ଆଗାମୀ ତିନି ମାସ ପାର୍ବଣର ଋତୁରେ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ସଜାଗ ରହିବାକୁ ଡିଜିପି ଶ୍ରୀ ମିଶ୍ରଙ୍କ ପରାମର୍ଶ

ଭୁବନେଶ୍ୱର: କମିସନରେଟ ପୋଲିସର ସମ୍ମିଳନୀ କକ୍ଷରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମିସନରେଟ ପୋଲିସ ଅଞ୍ଚଳରେ ବିଗତ ଦିନର ଆଇନ-ଶୃଙ୍ଖଳା ପରିସ୍ଥିତି, ବିଧାନସଭା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ, ଏନ୍‌ଡିପିଏସ୍‌ ଆଇନର କାର୍ଯ୍ୟକାରିତା, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’, ଟ୍ରାଫିକ ସୁପରିଚାଳନା,…

ରାଜସ୍ୱ ମନ୍ତ୍ରୀଙ୍କ ଦ୍ଵାରା ରାଜସ୍ୱ ପର୍ଷଦର ନୂତନ ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

ଭୁବନେଶ୍ୱର: ରାଜସ୍ୱ ପ୍ରଶାସନକୁ ଅଧିକ ସ୍ଵଚ୍ଛ, ସୁଗମ, ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ଵରୁପ ରାଜସ୍ୱ ପର୍ଷଦ, ଓଡ଼ିଶାର ନୂତନ ୱେବସାଇଟ୍ ଏବଂ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ କରାଯାଇଛିl ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ନୂତନ ୱେବସାଇଟ୍ ଓ ଜର୍ଣ୍ଣାଲର ଶୁଭାରମ୍ଭ କରିଛନ୍ତିl ଏହି ଅବସରରେ ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ, ରାଜସ୍ୱ ପର୍ଷଦର ସଚିବ ଲକ୍ଷ୍ମୀକାନ୍ତ ସେଠୀ ତଥା ରାଜସ୍ୱ ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର…

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ

କଟକ: ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ‘ନିଶାମୁକ୍ତ ଓଡ଼ିଶା’ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ,…

 ଟ୍ରକ୍ ଟର୍ମିନାଲ୍‌ର ସୁଚାରୁ ପରିଚାଳନା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ–IOCL ମଧ୍ୟରେ MoU ସ୍ୱାକ୍ଷରିତ

ଭୁବନେଶ୍ୱର: ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜପଥ ପାର୍ଶ୍ୱରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍‌ଗୁଡ଼ିକର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଭାରତ ସରକାରଙ୍କ ଅଗ୍ରଣୀ ଉଦ୍ୟୋଗ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍’(IOCL) ମଧ୍ୟରେ…

ଭୂଦାନ ଜମି ଜାଲିଆତିର ହେବ ତଦନ୍ତ; ରାଜ୍ୟର ସମସ୍ତ ଭୂଦାନ ଜମିର ହେବ କମ୍ପ୍ୟୁଟରାଇଜେସନ୍

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ଏବଂ ନାଗରିକ କୈନ୍ଦ୍ରିକ ସେବାଗୁଡ଼ିକର କାର୍ଯ୍ୟକାରିତା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।  ବୈଠକରେ ରାଜ୍ୟର ଜନସାଧାରଣଙ୍କୁ ସ୍ୱଚ୍ଛ, ଦ୍ରୁତ ଓ ସୁଗମ ରାଜସ୍ୱ ସେବା ଯୋଗାଇଦେବା ସହ ଜମିଜମା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।  ବୈଠକର ଆଲୋଚନା ଅନୁଯାୟୀ, ରାଜ୍ୟରେ ଥିବା ପ୍ରାୟ ସମସ୍ତ ଭୂଦାନ ଜମିର ପୁରାତନ…

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଖରିଫ ଧାନ ବିକ୍ରୟ ପାଇଁ ପଞ୍ଜିକରଣ

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ବିପଣନ ଋତୁ ୨୦୨୬-୨୭ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ ଲକ୍ଷ ୧୮ ହଜାରରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିସାରିଲେଣି। ବିଶେଷ କରି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ଚାଷୀ ନିଜ ନାମ ପଞ୍ଜିକରଣ କରିଛନ୍ତି| ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ପ୍ରକ୍ରିୟା ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ କୃଷି ସମବାୟ ସମିିତି(ପ୍ୟାକ୍ସ), ବୃହତ୍‌ ଆଦିବାସୀ…

ବିଭାଗୱାରୀ ପ୍ରତ୍ୟେକ ସେବା ଏବଂ ସଂସ୍କାରରେ ରହିଥିବା ବିଭିନ୍ନ ଅଭାବଗୁଡ଼ିକର ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟଶାସନ, ଓଡ଼ିଶା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ବିଆରଏପି) ୨୦୨୬ ଏବଂ ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ୟ୍ୟ ଯୋଜନା (ଡିବିଆରଏପି) -୨୦୨୫-୨୬ ଅଧୀନରେ ସଂସ୍କାରଗୁଡ଼ିକର କାର୍ୟ୍ୟାନ୍ୱୟନ ସ୍ଥିତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ମାନଦଣ୍ଡ ପାଳନ ପାଇଁ ଆବଶ୍ୟକ ସୂଚନା ପ୍ରଯୁକ୍ତି ଭିତ୍ତିକ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା…

‘ବେଆଇନ ନିଶା କାରବାର ରୋକିବା ଦିଗରେ ଅବକାରୀ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର : ବେଆଇନ ନିଶା ଓ ମାଦକ ଦ୍ରବ୍ୟ ଯୋଗୁଁ ଅନେକ ଧନଜୀବନ ହାନି ଘଟୁଛି। ଏହି କ୍ଷେତ୍ରରେ ଅବକାରୀ ବିଭାଗର ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ। ବେଆଇନ ନିଶା ଓ ମାଦକ କାରବାରକୁ ରୋକିବା ଏବଂ ନିୟମିତ ଚଢ଼ାଉ କରିବା ଦିଗରେ ଅବକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଗତ ଦୁଇବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରି ଓଡ଼ିଶାକୁ ବେଆଇନ ନିଶାମୁକ୍ତ ରାଜ୍ୟ ଭାବେ…

ଟୋକେଇବାଲା ଓ ରାଗ୍ ପିକର୍‌ମାନଙ୍କୁ ଆନୁଷ୍ଠାନିକ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାରେ ସାମିଲ କରିବାକୁ ୟୁଏଲବିଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଉତ୍ତରଦାୟୀ କରିବା ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି। ଉତ୍ସରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ନିୟାମକ ଅନୁପାଳନର କଡ଼ାକଡ଼ି ପ୍ରବର୍ତ୍ତନ, ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ଉତ୍ତରଦାୟିତ୍ୱ ଏବଂ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏ ସମ୍ପର୍କରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ତଥା ଅନ୍ୟାନ୍ୟ ନିୟାମକ ବ୍ୟବସ୍ଥାର ପ୍ରଭାବୀ କାର୍ଯ୍ୟାନ୍ୱୟନ ନେଇ…

ସାଇବର ସୁରକ୍ଷା ନେଇ ଜନସଚେତନତା ଅଭିଯାନ: ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀଙ୍କ ଅଂଶଗ୍ରହଣ

କଟକ: ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଆଜି ଏକ ବୃହତ୍ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଅଭିଯାନରେ ରାଜ୍ୟର…