଓଡ଼ିଶା

ମୁମ୍ବାଇ : ଏଠାରେ ଆୟୋଜିତ ସାମୁଦ୍ରିକ ସପ୍ତାହ ୨୦୨୫ରେ ଓଡ଼ିଶା ସରକାର ସ୍ଥାୟୀ ଏବଂ ସମନ୍ୱିତ ପରିବହନ ବିକାଶ ପାଇଁ ନିଜର ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। “ନେଭିଗେଟିଙ୍ଗ ଗ୍ରୋଥ: ଇନଲାଣ୍ଡ ୱାଟରୱେଜ୍ ଇନ୍ ଦ ଫ୍ରଣ୍ଟ ଅଫ୍ ଫ୍ୟୁଚର ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ” ଉପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଆଭ୍ୟନ୍ତରୀଣ ଏବଂ…

ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

ଆଗକୁ ବଢ଼ୁଛି ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ – ୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନ ଓଡ଼ିଶାର ସମସ୍ତ ୩୪ଟି ପୋଲିସ୍ ଜିଲ୍ଲାରେ କାର୍ଯ୍ୟକାରୀ…

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି  ସମୀକ୍ଷା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ  ଯୋଗେଶ ବହାଦୁର ଖୁରାନିଆ ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ  ସମୀକ୍ଷା କରିଛନ୍ତି।  ଡିଜିପି ଶ୍ରୀ ଖୁରାନିଆ ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।  ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର…

ସାଇବର ସୁରକ୍ଷାକୁ ଅଧିକ ସୁଦୃଢ କରାଯିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଅକ୍ଟୋବର ୧୮ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍‌ ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୮ରୁ କଳିଙ୍ଗ ଷ୍ଟାଡିଅମ ଠାରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ…

ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶାର ପଦକ୍ଷେପ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି। ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ କରେ। ସମାନତା, ବୃତ୍ତିଗତ ତଦାରଖ ଏବଂ ସାଧାରଣ ଖର୍ଚ୍ଚର ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଭ୍ୟନ୍ତରୀଣ ଅଡିଟ୍ କର୍ମଚାରୀଙ୍କୁ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀଭୂତ କରାଯାଇଛି। ବର୍ତ୍ତମାନର…