ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଭିନେତ୍ରୀ ନନ୍ଦିତା ଦାସ

ଭୁବନେଶ୍ୱର: ଲୋକସେବା ଭବନରେ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ୱବିଦିତ କରାଇବା ଓ ଓଡିଶା ମାଟିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ…

ରାଜଭବନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ରାଜଭବନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଚଳିତ ଜୁନ ୨୧ ତାରିଖ ସକାଳେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡ଼. ହରି  ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ସାମିଲ ହେବା ସହ ଯୋଗ ଅଭ୍ୟାସ କରିଥିଲେ। ଚଳିତ ବର୍ଷ “ଏକ ପୃଥିବୀ ଏବଂ ଏକ ସ୍ୱାସ୍ଥ୍ୟ  ପାଇଁ ଯୋଗ”ଶୀର୍ଷକକୁ  ଆଧାର କରି ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ…

ପିଏମ୍-ପୋଷଣ ଯୋଜନାରେ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ବର:  କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ୍-ପୋଷଣ ଯୋଜନା ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୬ ଟଙ୍କା ୭୮ପଇସା ଓ  ୧୦ ଟଙ୍କା ୧୭ ପଇସା ୦୧.୦୫.୨୦୨୫  ଠାରୁ ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ…

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ କନଫରେନସିଂ…

ସୁରକ୍ଷିତ ବାଷ୍ପୀତ୍ର ଚାଳନ ତାଲିମ କର୍ମଶାଳା

ଭୁବନେଶ୍ବର: ବାଷ୍ପୀତ୍ର ଚାଳନରେ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ କଳ କାରଖାନା ମାନଙ୍କ ରେ ନିୟୋଜିତ ବାଷ୍ପୀତ୍ର  ପରିଚାରକ ( Boiler Operator ) ମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଂକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବର ଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟରରେ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l   ମୁଖ୍ଯଅତିଥି ଶ୍ରମ ବିଭାଗ ଅତିରିକ୍ତ ଶାସନ…

ତୃଣମୂଳ ସ୍ତରରୁ ଚାଲୁରହିଛି  ଡାଇରିଆ ମୁକାବିଲା 

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ଵରିତ ମୁକାବିଲା ପାଇଁ ସରକାରଙ୍କ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛିl ସରକାର ତୃଣମୂଳ ସ୍ତରରୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ  ସମ୍ପୂର୍ଣ୍ଣ ଏକ୍ସନ ମୋଡ୍ ରେ କାର୍ଯ୍ୟ କରୁଛନ୍ତି l  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗ ଦ୍ବାରା ସମନ୍ଵିତ ଭାବରେ ଏକାଭିମୁଖୀ ପ୍ରୟାସ ଚାଲିଛି l  ଫଳରେ ରାଜ୍ୟରେ ଡାଇରିଆ ସ୍ଥିତିରେ…

‘ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି’

ଭୁବନେଶ୍ୱର: ବିଶ୍ଵ ସିକିଲ୍ ସେଲ୍ ଦିବସ ଉପଲକ୍ଷେ ୟୁନିସେଫ୍ ଏବଂ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପ୍ରଥମ ପର୍ୟ୍ୟାୟରେ ରାଜ୍ୟର…

ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଜନଜାତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନରେ ଲକ୍ଷ୍ୟ ରଖିବା ଉଚିତ ଏବଂ ଶିକ୍ଷା ହିଁ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଚଳିତ ଜୁନ ୧୯ ତାରିଖ ସନ୍ଧ୍ୟାରେ ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ରାଜ ଭବନର ଅଭିଷେକ ହଲ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତିI ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ଦ୍ୱାରା…

ଓଡ଼ିଶା ବିଦ୍ୟୁତ ସଂସ୍କାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି:  ଟୋନି ବ୍ଲେୟାର

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି। ଉଭୟ ନେତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଦ୍ୱାରା ଏକ ତ୍ରିପାକ୍ଷିକ ଇଣ୍ଟେଣ୍ଟ ଲେଟର (ଏଲଓଆଇ) ସ୍ୱାକ୍ଷରିତ ହୋଇଛି।…

ଡାଇରିଆ ମୁକାବିଲା: କ୍ଷେତ୍ରସ୍ତରରେ ଏକାଭୀମୁଖୀ କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶ

ଭୁବନେଶ୍ବର: ଡାଇରିଆ ସ୍ଥିତିର ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗମାନେ କ୍ଷେତ୍ର ସ୍ତରରେ ସମନ୍ୱିତ ଓ ଏକାଭୀମୁଖୀ ଭାବେ କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହଠାରେ ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲା ସ୍ଥିତିର ସମୀକ୍ଷା କରି ଶ୍ରୀ ଆହୁଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲା ସଂପର୍କରେ ସ୍ଥିତି ସମୀକ୍ଷା କରିଥିଲେ। ଅନୁଷ୍ଠିତ ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ…