ଓଡିଶା ମାଷ୍ଟର୍ସ ୨୦୨୫ ମହିଳା ବିଭାଗ ପ୍ରି କ୍ୱାର୍ଟରରେ ଉନ୍ନତି ହୁଡ଼ା, ଅନମୋଲ ଖର୍ବ, ତନଭି ଶର୍ମା ଓ ଅଦିତି ଭଟ୍ଟ
ଭୁବନେଶ୍ୱର/କଟକ: କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫”ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ସମସ୍ତ ବିଭାଗର ୭୬ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଦ୍ଵିତୀୟ ଦିନର ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ…


