‘ସମ୍ବଲପୁର ଜିଲ୍ଲାର ସ୍ଵାସ୍ଥ୍ୟ ଭିତ୍ତିଭୂମି, ଯନ୍ତ୍ରପାତି ଏବଂ ଜରୁରୀ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା ସନ୍ତୋଷ ଜନକ’
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ୨୬ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍ (State Supportive Supervision Team)ର ରିପୋର୍ଟକୁ ଆଧାର କରି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ.ଙ୍କ ଅଧ୍ୟକ୍ଷତାରେ ଆଭାଷୀ ମାଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଡ଼ ବୃନ୍ଦା ଡ଼ି ଏବଂ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ସମେତ ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍ ଏବଂ ଜିଲ୍ଲା…


