ବିଭିନ୍ନ ସୁପର ସ୍ପେଶିଆଲିଟି ବିଭାଗରେ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ପଦବୀ ମଞ୍ଜୁର
ଭୁବନେଶ୍ଵର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବୀ ଗୁଡିକ ବିଭିନ୍ନ ସରକାରୀ ମେଡିକାଲ କଲେଜ ପାଇଁ ଅନୁମୋଦିତ ହୋଇଛି। ଏସବୁ ପଦବୀ ସୁପର ସ୍ପେଶିଆଲିଟି ବିଭାଗ ଅନ୍ତର୍ଗତ। ମଞ୍ଜୁର ପଦବୀ ଗୁଡିକ ମଧ୍ୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ ,ସ୍ନାୟୁ…


